ପବିତ୍ର ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)। ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ଏହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ…