ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଜାତୀୟ ଦଳର ଜର୍ସି ପିନ୍ଧିନାହାନ୍ତି । ତଥାପି ଫେରିବାର ଆଶା ଛାଡ଼ିନାହାନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ଆସନ୍ତା ସେପ୍ଟେମ୍ବର ମାସରେ ୩୬ ବର୍ଷରେ ପାଦ ଦେବାକୁ ଥିବା ଶାମିଙ୍କ ପାଇଁ ଏବେ ଏକମାତ୍ର ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ୍ । ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶାମି ଶେଷଥର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ । ଏହାପରଠାରୁ ଜାତୀୟ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଘରୋଇ କ୍ରିକେଟ୍ରେ କିନ୍ତୁ ସେ ଦବ୍ଦବା ଦେଖାଇଆସିଛନ୍ତି । ଗତ ରଣଜୀ ଟ୍ରଫିରେ ୭ଟି ମ୍ୟାଚ୍ରୁ ୩୭ ୱିକେଟ୍ ନେଇଥିବା ଶାମି ବିଜୟ ହଜାରେ ଟ୍ରଫିର ୭ଟି ମ୍ୟାଚ୍ରେ ମଧ୍ୟ ୧୫ ୱିକେଟ୍ ହାସଲ କରିଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ କେବଳ ବୋଲିଂ ନୁହେଁ,…
Month: August 2026
ନିର୍ମାଣରେ ଗୁଣବତ୍ତାକୁ ପ୍ରାଥମିକତା: ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ପ୍ରକଳ୍ପରେ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ରାଜ୍ୟରେ ସରକାରୀ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ଆହୁରି କଡ଼ାକଡ଼ି ହେବ। ନିର୍ମାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବାକୁ ପୂର୍ତ୍ତ ବିଭାଗ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛି। ନୂଆ ବ୍ୟବସ୍ଥାରେ ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ସମସ୍ତ ପ୍ରକଳ୍ପ ପାଇଁ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ ହୋଇଛି। ପୂର୍ତ୍ତ ବିଭାଗର RD&QP ୱିଙ୍ଗ ବିନା କୌଣସି ଯାଞ୍ଚ କିମ୍ବା ପରୀକ୍ଷା ଶୁଳ୍କରେ ଏହି ଅଡିଟ୍ କରିବ। ଅଡିଟ୍ରେ ଠିକାଦାରଙ୍କ କାର୍ଯ୍ୟପଦ୍ଧତିଠାରୁ ନିର୍ମାଣ ସାମଗ୍ରୀର ମାନ, ପରୀକ୍ଷାଗାରର କ୍ଷମତା, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଓ ନିର୍ମାଣ ପ୍ରକ୍ରିୟା ପର୍ଯ୍ୟନ୍ତ ଯାଞ୍ଚ ହେବ। ଏହାସହ ସୁରକ୍ଷା ମାନଦଣ୍ଡ, ପରିବେଶ ସୁରକ୍ଷା ଓ ଶ୍ରମ ଆଇନ ପାଳନକୁ ମଧ୍ୟ ଯାଞ୍ଚ ପରିସରରେ ରଖାଯାଇଛି। ପ୍ରକଳ୍ପ ତଦାରଖ କରୁଥିବା ପରାମର୍ଶଦାତା…
