ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜୀବନ, ୫ ଗୁରୁତର

ସୋନପୁର: ମଙ୍ଗଳବାର ସକାଳୁ ଦୁଃଖଦ ଖବର ଆସି ପହଞ୍ଚିଛି। ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଥିବାବେଳେ ୫ ଗୁରୁତର ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ରାସ୍ତାକଡ଼ରେ ଥିବା ଅଟୋ ଓ ବାଇକକୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଏପରି ଏକ ଦୁର୍ଘଟଣା ଘଟି ଅଟୋରେ ଥିବା ୭ ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ଆହତଙ୍କ ସମେତ ସମସ୍ତ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Related posts