ଦୁର୍ଗାପୂଜା ବା ଦଶହରା

Durga puja

ଆମ ସମାଜରେ କାହିଁ କେଉଁ କାଳରୁ ