ଲୋକକଳା-ଓଡି଼ଶାର ପରିଚୟ (ଭାଗ ୨ – ନୃତ୍ୟ)

Best News in Odisha

ବର୍ତ୍ତମାନ ଆଧୁନିକତାର ଚାକଚକ୍ୟ ଭିତରେ ହଜି ହଜି ଯାଉଛି ଓଡି଼ଶା ପରମ୍ପରା ଓ ଲୋକ ସଂସ୍କୃତି। ଏପରି ଅନେକ କଳା ଓ ସଂସ୍କୃତି ପାଇଁ ସମଗ୍ର ବିଶ୍ବରେ ପରିଚିତ ଥିଲା ଓଡି଼ଶା। ଯାହାକି ଏଅ ନିର୍ଦ୍ଧିଷ୍ଟ ଜାତି ବା ବର୍ଗର ଲାକ ସମୁହରେ ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଯୁବ ପିଢିର ରୁଚି ଆଉ ସେ ଦିଗରେ ନାହିଁ। ଆସନ୍ତୁ ସେ ବିଶୟରେ ଆଲୋଚନା କରିବା।

ଗୋଟିପୁଅ :- ଗୋଟି ଓ ପୁଅ ଦୁଇଟି ଶବ୍ଦର ମିଳନ ଗୋଟିପୁଅ। ଗୋଟି ଅର୍ଥ ଗୋଟିଏ ଓ ପୁଅ। ଏ ନୃତ୍ୟଟି ପୁଅ ମାନେ ଝିଅର ପୋଷାକ ପରିଧାନ କରି ପ୍ରସାଧାନ ସାମଗ୍ରୀ ବ୍ୟଵହାର କରି ଏହି ନୃତ୍ୟକୁ କରିଥାନ୍ତି। ଯଦି ଆମେ ଇତିହାସକୁ ଦେଖିବା ଗୋଟିପୁଅ ନୃତ୍ୟ ଭୋଇବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। ମୁଖ୍ୟତଃ ଜାଗାଘର ଆଖଡଘରର ପୁଅମାନେ ହିଁ ଏହି ନୃତ୍ୟ କରିଥାନ୍ତି କାରଣ ଏହାର ଅଙ୍ଗଭଙ୍ଗୀ ବହୁତ କଷ୍ଟଦାୟକ। ଏ ନୃତ୍ୟରେ କୃଷ୍ଣକୁ ଇଷ୍ଟ କରି ନୃତ୍ୟ କରାଯାଏ ଓ ନିଜକୁ ସଖୀ ଭାବରେ ସମର୍ପଣ କରିଦିଏ କୃଷ୍ଣଙ୍କ ଆଗରେ। ଦେବଦାସୀ ପ୍ରଥାର ଉଚ୍ଛେଦ ପରେ ଏ ନୃତ୍ୟର ପରିଚୟ ବଢିଲା ଓ ଯେଉଁଠାରେ ଦେବଦାସୀ ନୃତ୍ୟ କରିପାରୁ ନଥିଲେ ସେହିଠାରେ ଝିଅ ବେଶରେ ଏହି ନୃତ୍ୟଶିଳ୍ପୀ ମାନେ ନୃତ୍ୟ କରୁଥିଲେ। ବିଭିନ୍ନ ଦରବାର ଜାଗାଗର ଆଖଡାଘର ଓ ମଠ ମନ୍ଦିର ମାନଙ୍କରେ ଏ ନୃତ୍ୟ ପରିବେଷଣ କରାଯାଉଥିଲା। କିନ୍ତୁ ଏ ନୃତ୍ୟ ବର୍ତ୍ତମାନ ଅବହେଳିତ ଓ ଲୋକାଭିମୁଖି ହୋଇପାରୁନାହିଁ।

