ବହି

bajabala

ବହି, ତୁ ମୋର ପିଲାଦିନର ସାଥି,ବୁଲେଇଛୁ କେତେ ଦେଶ ବିଦେଶରେ,ଦେଖେଇଛୁ କେତେ ନଦୀ ପାହାଡ଼ ଅରଣ୍ୟରେ,ଶୁଣେଇଛୁ କେତେ ଇତିହାସ ମୋ କାନ ପାଖେ,ମୁଁ ତ ସେଇଠି ଠିଆ ହୋଇଛି, ଯୋଉଠି ତତେ ଦେଖିଥିଲି;ତୁ ମୋ ସାଥେ ସବୁଆଡେ ବୁଲିଲୁ,ତୋ ପୃଷ୍ଠା ବଦଳିଲା ପରିଧିରେ ଧିରେ ମତେ ବଦଳେଇଲୁ ;ତୁ ସେଇ ଥାକରେ ଥା ଯୋଉଠୁ ତତେ ଆଣିଥିଲି | ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