ହାତ ନାହିଁ ବୋଲି ମାଙ୍କଡ଼କୁ ଖୁଆଇଦେଲେ ପୁଲିସ୍‌ ଅଧିକାରୀ

ଲକ୍ଷ୍ନୌ: ଲକ୍‌ଡାଉନ୍‌ କାରଣରୁ ମଣିଷ ଯେନତେନ ପ୍ରକାରେଣ ଚଳିଯାଉଛି। କିନ୍ତୁ ପଶୁଙ୍କ କଥା ନ କହିବା ଭଲ। ତେବେ କିଛି ପ୍ରଶାସନ, ଅଧିକାରୀ ଏବଂ ପଶୁପ୍ରେମୀଙ୍କ ପ୍ରୟାସ କ୍ରମେ ଏମାନଙ୍କ ପେଟକୁ ଦାନ ଯୋଗାଉଛି। ଉତ୍ତରପ୍ରଦେଶରୁ ଏବେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ କେବେ କଠୋର ବୋଲି କୁହାଯାଉଥିବା ଜଣେ ପୁଲିସ୍‌ ଅଧିକାରୀ ଏକ ମାଙ୍କଡ଼କୁ ଖୁଆଇ ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ମାଙ୍କଡ଼ଟିର ହାତ ନାହିଁ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ପୁଲିସ୍‌ ଅଧିକାରୀ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତାଙ୍କ ପାଖରେ ପସିଥିବା ଏକ ମାଙ୍କଡ଼କୁ ସେ କଦଳୀ ଖୁଆଇ ଦେଉଛନ୍ତି। ଏହାପରେ ଲୋକେ ଏହି ଭିଡିଓକୁ ବହୁତ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି। ଖୁସ୍‌ବୁ ସୋନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ…