ଚାଲିଗଲେ ଚାରଣ ରାମଦାସ, ସରଳ ଭାଷାରେ ଲୋକପ୍ରିୟ ପ୍ରବଚନ ପାଇଁ ଥିଲେ ପ୍ରସିଦ୍ଧ

ଭୁବନେଶ୍ବର: ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କର ଆଜି ଦେହାନ୍ତ ହୋଇଥିବା ସୂଚନା ମିଳିଛି। କୋଭିଡରେ ଆକ୍ରାନ୍ତ ହେବାପରେ ସେ ଗତ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ସୋମବାର ପୁରୀଠାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । କରୋନାର ପ୍ରଭାବରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା । ଏଥି ସହିତ ଫୁସଫୁସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା । ବିଶେଷ କରି ଟେଲିଭିଜନରେ ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ଏତେ ଚ୍ୟାନେଲ ନଥିବା ପୂର୍ବରୁ ମଧ୍ୟ ସେ ସିଡି ଡିଭିଡି ଯୋଗେ ଘରେ ଘରେ ପରିଚିତ ଥିଲେ। ‘ଡୋଣ୍ଟ ଓ୍ବରି ମେକ୍‌ ମେରି ରିପିଟ୍‌ ହରି’ ସଂଳାପ ପାଇଁ ପ୍ରସିଦ୍ଧ ଥିଲେ ସେ। ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ଜଣାଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଲୋକପ୍ରିୟ ଆଧ୍ୟାତ୍ମିକ…