ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ

ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ…