ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କର ଜନ୍ମଦିବସ। ତାଙ୍କ ଜନ୍ମଦିନରେ ତାଙ୍କ ସ୍ମୃତିକୁ ମନେପକାଇ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା। ତେବେ ଆଜି ଆମେ ଦେଖିବା ଗାନ୍ଧୀଜିଙ୍କର ଓଡି଼ଶା ଆଗମନ ବିଷୟରେ।
ଆମେ ତାଙ୍କୁ ବାପୁ କହିଲେ ଜାଣୁ, ଦେଶ ଓ ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନଦାସ କରମଚାନ୍ଦ ଗାନ୍ଧୀ ଏକ ନାମ କେବଳ ନୁହଁ ଆଜି ଯଦି ଏ ଭାରଣ ଭୂମି ହସୁଛି ତାହାର ଏକ ମହାନ ବିନ୍ଧାଣୀ ହେଲେ ବାପୁ। ପ୍ରତିଟି ମନରେ ତାଙ୍କ ସ୍ମୃତି ଆଜି ମଧ୍ୟ ଉଜ୍ଜୀବିତ ହୋଇ ରହିଅଛି।ସେ ସମୟରେ ଯଦି କୌଣସି ପରିବାର ବା ଏକାଧିକ ପରିବାର ଦୁଃଖରେ କଷ୍ଟରେ ଚଳୁଥିଲେ ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଶେଷତଃ ଦଳିତ ପରିବାର, ଗାନ୍ଧୀଜି ଥିଲେ ତାଙ୍କର ସ୍ବର। ମହାତ୍ମା ଗାନ୍ଧୀହିଁ ତାଙ୍କର ନେତୃତ୍ୱ ନେଇ କରୁଥିଲେ ଆନ୍ଦୋଳନ ବ୍ରିଟିସ ସରକାରଙ୍କ ବିରୋଧରେ।
ଗାନ୍ଧୀଜି ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଆନ୍ଦୋଳନ କରିଛନ୍ତି ଓ ଅନେକ ସ୍ଥାନକୁ ମଧ୍ୟ ଯାଇଛନ୍ତି। କିନ୍ତୁ ସେ ଓଡି଼ଶାକୁ ମଧ୍ୟ ବହୁବାର ଆସିଛନ୍ତି, ଆଠଥର ଆସିଛନ୍ତି ଓଡି଼ଶା ଗାନ୍ଧୀଜି।ଯେତବେଳେ ସେ ଓଡି଼ଶା ଆସନ୍ତି ତାଙ୍କ ସାଙ୍ଗରେ ସର୍ବଦା ରହିଥିବେ ଗୋପବନ୍ଧୁ ଦାସ। ଗାନ୍ଧୀଜି ହିନ୍ଦୀ ଭାଷାରେ ଭାଷଣ ଦେଲେ ତାହାକୁ ଓଡି଼ଆରେ ଅନୁବାଦ କରାନ୍ତି ପଣ୍ଡିତ ଗୋପବନ୍ଧୁ।

ପ୍ରଥମ ଓଡ଼ିଶା ଆଗମନ, ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ରୁ ୨୯ ପର୍ଯ୍ୟନ୍ତ।
ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡି଼ଶା ଆସିଥିଲେ ମହାତ୍ମା ଗାନ୍ଧୀ। କଟକ,ଭଦ୍ରକ,ପୁରୀ ଓ ବ୍ରହ୍ମପୁର ଗସ୍ତ କରିଥିଲେ।
.୨୩ ମାର୍ଚ୍ଚରେ ଓଡି଼ଶାର କଟକ ଜିଲ୍ଲାରେ ପ୍ରଥମ ଥର ଗାନ୍ଧୀଜି କରିଥିଲେ ସଭା। କଟକର ଐତିହାସକ କଦମରସୁଲ ପଡି଼ଆରେ ବ୍ରିଟିସ ବିରୁଦ୍ଧରେ ଅସହଯୋଗ ପାଇଁ ଆହ୍ବାନ ଦେଇଥିଲେ। ଏହାର ପରେ ପରେ କଟକର ବିନୋଦବୀହାରି ଠାରେ ମହିଳାଙ୍କ ସଶକ୍ତି ପାଇଁ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ। ସେ ସମୟରେ କାଠଯୋଡି ନଦୀପଠାରେ ହୋଇଥିଲା ସଭା,ତାଙ୍କୁ ଶୁଣିବା ପାଇଁ ହୋଇଥିଲା ହଜାର ହଜାର ଲୋକଙ୍କର ସମାଗମ।
.୨୫ମାର୍ଚ୍ଚ କଟକ ପରେ ସେ ଯାଇଥିଲେ ଭଦ୍ରକ ଜିଲ୍ଲା, ସାଧାରଣ ଲୋକଙ୍କର ଆହ୍ବାନକ୍ରମେ ଭଦ୍ରକର ଗାନ୍ଧୀ ପଡି଼ଆରେ ହୋଇଥିଲା ଏକ ବିଶାଳ ସାଧାରଣ ସଭା। ଲୋକଙ୍କର ଉଦ୍ଦେଶ୍ୟରେ ଗାନ୍ଧୀଜି ସେଠାରେ ସମ୍ବୋଧନ ଦେଇଥିଲେ। ସେଠାରୁ ପୁରୀ ଯିବା ବାଟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ବୁଲି ଦେଖିଥିଲେ ଗାନ୍ଧୀଜି।
.୨୭ମାର୍ଚ୍ଚ ମାର୍ଚ୍ଚ ୨୭ତାରିଖରେ ପୁରୀରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ ଗାନ୍ଧୀଜି। ବ୍ରିଟିସ ସରକାରଙ୍କ ବିରୋଧରେ ଏ ସଭା ଆୟୋଜିତ ହୋଇଥିଲା।
ଦ୍ଵିତୀୟ ଥର ଓଡି଼ଶା ଆଗମନ ୧୯୨୫ ମସିହା ଅଗଷ୍ଟ ମାସ ୧୯ ରୁ ୨୦
ଦ୍ବିତୀୟ ଥର ପାଇଁ ୧୯୨୫ ମସିହାରେ ଓଡି଼ଶା ଆସିଥିଲେ ଗାନ୍ଧୀଜି। ଅଗଷ୍ଟ ମାସ ୧୯ ତାରିଖ କଟକରେ ସ୍ଥାନୀୟ ଜନସଭା ମାନ କରିଥିଲେ ଓ ପରେ ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ବୁଲିଦେଖିଥିଲେ।
ତୃତୀୟ ଥର ଓଡି଼ଶା ଆଗମନ , ୧୯୨୭ ମସିହା ଡିସେମ୍ବର ମାସ ୪ ରୁ ୨୧
ତୃତୀୟ ଥର ଲାଗି ଓଡି଼ଶାରେ ଆଉଥରେ ଲୋକମାନେ ପାଇଥିଲେ ଗାନ୍ଧୀଜିଙ୍କୁ। ଏହିଥର ଲୋକମାନଙ୍କର ସମସ୍ୟାକୁ ବୁଝୁଥିଲେ ଜାତିର ପିତା।
. ଏହି ଦିନ ମାନଙ୍କରେ ତାଙ୍କ ପ୍ରିୟ ଅନେକ ଖଦି କାରିଗର ଓ ଖଦି ଉତ୍ପାଦନ କେନ୍ଦ୍ର ବୁଲିଦେଖିଥିଲେ ଗାନ୍ଧୀଜି। ବ୍ରହ୍ମପୁର ମଧ୍ୟ ଗସ୍ତ କରିଥିଲେ।
.ଭଦ୍ରକର ଜିଲ୍ଲାର ବାସୁଦେବପୁରରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ତାଙ୍କ ଦୁଃଖ ଶୁଣିଥିଲେ।
. ଏହି ଭ୍ରମଣ ସମୟରେ ସେ ଅସୁସ୍ଥ ହୋଇପଡି଼ବାରୁ କଟକର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଘରେ କିଛି ଦିନ ସମୟ କାଟିଲେ ଓ ଡିସେମ୍ବର ୨୦ ତାରିଖରେ କଟକରେ ଏକ ବିଶାଳ ଜନସଭା କରି ୨୧ ତାରିଖରେ ଓଡି଼ଶା ଛାଡି଼ଥିଲେ।
ଚତୁର୍ଥ ଆଗମନ, ୧୯୨୮ ମସିହା ଡିସେମ୍ବର ୨୨ ତାରିଖ
ଚତୁର୍ଥଥର ପାଇଁ କଲିକତା ଯିବା ଵାଟରେ ଅଟକି ଯାଇଥିଲେ ସେ।
. ୨୨ଡିସେମ୍ବରରେ ସେ ଝାରସୁଗୁଡା ଓ ସମ୍ବଲପୁର ଆସିଥିଲେ। ଜାରସୁଗୁଡାରେ ସେ ଏକ କଂଗ୍ରେସ ସଭାରେ ଯୋଗ ଦେଇଥିଲେ। ଫେରିଯିବା ପୁର୍ବରୁ ସମ୍ବଲପୁରରେ ଏକ ସଭା କରି ଲୋକମାନଙ୍କୁ ସମ୍ବୋଧିତ କରିଥିଲେ ଓ ଲୋକମାନଙ୍କର ଦୁଖ ଦୁର୍ଦ୍ଦଶା ବୁଝିଥିଲେ।
ପଞ୍ଚମ ଥର ଆଗମନ, ୧୯୩୪ ମସିହା ମେ ମାସ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ।
ପଞ୍ଚମ ଥର ଲାଗି ଆସି ଏକାଧିକ ସ୍ଥାନ ଭ୍ରମଣ କରିଥିଲେ ଗାନ୍ଧୀଜି। ଝାରସୁଗୁଡା,ସମ୍ବଲପୁର,ଭଦ୍ରକ,ପୁରୀ ଓ କଟକ ଜିଲ୍ଲା ଏହି ଦିନମାଙ୍କର ଗସ୍ତ କରିଥିଲେ।
.୫ମେ ସମାଜରେ କିପରି ସମସ୍ତେ ଏକ ହୋଇ ଚଳିବେ, ସମାଜରେ କିପରି ଛୁଆଁ ଅଛୁଆଁ ଭେଦଭାବ ଦୂର ହେବ ସେଥିପାଇଁ ମେ୫ ରେ ଝାରସୁଗୁଡାରୁ ଏକ ସଚେତନ
ପଦଯାତ୍ରା କରିଥିଲେ ଗାନ୍ଧୀଜି।
.୬ମେ ପରଦିନ ଅର୍ଥାତ ମେ ୬ରେ ଭଦ୍ରକ ଯାଇ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଗାନ୍ଧୀଜି।
.୮ମେ–ସେ ମେ ମାସ ୭ ତାରିଖରେ ପୁରୀରେ ଯାଇ ପହଞ୍ଚିଥିଲେ। ମେ ୮ରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ପ୍ରତିମୁର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହାପରେ ହରିଜନଙ୍କର ସାମାଜିକ ଉନ୍ନତି ପାଇଁ ପୁରୀରୁ କଟକ ଯାଏଁ ପଦଯାତ୍ରା କରିଥିଲେ ଗାନ୍ଧୀଜି।ସେ ଏହି ପଦଯାତ୍ରା ସମୟରେ ଅନେକ ଯାଗରେ ରହିଥିଲେ ଯଥା, କାଦୁଆ ଆଶ୍ରମ, ସତ୍ୟଭାମାପୁର ଓ ବାଲିଅନ୍ତା ଆଦି ସ୍ଥାନରେ। ମେ ୧୬ରେ ପାଟାଣା ନିମନ୍ତେ ଓଡି଼ଶାକୁ ଛାଡିଥିଲେ।
