ପୁଣି ଏକ ମେ’ ୨୯, ସରକାରୀ ସ୍ତରରେ ହେବ କି କିଛି ବଡ଼ ନିଷ୍ପତ୍ତି?

ଭୁବନେଶ୍ବର: ମେ’ ୨୯ ତାରିଖରେ ନବୀନ ସରକାରର ପଞ୍ଚମ ପାଳିକୁ ଦୁଇ ବର୍ଷ ପୂରିବାକୁ ଯାଉଛି। ଠିକ ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ଶାସକ ଦଳ ବିଜେଡିର ପ୍ରତିଶ୍ରୁତି ଓ କାର୍ଯ୍ୟକାରିତାର ସମୀକ୍ଷା ହେବାର ସମ୍ଭାବନା ଅଛି। ଅନ୍ୟପଟେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ଏଥିରେ କାହାକୁ କେତେ ଫାଇଦା ହେବ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ଚଳିତ ମେ’ ମାସରେ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟକ୍ରମ ଓ ଦକ୍ଷତା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା । ଏଥରକ ମନ୍ତ୍ରୀମାନଙ୍କୁ ବିଭିନ୍ନ ରାଙ୍କ୍ ମିଳିବ ମିଳିବ ବୋଲି ମଧ୍ୟ କୁହାଯାଉଥିଲା। କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହରୀ ପାଇଁ ଏହା ସ୍ଥଗିତ ରହିଛି।

Related posts

Leave a Comment