ଆଜି ଆମେ ସ୍ବାସ୍ଥ୍ୟ ପୃଷ୍ଠାରେ ଚର୍ମ ରୋଗ ସମ୍ବନ୍ଧୀୟ ଏକ ରୋଗ ସଂପର୍କରେ ଆଲୋଚନା କରିବା…ଯାହା କି ଶରୀରକୁ କୌଣସି ପ୍ରକାର କଷ୍ଟ ନଦେଲେ ମଧ୍ୟ ଶରୀରକୁ ବିକୃତ କରିଦେଇଥାଏ ତଥା ରୋଗୀ ମାନସିକ ଅବସାଦ ଭିତରେ କାଳ ବିତାଇ ଥାଏ…ଏହି ରୋଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ (Leucoderma or Vitiligo)ବୋଲି ନାଁ ଦିଆଯାଇଛି ॥ଶରୀରର କୌଣସି ଅଙ୍ଗର ତ୍ବଚାରେ ସୃଷ୍ଟି ହେବା ଧଳା ଦାଗକୁ ଶ୍ବିତ୍ର ବା ଶ୍ବେତକୁଷ୍ଠ କୁହାଯାଏ…ଆୟୁର୍ବେଦ ଶାସ୍ତ୍ରରେ କୁଷ୍ଠ ରୋଗକୁ ୧୮ ପ୍ରକାର ଭେଦରେ ବର୍ଣ୍ଣନା କରାଯାଇଛି… ଏହି ୧୮ ପ୍ରକାର କୁଷ୍ଠ କୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି…ଯଥା –୧ – ମହାକୁଷ୍ଠ (Leprosy)୨ – କ୍ଷୁଦ୍ର କୁଷ୍ଠ (Diseases of the skin)ଉପରୋକ୍ତ ଦୁଇପ୍ରକାରର ଭାଗରେ ୧୮ ପ୍ରକାର କୁଷ୍ଠକୁ ଅନ୍ତର୍ଭୁକ୍ତ କରାଯାଇଛି… ଯଥା – ମହାକୁଷ୍ଠ…
Tag: health
ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ
ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ…
ସ୍ବପ୍ନଦୋଷ (Night Fall)
ସାଧାରଣ ଭାବରେ ସ୍ବପ୍ନଦୋଷ ରୋଗ କିଛି କୁ ଅଭ୍ୟାସର ପରିଣତି ସ୍ବରୂପ ସୃଷ୍ଟି ହୋଇଥାଏ…ଅସମୟରେ ଅପରିମିତ ବୀର୍ଯ୍ୟ କ୍ଷୟ କରିଥିବା ବ୍ୟକ୍ତି କୁ ଏହି ରୋଗ ବିଶେଷ ଭାବେ ଆକ୍ରମଣ କରିଥାଏ ॥ଉକ୍ତ ରୋଗକୁ ଜାଣିବାକୁ ହେଲେ ଆମକୁ ପ୍ରଥମେ “ବ୍ରହ୍ମଚର୍ଯ୍ୟ”ବିଷୟରେ ବା “ବ୍ରହ୍ମଚର୍ଯ୍ୟ”ର ତାତ୍ପର୍ଯ୍ୟକୁ ଜାଣିବାକୁ ପଡିବ ॥ “ବ୍ରହ୍ମ”ଶବ୍ଦର ଅର୍ଥ ହେଲା –୧ – ବେଦ୨ – ପରମେଶ୍ବର୩ – ବୀର୍ଯ୍ୟ ବା ସତ୍ତ୍ବ“ଚର୍ଯ୍ୟ”ଶବ୍ଦର ଅର୍ଥ ହେଲା –୧ – ଅଧ୍ୟୟନ୨ – ଚିନ୍ତନ୩ – ରକ୍ଷଣସଂପୂର୍ଣ୍ଣ ଅର୍ଥ ହେଲା ଏକ ସଙ୍ଗରେ ବିଦ୍ୟାଭ୍ୟାସ,ଈଶ୍ୱର ଆରାଧନା ଓ ବୀର୍ଯ୍ୟ ରକ୍ଷଣ କାର୍ଯ୍ୟ ସାଧନ କରିବା ନିୟମ ପାଳନକୁ “ବ୍ରହ୍ମଚର୍ଯ୍ୟ”କୁହାଯାଏ ॥ଆମ୍ଭ ମାନଙ୍କର ଜୀବନ ବୀର୍ଯ୍ୟର ଅଧୀନ ଅଟେ…ଏହା ଶରୀରକୁ ଧାରଣ ଏବଂ ପୋଷଣ କରିଥାଏ…ଆଉ ଏହାକୁ କେବଳ “ବ୍ରହ୍ମଚର୍ଯ୍ୟ”ଦ୍ବାରା ହିଁ ଶରୀର ମଧ୍ୟରେ ସୁରକ୍ଷିତ…
କାକୁଡି ରସର 12 ଆଶ୍ଚର୍ଯ୍ୟଜନକ ଉପକାର: ଆପଣଙ୍କ ଚର୍ମ, କେଶ ଏବଂ ସମଗ୍ର ସ୍ୱାସ୍ଥ୍ୟ ପାଇଁ…
ଆପଣଙ୍କ ଚର୍ମ, କେଶ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏଠାରେ କାକୁଡି ରସର 12ଟି ଉପକାର ଉପଲବ୍ଧ | କାକୁଡି ରସ ପୁଷ୍ଟିକର ଖାଦ୍ୟ ସହିତ ପ୍ୟାକ୍ ହୋଇଛି ଏବଂ ଏହା ଆପଣଙ୍କ ଶରୀରର ସଠିକ୍ କାର୍ଯ୍ୟକୁ ଉତ୍ସାହିତ କରିଥାଏ | ଓଜନ ହ୍ରାସକୁ ପ୍ରୋତ୍ସାହିତ କରେ: ବାଙ୍ଗାଲୋରର ଜଣେ ପୁଷ୍ଟିକର ବିଶେଷଜ୍ଞ ଡକ୍ଟର ଅଞ୍ଜୁ ସୁଦ କୁହନ୍ତି, କାକୁଡି ରସ ଆଣ୍ଟିଅକ୍ସିଡାଣ୍ଟର ଏକ ପାୱାରହାଉସ୍ ଅଟେ ତେଣୁ ମେଟାବୋଲିଜିମ୍ ବଢ଼ାଇଥାଏ ଏବଂ ଓଜନ ହ୍ରାସ କରିଥାଏ। ଅନସୁଲ ଜୟଭାରତ ଆହୁରି ମଧ୍ୟ କହିଛନ୍ତି, “ଏହା କ୍ୟାଲୋରୀରେ କମ୍ ଅଟେ – ଯେଉଁମାନେ ସେମାନଙ୍କର ଓଜନ ଦେଖନ୍ତି ସେମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ |” ଆପଣଙ୍କ ଶରୀରକୁ ହାଇଡ୍ରେଟ୍ କରେ: ଶିଳ୍ପା ଆରୋରା କୁହନ୍ତି, “କାକୁଡି 95% ପର୍ଯ୍ୟନ୍ତ ଜଳ ଏବଂ ଦୁଇଟି ଯୌଗିକରେ ତିଆରି…
