ସ୍ବପ୍ନଦୋଷ (Night Fall)

ସାଧାରଣ ଭାବରେ ସ୍ବପ୍ନଦୋଷ ରୋଗ କିଛି କୁ ଅଭ୍ୟାସର ପରିଣତି ସ୍ବରୂପ ସୃଷ୍ଟି ହୋଇଥାଏ…ଅସମୟରେ ଅପରିମିତ ବୀର୍ଯ୍ୟ କ୍ଷୟ କରିଥିବା ବ୍ୟକ୍ତି କୁ ଏହି ରୋଗ ବିଶେଷ ଭାବେ ଆକ୍ରମଣ କରିଥାଏ ॥ଉକ୍ତ ରୋଗକୁ ଜାଣିବାକୁ ହେଲେ ଆମକୁ ପ୍ରଥମେ “ବ୍ରହ୍ମଚର୍ଯ୍ୟ”ବିଷୟରେ ବା “ବ୍ରହ୍ମଚର୍ଯ୍ୟ”ର ତାତ୍ପର୍ଯ୍ୟକୁ ଜାଣିବାକୁ ପଡିବ ॥ “ବ୍ରହ୍ମ”ଶବ୍ଦର ଅର୍ଥ ହେଲା –୧ – ବେଦ୨ – ପରମେଶ୍ବର୩ – ବୀର୍ଯ୍ୟ ବା ସତ୍ତ୍ବ“ଚର୍ଯ୍ୟ”ଶବ୍ଦର ଅର୍ଥ ହେଲା –୧ – ଅଧ୍ୟୟନ୨ – ଚିନ୍ତନ୩ – ରକ୍ଷଣସଂପୂର୍ଣ୍ଣ ଅର୍ଥ ହେଲା ଏକ ସଙ୍ଗରେ ବିଦ୍ୟାଭ୍ୟାସ,ଈଶ୍ୱର ଆରାଧନା ଓ ବୀର୍ଯ୍ୟ ରକ୍ଷଣ କାର୍ଯ୍ୟ ସାଧନ କରିବା ନିୟମ ପାଳନକୁ “ବ୍ରହ୍ମଚର୍ଯ୍ୟ”କୁହାଯାଏ ॥ଆମ୍ଭ ମାନଙ୍କର ଜୀବନ ବୀର୍ଯ୍ୟର ଅଧୀନ ଅଟେ…ଏହା ଶରୀରକୁ ଧାରଣ ଏବଂ ପୋଷଣ କରିଥାଏ…ଆଉ ଏହାକୁ କେବଳ “ବ୍ରହ୍ମଚର୍ଯ୍ୟ”ଦ୍ବାରା ହିଁ ଶରୀର ମଧ୍ୟରେ ସୁରକ୍ଷିତ…

ଶ୍ବିତ୍ର ବା ଶ୍ବେତକୁଷ୍ଠ (Leucoderma or Vitiligo)

Leucoderma

ଆଜି ଆମେ ସ୍ବାସ୍ଥ୍ୟ ପୃଷ୍ଠାରେ ଚର୍ମ ରୋଗ ସମ୍ବନ୍ଧୀୟ ଏକ ରୋଗ ସଂପର୍କରେ ଆଲୋଚନା କରିବା…ଯାହା କି ଶରୀରକୁ କୌଣସି ପ୍ରକାର କଷ୍ଟ ନଦେଲେ ମଧ୍ୟ ଶରୀରକୁ ବିକୃତ କରିଦେଇଥାଏ ତଥା ରୋଗୀ ମାନସିକ ଅବସାଦ ଭିତରେ କାଳ ବିତାଇ ଥାଏ…ଏହି ରୋଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ (Leucoderma or Vitiligo)ବୋଲି ନାଁ ଦିଆଯାଇଛି ॥ଶରୀରର କୌଣସି ଅଙ୍ଗର ତ୍ବଚାରେ ସୃଷ୍ଟି ହେବା ଧଳା ଦାଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ କୁହାଯାଏ…ଆୟୁର୍ବେଦ ଶାସ୍ତ୍ରରେ କୁଷ୍ଠ ରୋଗକୁ ୧୮ ପ୍ରକାର ଭେଦରେ ବର୍ଣ୍ଣନା କରାଯାଇଛି… ଏହି ୧୮ ପ୍ରକାର କୁଷ୍ଠ କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି…ଯଥା –୧ – ମହାକୁଷ୍ଠ (Leprosy)୨ – କ୍ଷୁଦ୍ର କୁଷ୍ଠ (Diseases of the skin)ଉପରୋକ୍ତ ଦୁଇପ୍ରକାରର ଭାଗରେ ୧୮ ପ୍ରକାର କୁଷ୍ଠକୁ ଅନ୍ତର୍ଭୁକ୍ତ କରାଯାଇଛି… ଯଥା – ମହାକୁଷ୍ଠ…