ଘୋଡ଼ାରେ ବସି ‘ଦମନ’ କରିବେ ବାବୁସାନ.. ଭିନ୍ନ ଲୁକ ସହ ରିଲିଜ ହେଲା ‘ଦମନ’ର ପ୍ରଥମ ପୋଷ୍ଟର.

ବାବୁସାନଙ୍କ ନିଆରା ଚଳଚିତ୍ର ପୋଷ୍ଟର.. ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ..୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ । ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ରର ପୋଷ୍ଟର ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଡିସେମ୍ବର ୨୫ରେ ସେୟାର କରିଥିଲେ । ଚଳଚିତ୍ରଟିର ନାଁ ହେଉଛି ‘ଦମନ’। ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ । ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ଏମିତି ବି କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେବ ପୂଜା ବଜାର ଥଣ୍ଡା ପଡିଯାଇଛି.. ଯାହାଫଳରେ ବିଶେଷ ଓଡ଼ିଆ ଫିଲ୍ମ ଓଟିଟି ପ୍ଲାଟଫର୍ମ ଗୁଡିକରେ ରିଲିଜ ହେଉଥିଲା……