ଜୀ ଛାଡ଼ିବା ପରେ ଆଜ୍‌ ତକ୍‌ରେ ଯୋଗଦେଲେ ସୁଧୀର ଚୌଧୁରୀ

ନୂଆଦିଲ୍ଲୀ: ଜୀ ନ୍ୟୁଜ୍‌ (Zee News)ର ଏଡିଟର-ଇନ୍-ଚିଫ୍‌ ତଥା ସିଇଓ ପଦବୀରୁ ଇସ୍ତଫା ଦେଇଥିବା ସୁଧୀର ଚୌଧୁରୀ ଶେଷରେ ଅପେକ୍ଷାର ଅନ୍ତ ଘଟାଇଛନ୍ତି। ସେ ଅନ୍ୟ ଏକ ପ୍ରମୁଖ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଆଜ୍‌ ତକ୍‌ର (Aaj Tak) ‘କନସଲ୍ଟିଂ ଏଡିଟର’ ଭାବେ ଯୋଗ ଦେଇଛନ୍ତି। ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍‌ ଆଜ୍‌ ତକ୍ ଇଣ୍ଡିଆ ଟୁଡେ (India Today) ଗ୍ରୁପ୍‌ର ଏକ ଅଂଶବିଶେଷ। ମିଳିଥିବା ଖବର ଅନୁଯାୟୀ, ସୁଧୀର ଚୌଧୁରୀ ଆଜ୍‌ ତକ୍‌ରେ ଏକ ନୂଆ କାର୍ଯ୍ୟକ୍ରମ ହୋଷ‌୍ଟ କରିବେ। ସୁଧୀରଙ୍କ ଯୋଗଦାନ ପରେ ଚ୍ୟାନେଲ ଆହୁରି ଅଧିକ ସଫଳତା ପାଇବ ବୋଲି ଆଶା କରାଯାଉଛି।

ଇନରହ୍ବିଲ୍‌ କ୍ଲବ୍‌ କଟକ ସେଣ୍ଟ୍ରାଲ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

କଟକ: ଇନରହ୍ବିଲ କ୍ଲବ୍ କଟକ ସେଣ୍ଟ୍ରାଲ ପକ୍ଷରୁ ନ୍ୟାସନାଲ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଡାକ୍ତରମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ। ବିଶେଷ କରି ଏହି କରୋନା ଯୋଦ୍ଧାମାନଙ୍କର କୋଭିଡ୍‌ ମହାମାରୀ ସମୟରେ ତୁଲାଇଥିବା ଭୂମିକା ପ୍ରଶଂସନୀୟ ବୋଲି କ୍ଲବ୍‌ର ସଭାପତି ମିନାକ୍ଷୀ ମିଶ୍ର ମତବ୍ୟକ୍ତ କରିଥିଲେ। କ୍ଲବ୍‌ ସମ୍ପାଦିକା ବାଣୀ ନିର୍ମାଲ୍ୟ ଇନରହ୍ବିଲ୍‌ ପ୍ରାର୍ଥନା ପାଠ କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ବରର ପ୍ରେସିଡେଣ୍ଟ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, ଏସସିବି ମେଡିକାଲର ଅବସରପ୍ରାପ୍ତ ପ୍ରଫେସର ଓ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ମିହିର କୁମାର ମହାପାତ୍ର ଏବଂ ସର୍ଜନ ଡକ୍ଟର ମହମ୍ମଦ ଆଲମଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ପର୍ଦ୍ଧିତ କରାଯାଇଛି। ଚାର୍ଟାର୍ଡ ସଭାପତି ମଞ୍ଜୁ ନାୟକ , ପିପି ସୁରମା ମହାନ୍ତି, ଆଇଏସଓ ପଲ୍ଲବୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ।…