ଜୀ ଛାଡ଼ିବା ପରେ ଆଜ୍‌ ତକ୍‌ରେ ଯୋଗଦେଲେ ସୁଧୀର ଚୌଧୁରୀ

ନୂଆଦିଲ୍ଲୀ: ଜୀ ନ୍ୟୁଜ୍‌ (Zee News)ର ଏଡିଟର-ଇନ୍-ଚିଫ୍‌ ତଥା ସିଇଓ ପଦବୀରୁ ଇସ୍ତଫା ଦେଇଥିବା ସୁଧୀର ଚୌଧୁରୀ ଶେଷରେ ଅପେକ୍ଷାର ଅନ୍ତ ଘଟାଇଛନ୍ତି। ସେ ଅନ୍ୟ ଏକ ପ୍ରମୁଖ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଆଜ୍‌ ତକ୍‌ର (Aaj Tak) ‘କନସଲ୍ଟିଂ ଏଡିଟର’ ଭାବେ ଯୋଗ ଦେଇଛନ୍ତି। ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍‌ ଆଜ୍‌ ତକ୍ ଇଣ୍ଡିଆ ଟୁଡେ (India Today) ଗ୍ରୁପ୍‌ର ଏକ ଅଂଶବିଶେଷ। ମିଳିଥିବା ଖବର ଅନୁଯାୟୀ, ସୁଧୀର ଚୌଧୁରୀ ଆଜ୍‌ ତକ୍‌ରେ ଏକ ନୂଆ କାର୍ଯ୍ୟକ୍ରମ ହୋଷ‌୍ଟ କରିବେ। ସୁଧୀରଙ୍କ ଯୋଗଦାନ ପରେ ଚ୍ୟାନେଲ ଆହୁରି ଅଧିକ ସଫଳତା ପାଇବ ବୋଲି ଆଶା କରାଯାଉଛି।