କରୋନା କବଳରେ ବାଘୁଣୀ

ବାଜାବାଲା: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା ଭାଇରସ୍‌ ପାଇଁ ଆମେରିକାରେ ୯ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ଯେ ପଶୁ ମାନଙ୍କ ପାଖରେ ମଧ୍ୟ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି। ଏନେଇ ଅର୍ନ୍ତଜାତୀୟ ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି।


ନ୍ୟୁୟର୍କ ବ୍ରୋନେକ୍ସ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ନାଦିଆ କରୋନା ପଜିଟିଭରେ ଚିହ୍ନଟ ହୋଇଛି। ଆମେରିକା କୃଷି ବିଭାଗର ଜାତୀୟ ଭେଟନାରୀ ସର୍ଭିସେସ ଲାବ୍ରୋଟରୀ ମୁତାବିକ ପଶୁ ମାନଙ୍କ କ୍ଷେତ୍ରରେ ଏହା କରୋନା ପଜିଟିଭ୍ ର ପ୍ରଥମ ଘଟଣା। ନ୍ୟୁୟର୍କ ସହରର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନ କହିଛି ଯେ ଆଇଓଆର ନ୍ୟାସନାଲ ପ୍ରାଣୀ ଚିକିତ୍ସା ସେବା ଲାବୋରେଟୋରୀ ଦ୍ୱାରା ପରୀକ୍ଷା ଫଳାଫଳ ନିଶ୍ଚିତ ହୋଇଛି।


ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟି ଦେଇଥିବା ସୂଚନା ଅନୁଯାୟୀ, ୪ ବର୍ଷିୟ ମାଲାୟାନ ପ୍ରଜାତିର ବାଘୁଣୀ ନାଦିଆକୁ ପ୍ରାଣୀ ଉଦ୍ୟାନର କୌଣସି କର୍ମଚାରୀଙ୍କ ନିକଟରୁ ହୋଇଥାଏ ପାରେ। ଏଥିସହିତ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ଅନ୍ୟ ୫ ପଶୁଙ୍କ ସେମ୍ପଲ ନିଆଯାଇଛି ବାେଲି ସୋସାଇଟି ପକ୍ଷରୁ କୁହାଯାଇଛି।


ସୂଚନାଥାଉକି, ମାର୍ଚ୍ଚ ୧୬ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଆମେରିକାର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନ ବନ୍ଦ କରି ଦିଆଯାଇଛି।

Related posts