ଷଷ୍ଠ ଆଗମନ, ୧୯୩୪ ମସିହା ମେ ମାସ ୨୧ ତାରିଖରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ।
ଏହା ଏକ ଦୀର୍ଘ ଦିନର ଯାତ୍ରା ଥିଲା ବାପୁଙ୍କର ଏହା ଥିଲା ଏକ ପଦଯାତ୍ରା ନିମନ୍ତେ। ଦଳିତ ଓ ହରିଜନ ମାନଙ୍କର ସାମାଜିକ ନ୍ୟାୟ ଓ ଅଧିକାର ନିମନ୍ତେ ସେ ଯାଯପୁର ବଇରି ରେଳ ଷ୍ଟେସନ ଠାରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ସମୟରେ ସେ ଆହୁରି ମଧ୍ୟ କଟକ, କେନ୍ଦ୍ରାପଡା, ଭଦ୍ରକ ଇତ୍ୟାଦି ସ୍ଥାନକୁ ଯାଇଥିଲେ।
ସପ୍ତମ ଆଗମନ, ୧୯୩୮ ମସିହା ମାର୍ଚ୍ଚମାସ ୨୫ ରୁ ୩୧ ତାରିଖ।
ସପ୍ତମ ଆଗମନରେ ଗାନ୍ଧୀଜି ଓଡି଼ଆରେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗାନ୍ଧୀ ସେବାସଂଘ ପକ୍ଷରୁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ଦେଇଥିଲେ। ଏହାପରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଗ୍ରାମର ବେରାବୋଇ ଅଞ୍ଚଳରେ କୃଷି ଓ ଗ୍ରାମଞ୍ଚଳ ଉଦ୍ୟୋଗ କର୍ମଶାଳାରେ ଯୋଗ ଦେଇଥିଲେ ଗାନ୍ଧୀଜି। ଏହି ସଭାରେ ମଧ୍ୟ ତାଙ୍କ ସହ ଥିଲେ ସର୍ଦ୍ଦାର ବହ୍ଳଭଭାଇ ପଟେଲ ଓ ଡ଼.ରାଜେନ୍ଦ୍ର ପ୍ରସାଦ।
ଅଷ୍ଟମ ବା ଶେଷ ଆଗମନ, ୧୯୪୬ ମସିହା ଜାନୁୟାରୀ ମାସ।୨୦ ତାରିଖ।
ଶେଷଥର ପାଇଁ ଚେନ୍ନାଇ ଯିବା ବାଟରେ ଓଡି଼ଶା ଦେଇ ଯାଇଥିଲେ ଗାନ୍ଧୀଜି। ରେଳଯାତ୍ରା କଲା ସମୟରେ ସେ ଓଡି଼ଶାର ବାଲେଶ୍ବର,ଭଦ୍ରକ,କଟକ ଓ ବ୍ରହ୍ମପୁର ଷ୍ଟେସନରେ ତାଙ୍କ ସମର୍ଥକ ମାନଙ୍କୁ ଭେଟିଥିଲେ ଓ ଓଡି଼ଶା କଥା ବୁଝିଥିଲେ।
ଏହାଥିଲା ଗାନ୍ଧୀଜିଙ୍କର ଓଡି଼ଶା ଆସିବାର କଥା। ତେଵେ ଯେବେ ମଧ୍ୟ ଓଡି଼ଶା ଆସିଛନ୍ତି ନିଶ୍ଚିତ ଓଡି଼ଶାର ଲୋକମାନଙ୍କର ଦୁଃଖ ଶୁଣିଛନ୍ତି।
