ଇନରହ୍ବିଲ୍‌ କ୍ଲବ୍‌ କଟକ ସେଣ୍ଟ୍ରାଲ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

କଟକ: ଇନରହ୍ବିଲ କ୍ଲବ୍ କଟକ ସେଣ୍ଟ୍ରାଲ ପକ୍ଷରୁ ନ୍ୟାସନାଲ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଡାକ୍ତରମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ। ବିଶେଷ କରି ଏହି କରୋନା ଯୋଦ୍ଧାମାନଙ୍କର କୋଭିଡ୍‌ ମହାମାରୀ ସମୟରେ ତୁଲାଇଥିବା ଭୂମିକା ପ୍ରଶଂସନୀୟ ବୋଲି କ୍ଲବ୍‌ର ସଭାପତି ମିନାକ୍ଷୀ ମିଶ୍ର ମତବ୍ୟକ୍ତ କରିଥିଲେ। କ୍ଲବ୍‌ ସମ୍ପାଦିକା ବାଣୀ ନିର୍ମାଲ୍ୟ ଇନରହ୍ବିଲ୍‌ ପ୍ରାର୍ଥନା ପାଠ କରିଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ବରର ପ୍ରେସିଡେଣ୍ଟ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, ଏସସିବି ମେଡିକାଲର ଅବସରପ୍ରାପ୍ତ ପ୍ରଫେସର ଓ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ମିହିର କୁମାର ମହାପାତ୍ର ଏବଂ ସର୍ଜନ ଡକ୍ଟର ମହମ୍ମଦ ଆଲମଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ପର୍ଦ୍ଧିତ କରାଯାଇଛି।

ଚାର୍ଟାର୍ଡ ସଭାପତି ମଞ୍ଜୁ ନାୟକ , ପିପି ସୁରମା ମହାନ୍ତି, ଆଇଏସଓ ପଲ୍ଲବୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ପିପି ସୁଜାତା ମହାପାତ୍ର, ପିପି ସବିତା ଖଣ୍ଡେଇ, ପିପି ନୀରଜବାଳା ଦାସ ଉପଢୌକନ ପ୍ରଦାନ କରିଥିଲେ। ସୁସ୍ମିତା ମହାନ୍ତି, ସୁଜାତା ହୋତା, ପିପି ଗିରିଜା, ନନ୍ଦିନୀ ପ୍ରହରାଜ, ପ୍ରମିଳା ଦାସ ଏବଂ ଜ୍ୟାନୀ କାନୁନଗୋ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ଅନ୍ୟ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ।

Related posts