ଶ୍ବିତ୍ର ବା ଶ୍ବେତକୁଷ୍ଠ (Leucoderma or Vitiligo)

Leucoderma

ଆଜି ଆମେ ସ୍ବାସ୍ଥ୍ୟ ପୃଷ୍ଠାରେ ଚର୍ମ ରୋଗ ସମ୍ବନ୍ଧୀୟ ଏକ ରୋଗ ସଂପର୍କରେ ଆଲୋଚନା କରିବା…ଯାହା କି ଶରୀରକୁ କୌଣସି ପ୍ରକାର କଷ୍ଟ ନଦେଲେ ମଧ୍ୟ ଶରୀରକୁ ବିକୃତ କରିଦେଇଥାଏ ତଥା ରୋଗୀ ମାନସିକ ଅବସାଦ ଭିତରେ କାଳ ବିତାଇ ଥାଏ…ଏହି ରୋଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ (Leucoderma or Vitiligo)ବୋଲି ନାଁ ଦିଆଯାଇଛି ॥ଶରୀରର କୌଣସି ଅଙ୍ଗର ତ୍ବଚାରେ ସୃଷ୍ଟି ହେବା ଧଳା ଦାଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ କୁହାଯାଏ…ଆୟୁର୍ବେଦ ଶାସ୍ତ୍ରରେ କୁଷ୍ଠ ରୋଗକୁ ୧୮ ପ୍ରକାର ଭେଦରେ ବର୍ଣ୍ଣନା କରାଯାଇଛି… ଏହି ୧୮ ପ୍ରକାର କୁଷ୍ଠ କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି…ଯଥା –୧ – ମହାକୁଷ୍ଠ (Leprosy)୨ – କ୍ଷୁଦ୍ର କୁଷ୍ଠ (Diseases of the skin)ଉପରୋକ୍ତ ଦୁଇପ୍ରକାରର ଭାଗରେ ୧୮ ପ୍ରକାର କୁଷ୍ଠକୁ ଅନ୍ତର୍ଭୁକ୍ତ କରାଯାଇଛି… ଯଥା – ମହାକୁଷ୍ଠ…