ASUS ଡୁଆଲ ସ୍କ୍ରିନ ଟଚ ଲାପଟପ

ବାଙ୍ଗାଲୋର: ପ୍ରତ୍ୟକ ଦିନ, ଦୁନିଆରେ କିଛି ନା କିଛି ନୂଆ ଜିନିଷ, ନୂଆ ଟେକ୍ନୋଲୋଜି ଇତ୍ୟାଦି ଆମ ଆଖି ସାମ୍ନାକୁ ଆସେ | ନୂଆ ଜିନିଷ ଦେଖିବାକୁ ଯେମିତି ଭଲ ଲାଗେ, ସେମିତି ନୂଆ ଟେକ୍ନୋଲୋଜି ମଧ୍ୟ ଆମକୁ ଆକୃଷ୍ଟ କରି ଥାଏ | ବର୍ତ୍ତମାନ ଦୁନିଆରେ ମୋବାଇଲ ଓ ଲାପଟପ ର ଚାହିଦା କାହିଁରେ କଣ ! ବଜାରକୁ ଆସୁଥିବା ନୂଆ ଲାପଟପରେ ନୂଆ ଟେକ୍ନୋଲୋଜି ସହ ନୂଆ ଫିଚର ମଧ୍ୟ ଯୁବ ବର୍ଗଙ୍କୁ ଆକୃଷ୍ଟ କରୁଛି |
ତେବେ ଆଜି ଏଠାରେ ଆମେ ଆଜି ଏମିତି ଏକ ଲାପଟପ କଥା କହିବାକୁ ଯାଉଛୁ ଯାହା, ଲଞ୍ଚ ହେବା ପରେ ଅନ୍ୟ ସମସ୍ତ ଲାପଟପ କମ୍ପାନୀକୁ ଚିନ୍ତାରେ ପକାଇ ଦେଇଥିବା ବେଳେ, ବର୍ତମାନର ସମୟ ପାଇଁ ଏକ ନୂଆ ଟେକ୍ନୋଲୋଜି |

ଏହି ଲାପଟପ ହେଉଛି ASUS କମ୍ପାନୀର ନୂଆ ଲାପଟପ; ଯାହାର ମଡେଲ ନାମ : ZenBook Pro Duo UX581GV
ତେବେ ଆସନ୍ତୁ ଜାଣିବା ଏହି ଲାପଟପର କିଛି ଖାସ ଫିଚର ବିଷୟରେ |

  1. ଡୁଆଲ ସ୍କ୍ରିନକୁ ଆପଣ ମଲ୍ଟିଟାସ୍କ ହିସାବରେ ବ୍ୟବହାର କରି ପାରିବେ |
    ଏକା ସହ 3ଟି ଆପ୍ଲିକେସନ ବ୍ୟବହାର କରି ପାରିବେ | ଗୋଟେ ସ୍କ୍ରିନରୁ ଅନ୍ୟ ଏକ ସ୍କ୍ରିନକୁ ଯିବା ବି ବହୁତ ସହଜ ହେବ | ନିମ୍ନ ସ୍କ୍ରିନରେ ଆପଣ ଚିତ୍ର କରି ପାରିବେ |
    ମୁଖ୍ୟତଃ ଫୋଟୋଗ୍ରାଫର ବା ଫୋଟୋ ଏଡିଟ ବା ଭିଡ଼ିଓ ଏଡିଟ କରୁଥିବା ଲୋକଙ୍କପାଇଁ ଏହି ଡୁଆଲ ସ୍କ୍ରିନ ବହୁତ ଉପଯୋଗୀ ହେଇ ପାରିବ |
  1. ସ୍କ୍ରୀନପ୍ୟାଡ଼ର ଉପଯୋଗ
    ସ୍କ୍ରୀନପ୍ୟାଡ଼ ଯୋଗୁଁ ଜଣେ ଏକା ସହ 2 ବା ତା ଠାରୁ ଅଧିକ ଆପ୍ଲିକେସନ ବ୍ୟବହାର କରି ପାରିବ |
    ସାଧାରଣତଃ ଆମେ ଲାପଟପରେ କାମ କଲା ବେଳେ, ଗୋଟେ ସ୍କ୍ରିନରୁ ଅନ୍ୟ ସ୍କ୍ରିନକୁ ଯିବାକୁ ବା ଗୋଟେ ଆପ୍ଲିକେସନରୁ ଅନ୍ୟ ଆପ୍ଲିକେସନ ଯିବାବେଳେ ସ୍କ୍ରିନ ମିନିମାଇଜ କରିଥାଉ | କିନ୍ତୁ ଏହି ଲାପଟପ ଦ୍ୱାରା ଆମେ ସ୍କ୍ରିନ ମିନିମାଇଜ ନକରି ବହୁ ଆପ୍ଲିକେସନରେ କାମ କରି ପାରିବା |
    ଆପଣ ନିମ୍ନ ଫୋଟୋରେ ଏହା ଦେଖିପାରିବେ |
  1. ଲାଟେଷ୍ଟ ଟେକ୍ନୋଲୋଜି |
  • ଏହି ଲାପଟପରେ ଆପଣ ପାଇବେ ବର୍ତ୍ତମାନର ଲାଟେଷ୍ଟ ଟେକ୍ନୋଲୋଜି |
  • ଇଣ୍ଟେଲ -i9, 9th-ଜେନେରେସନ, 8-କୋର ପ୍ରୋସେସର ସହ 6-ଜିବି ଗ୍ରାଫିକ୍ସ, 32 ଜିବି RAM ଓ 1ଟିବି SSD ଇଂଟରନାଲ ମେମୋରି, ଏହି ଲାପଟପରେ ଉପଲବ୍ଧ |
  • ଏହି ଲାପଟପ ଆପଲ MAC ଲାପଟପ ଅପେକ୍ଷା 43% ଅଧିକ ସ୍ପିଡ଼ରେ କାମ କରିବାର କ୍ଷମତା ରଖେ |
  • ଏହି ଲାପଟପରେ 5GHz ଟର୍ବୋ ବୁଷ୍ଟ ଟେକ୍ନୋଲୋଜି ମଧ୍ୟ ରହିଛି | ଯାହା ଆପଣଙ୍କ କାମକୁ ଅଧିକ ସ୍ପିଡ଼ କରିବା |
  • ଏହାର vRAM (ଭିଡ଼ିଓ ଗ୍ରାଫିକ୍ସ) 6-ଗିବି ଓ RTX-2060 ଜି-ଫୋର୍ସ ଗେମିଙ୍ଗ ଗ୍ରେଡ଼ର ଅଟେ |
  1. ଫ୍ରେମଲେସ ଡିଜାଇନ ଓ ବେଷ୍ଟ ସ୍କ୍ରିନ
  • ଏହି ଲାପଟପରେ ଆପଣଙ୍କୁ ମିଳିବ OLED ସ୍କ୍ରିନ, HDR ସ୍କ୍ରିନ ଓ ତା ସହ 4K UHD ସ୍କ୍ରିନ |
    (ଏହାଦ୍ୱାରା ଜଣେଇ ରଖୁଛୁ କି ବାହୁବଳୀ ସିନେମା 4K ଟେକ୍ନୋଲୋଜି ସହ ସୁଟିଂ ହୋଇଥିଲା |)
  • ସ୍କ୍ରିନ ରିଜୋଲ୍ୟୁସନ 3140 x 2160 ଅଟେ |
  1. ବେଷ୍ଟ କଲର ଆଡ଼ଜଷ୍ଟମେଣ୍ଟ ସ୍କ୍ରିନ
  • ବ୍ୟବହାର କରୁଥିବା ଲୋକଙ୍କ ଆଖି ଉପରେ ଯେପରି ପ୍ରେସର ପଡ଼ିବନାହିଁ ସେ ଭଳି କଲର ଆଡ଼ଜଷ୍ଟମେଣ୍ଟ ଅପ୍ସନ ଦିଅ ଯାଇଅଛି |
  • 100% DCI-P3 ଓ 133% sRGB କଲର ଅପ-ଗ୍ରେଡ଼େସନ ସହ ଲାପଟପ ଉପଲବ୍ଧ |
  1. ନୂଆ ମାଉସ ପ୍ୟାଡ଼ ବା ଟଚ ପ୍ୟାଡ଼
  • ଏହି ଲାପଟପରେ ମାଉସ ପ୍ୟାଡ଼କୁ ଟଚ ସ୍କ୍ରିନ କର ଯାଇଛି ଓ ତା ସହ ସେଥିରେ ନମ୍ବର ଦିଅ ଯାଇଛି; ଯାହାକି ଏକ କାଲ୍କୁଲେଟର ଭଳି କାମ ମଧ୍ୟ କରି ପାରିବ |
    (ଏହା ପୂର୍ବରୁ ମଧ୍ୟ ASUS ଅନ୍ୟ ଏକ ଲାପଟପରେ ଠିକ ଏହିପରି ଟଚ ପ୍ୟାଡ଼ ଦେଇଥିଲା |)
  1. ଫେସ ଅନଲକ ସ୍କ୍ରିନ
  • ଏହି ଲାପଟପରେ ସ୍କ୍ରିନ ଅନଲକ ପାଇଁ ଫେସ ଡିଟେକ୍ସନ ଟେକ୍ନୋଲୋଜି ମଧ୍ୟ ଦିଆ ଯାଇଛି |
  • ପୂର୍ବରୁ ଅନ୍ୟ ବହୁତ ଲାପଟପରେ ଏହି ଫିଚର ଆସି ସାରିଛି | ତଥାପି ASUS ଏହି ଟେକ୍ନୋଲୋଜି ସହଜ ଓ ଫାଷ୍ଟ କରିବାକୁ ଚେଷ୍ଟା କରିଛି |
  • ଅନ୍ଧାରରେ ଥିଲେ ବି ଏହା ଆପଣଙ୍କ ମୁହଁ ଠିକଭାବେ ଦେଖିପାରି, ଲାପଟପ ଅନଲକ କରି ପାରେ |
  1. ସୁପରଫାଷ୍ଟ କନେକ୍ଟିଭିଟି
  • ଡାଟା ଟ୍ରାନ୍ସଫର ପାଇଁ ଏହା ଏକ ସୁପରଫାଷ୍ଟ ଲାପଟପ |
  • ଏଥିରେ ଗୋଟେ HDMI ପୋର୍ଟ, 2ଟି 3.1 ପୋର୍ଟ, ଗୋଟେ 3.0 ପୋର୍ଟ: ଯାହା 40 Mbps ପର୍ଯ୍ୟନ୍ତ ଡାଟା ଟ୍ରାନ୍ସଫର କରି ପାରିବ |
  • ୱାଇଫାଇ-6 ଟେକ୍ନୋଲୋଜି ସହ ଏହା ଉପଲବ୍ଧ |

ଆପଣଙ୍କୁ ଏହି ଲାପଟପରେ ଇନବିଲ୍ଟ ALEXA ସପୋର୍ଟ ମିଳିବ | ALEXA ଏକ କୃତ୍ରିମ ସ୍ୱର | ଯାହାକୁ ଆପଣ ଲାପଟପ ପାଇଁ ଯାହା ବି ନିର୍ଦେଶ ଦେବେ ସେ ତାହା ଆପଣଙ୍କ ପାଇଁ କରି ପାରିବ |
ଆପଣ ତାକୁ ଲାପଟପ ଲାଇଟ ଜଳେଇବାକୁ କୁହନ୍ତୁ କିମ୍ବା ଗୀତ ଶୁଣେଇବାକୁ କୁହନ୍ତୁ, ସେ ସେହିଭଳି ହିଁ କରିବ |

ଏହାସହ ଆପଣଙ୍କୁ ଲାପଟପରେ ବେଷ୍ଟ ସାଉଣ୍ଡ ଟେକ୍ନୋଲୋଜି ମିଳିବ | Harman Kardonର ସାଉଣ୍ଡ ଟେକ୍ନୋଲୋଜି ଏଥିରେ ପାଇପାରିବେ |

ONLINE ଆପଣ ଏହାକୁ କିଣିପାରିବେ |

amazon.in କିମ୍ବା flikart.com ରେ ଏହା ଆପଣଙ୍କୁ ମିଳିପାରିବ |

Related posts