ଭାରତ ଲୀଳା :- ୧୮ଶ ଶତାବ୍ଦୀର ଦୀନବନ୍ଧୁ ଦାସ ଯେକି ନୟାଗଡ଼ ଅଞ୍ଚଳର ଥିଲେ ତାହାଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ଏ ଭାରତ ଲୀଳା। ଏହା ଏକ ପ୍ରସିଦ୍ଧ ଲୋକନୃତ୍ୟ ଗଞ୍ଜାମ,ନୟାଗଡ଼ ଇତ୍ୟାଦି ଅଞ୍ଚଳର। ଏହା ଏକ ଲୋକନାଟକ ବା ଏଥିରେ ମହାଭାରତର ବିଭିନ୍ନ ପ୍ରସଙ୍ଗକୁ ନେଇ ଅଭିନୟ ବା ନାଟକ ପରିବେଷଣ କରାଯାଏ । ଏଥିରେ ଏକ ମୁଖ୍ୟ ଚରିତ୍ର ହେଉଛି ଦୁଆରୀ,ତେଣୁ ସେଇ ଚରିତ୍ର ଅନୁଯାୟୀ ଏହାର ଏକ ଅନ୍ୟ ନାମ ଦୁଆରୀ ନାଟ। ଏହା ଏକ କୌତୁହଳର ନାଟକ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ଏଥିରେ ପଚରାଯାଇ ଥାଏ। ବିଶେଷ ଭାବେ ଏହା ଗଞ୍ଜାମ ଅଞ୍ଚଳରେ ବା ସେହି ଉପକୂଳ ଓଡି଼ଶାରେ ଏହାର ବହୁଳ ଭାବରେ ବ୍ୟବହୃତ କରାଯାଉଥିଲା। ଏହା ସାଧାରଣତଃ ୧୦ ରୁ ୧୨ ଘଣ୍ଟାର କାର୍ଯ୍ୟକ୍ରମ। ଭାରତ ଲୀଳା ଏକ ଦୃଷ୍ଟିରୁ ଏକ ଅନନ୍ୟ ଗୁରୁତ୍ବ ବହନ କରେ। ଏହା ଏକ ଦୃଷ୍ଟିରୁ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରେ ଦର୍ଶକମାନଙ୍କର ଏହାର କାରଣ ଏକ ପ୍ରକଖର ସ୍ବତନ୍ତ୍ର ଲୋକବାଦ୍ୟ ଓ ଚାରିଜଣ କଳାକାର ଯଥା, ଦ୍ବାରୀ ବା ଦୁଆରୀ, ଅର୍ଜୁନ, ସୁଭଦ୍ରା ଓ ସତ୍ୟଭାମା । ଏହାର ଇତିହାସରୁ ଜଣାଯାଏ , ଏହି ଗିତୀ-ନାଟକୁ ପ୍ରଥମେ ସମସ୍ତେ ଗ୍ରହଣ କରୁନଥିଲେ କାରଣ ଦୀନବନ୍ଧୁ ଦାସ ଥିଲେ ବାଉରୀ ତେଣୁ ତେଣୁ ଉଚ୍ଚବର୍ଗର ଲୋକମାନେ ଏହାକୁ ଗ୍ରହଣ କରୁନଥିଲେ। ଦୀନବନ୍ଧୁ ଦାସଙ୍କ ପରେ ତାଙ୍କ ଲେଖାରେ ବହୁତ ଛାନ୍ଦ ଚଉପଦୀ ଇତ୍ୟାଦି ଯୋଡି଼ବାରୁ ଏହା ସର୍ବଜନାଗ୍ରହ ହେଲା।କିନ୍ତୁ ବର୍ତ୍ତମାନ ଏହା ଆଉ ସବୁଆଡେ ଦେଖିବାକୁ ମିଳେନାହିଁ। ଆଧୁନିକତାର ବିକାଶରେ ଏହା ଲୁଚି ଲୁଚି ଯାଉଛି।

ମାହାରୀ :- ଏହି ନୃତ୍ୟ ଶ୍ରୀ ମନ୍ଦିରର ସହ ଓତପ୍ରୋତ ଭାବେ ଜଡି଼ତ ଏହାର ଉତ୍ପତି ଆଜକୁ ୧୦୦୦ ବର୍ଷ ତଳେ ଗଙ୍ଗବଂଶର ରାଜା ଚୋଡ଼ଗଙ୍ଗଙ୍କ ଦ୍ବାରା ମହାପ୍ରଭୁଙ୍କ ନିମନ୍ତେ ପ୍ରଚଳନ କରାଯାଇଥିଲା। ଏହା ଯେଉଁମାନେ ନୃତ୍ୟରେ ପରିବେଷଣ କରନ୍ତି ସେମାନଙ୍କୁ ମାହାରି ବା ଦେବଦାସୀ କୁହାଯାଏ। ଏ ଦେବଦାସୀ ସମ୍ପୁର୍ଣ୍ଣ ଭାବେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦିଅନ୍ତୁ। ଶେଷ ଜୀବନ ଯାଏଁ ମହାପ୍ରଭୁଙ୍କୁ ହିଁ ନିଜର ସ୍ବାମୀ ଵୋଲି ମାନନ୍ତି। ତେବେ ଏ ସେବା ପ୍ରଚଳନ କରାଯାଇଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ସଂଗୀତରେ ନୃତ୍ୟ ପରିବେଷଣ କରିବା। ଏହା ଓଡି଼ଶୀ ଓ ଗୋଟିପୁଅର ଏ ସମିଶ୍ରଣ ନୃତ୍ୟ ବୋଲି ଧରାଯାଏ। ମହାପ୍ରଭୁଙ୍କ ପହଡ଼ ବା ନିଦ୍ରା ଯିବା ପୂର୍ବରୁ ତାଙ୍କ ସମ୍ମୁଖରେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଗାନକରି, ନୃତ୍ୟ ପରିବେଷଣ କରାଯାଏ। କିନ୍ତୁ ବର୍ତ୍ତମାନ ଏହି ସେବା ଆଉ ନାହିଁ କିନ୍ତୁ କିଛି କିଛି ମଞ୍ଚରେ ଏହା ବର୍ତ୍ତମାନ ପରିବେଷଣ କରାଯାଉଛି। ଏହାର ବ୍ୟାପ୍ତି ପ୍ରମୁଖ ଭାବେ ଗୁରୁ ପଙ୍କଜ ଚରଣ ଦାଶଙ୍କ ଦ୍ବାରା ହୋଇଥିଲା। ସେ ହେଉଛନ୍ତି ମାହାରୀ ନୃତ୍ୟର ଜଣେ ଅନନ୍ୟ ନାୟକ ସେ ମାହାରୀରକୁ ଅନେକ ସ୍ଥାନରେ ପରିବେଷଣ କରି ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ। ବର୍ତ୍ତମାନ “ଗୁରୁ ପଙ୍କଜ ଚରଣ ଦାଶ ଗବେଷଣା ଅନୁଷ୍ଠାନ” ଦ୍ବାରା “ମାହାରୀ ସମ୍ମାନ” ମଧ୍ୟ ପ୍ରଦାନ କରାଯାଉଛି। ସେ ଯାହା ହେଉନା କାହିଁ ଏହାର ବ୍ୟାପ୍ତି ଆଉ ସେତେଟା ନାହିଁ କି ଆଉ ନାହାନ୍ତି ଦେବଦାସୀ। ତେଣୁ ଏହା ଲୁଚି ଲୁଚି ଯାଉଛି।

Related posts