ଲକ୍ଷ୍ନୌ: ଲକ୍ଡାଉନ୍ କାରଣରୁ ମଣିଷ ଯେନତେନ ପ୍ରକାରେଣ ଚଳିଯାଉଛି। କିନ୍ତୁ ପଶୁଙ୍କ କଥା ନ କହିବା ଭଲ। ତେବେ କିଛି ପ୍ରଶାସନ, ଅଧିକାରୀ ଏବଂ ପଶୁପ୍ରେମୀଙ୍କ ପ୍ରୟାସ କ୍ରମେ ଏମାନଙ୍କ ପେଟକୁ ଦାନ ଯୋଗାଉଛି। ଉତ୍ତରପ୍ରଦେଶରୁ ଏବେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ କେବେ କଠୋର ବୋଲି କୁହାଯାଉଥିବା ଜଣେ ପୁଲିସ୍ ଅଧିକାରୀ ଏକ ମାଙ୍କଡ଼କୁ ଖୁଆଇ ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ମାଙ୍କଡ଼ଟିର ହାତ ନାହିଁ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ପୁଲିସ୍ ଅଧିକାରୀ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତାଙ୍କ ପାଖରେ ପସିଥିବା ଏକ ମାଙ୍କଡ଼କୁ ସେ କଦଳୀ ଖୁଆଇ ଦେଉଛନ୍ତି। ଏହାପରେ ଲୋକେ ଏହି ଭିଡିଓକୁ ବହୁତ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି। ଖୁସ୍ବୁ ସୋନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ…
Blog
କରୋନା କବଳରେ ବାଘୁଣୀ
ବାଜାବାଲା: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା ଭାଇରସ୍ ପାଇଁ ଆମେରିକାରେ ୯ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ଯେ ପଶୁ ମାନଙ୍କ ପାଖରେ ମଧ୍ୟ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି। ଏନେଇ ଅର୍ନ୍ତଜାତୀୟ ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ବ୍ରୋନେକ୍ସ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ନାଦିଆ କରୋନା ପଜିଟିଭରେ ଚିହ୍ନଟ ହୋଇଛି। ଆମେରିକା କୃଷି ବିଭାଗର ଜାତୀୟ ଭେଟନାରୀ ସର୍ଭିସେସ ଲାବ୍ରୋଟରୀ ମୁତାବିକ ପଶୁ ମାନଙ୍କ…