କାର୍ତ୍ତିକ ପୂର୍ଣ୍ଣିମା / ବୋଇତ ବନ୍ଦାଣ ଉତ୍ସବ କାହିଁକି ହୁଏ ?

boita bandana

କୁହୁଡିର ସ୍ପର୍ଷରେ ଯେତବେଳେ ଶିତୁଆ ସକାଳ ସ୍ବାଗତ ଜଣାଏ ଗାଁର ସବୁ ଘରେ ଚରୁଠାରେ ଜଳୁଥାଏ ଦୀପ। କାର୍ତ୍ତିକ ! ଚତୁଃମାସର ଶେଷ ମାସ ଧର୍ମ ମାସ କାର୍ତ୍ତିକର ଶେଷ ଦିନ ଯାହାକୁ ଆମେ ସାଧାରଣତଃ କହୁ କାର୍ତ୍ତିକ ପୁର୍ଣ୍ଣିମା, ପରିଚୟ ଦେଇଥାଏ ସମଗ୍ର ଓଡି଼ଶାର ପ୍ରାଚିନ ନୌବାଣିଜ୍ୟର,ଯାହାର ସ୍ମୃତିକୁ ସ୍ମରଣ କରି ଆମେ ଭସାଇଥାଉ ଡଙ୍ଗା।

ଆଜି ଆମେ ଯେପରି ଟଙ୍କା ଦେଇ ବସ୍ତୁ କ୍ରୟ କରୁଛେ ଆଜକୁ ୧୦୦୦ , ୨୦୦୦ ବର୍ଷ ତଳେ ତାହା ନଥିଲା। ସେତବେଳେ ବସ୍ତୁର ହିଁ ଅଦଳ ବଦଳ ହେଉଥିଲା। ଆମେ ଯଦି ଆମ ଓଡି଼ଶାକୁ ଦୃଷ୍ଟିଗୋଚରକୁ ଆଣିବା ଓଡି଼ଶା ହେଉଛି କଳାର ଦେଶ । ଆଜକୁ ୧୦୦୦ ବର୍ଷ ପୂର୍ବେ ଆମର ସାଧବ ମାନେ ବହୁତ ଥିଲେ ଯେ କି ଏ ବ୍ୟବସାୟ କରୁଥିଲେ। ତେବେ ସେମାନେ ଜଳମାର୍ଗରେ ହିଁ ନୌକା ସାହାର୍ଯ୍ୟରେ ହିଁ ଯାଉଥିଲେ ବ୍ୟବସାୟ କରିବାକୁ। ଯେହୁତୁ ଉତ୍କଳ ରାଜ୍ୟ କଳାର କ୍ଷେତ୍ର ସାଧାରଣତଃ ସାଧବ ପୁଅମାନେ ପଥର ଖୋଦେଇ ମୁର୍ତ୍ତି, ରେଶମ ଆଦି ବିଭିନ୍ନ କିସମର ସାଢି଼, ଓଡି଼ଶାର ବିଭିନ୍ନ କିସମର ସୁଗନ୍ଧିତ ଧାନ ବା ଚାଉଳ ଓ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଏହାର ବଦଳରେ ସେ ଆଣନ୍ତି ବିଭିନ୍ନ କିସମର ଗୋଟା ମସଲା ମସଲା, ସୁନା, ବିଭିନ୍ନ କିସମର ରତ୍ନ ପଥର ଇତ୍ୟାଦି। ତେବେ ସେମାନେ ଯାତ୍ରାର ଅୟମାରମ୍ଭ କରନ୍ତି ଏଇ କାର୍ତ୍ତିକ ପୁର୍ଣ୍ଣିମା ଠାରୁ।
ତାଙ୍କର ଏ ଯାତ୍ରା ଥାଏ ବହୁତ ଲମ୍ବା ବହୁତ ଦୂର ଦେଶକୁ ଯାଆନ୍ତି ସେମାନେ, ଯଥା ଭିଏତନାମ, ଜାଭା, ସୁମାତ୍ରା, ବାର୍ଲି, ଇଣ୍ଡୋନେସିଆ ଆଦି ଦୂର ଦେଶ। ଏଥିରୁ ଆମେ ଗୋଟିଏ କଥା ଲକ୍ଷ କରୁଛେ ବ୍ୟବସାୟ ତ ହେଉଥିଲା କିନ୍ତୁ ତାର ସଙ୍ଗେ ସଙ୍ଗେ ଆମର ଯେଉଁ ଓଡି଼ଶାର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସେମାନେ ବିଭିନ୍ନ ଦେଶରେ ପରିବ୍ୟାପ୍ତ କରାଉଥିଲେ। ତେଣୁ କରି ଆଜି ମଧ୍ୟ ଏହି ଦେଶ ମାନଙ୍କରେ ଗୋଟିଏ ଦିନରେ ଆମର କାକରା ପିଠା ଆଦି କରି ଭୋଜନ କରିଥାନ୍ତି।

ଆ କା ମା ବୈ
ପ୍ରଚଳିତ ଡଙ୍ଗା ଭସାର ପ୍ରଥମ ପଂକ୍ତି ବା ଧାଡି଼। ଆମେ ସମସ୍ତେ ଡ଼ଙ୍ଗା ଭସାଇଲା ବେଳେ ବୋଲୁଥାଉ ଏହାକୁ। ଆ, କା ମା, ବୈ ର ଅର୍ଥ ଯଦି ଆମେ ଜାଣିବା, ଆ – ଆଷାଢ଼, କା-କାର୍ତ୍ତିକ , ମା- ମାଘ , ବୈ -ବୈଶାଖ। ତେବେ ଏହି ପବିତ୍ର ଚାରି ମାସକୁ ଦର୍ଶାଏ ଆକାମାଵୈ। ତେବ ସେ ଯାହା ହେଉନା କାହିଁକି ଆମର ପରମ୍ପରା ଓ ସଂସ୍କୃତି ଅତି ପ୍ରାଚୀନ ଏହା ଅନୁମେୟ। ତେଣୁ ଆମେ ସେହି ସାଧବ ପୁଅ ମାନଙ୍କୁ ମନେ ପକାଇ ଅଦ୍ୟାବଧି ଡଙ୍ଗା ଭସାଉଛେ ଓ ବୋଲୁଛେ, “ଆ କା ମା ବୈ ପାନ ଗୁଆ ଥୋଇ , ପାନ ଗୁଆ ତୋର ମାସକ ଧରମ ମୋର।

ଉପସ୍ଥାପନା: ଆଫତାବ

Related posts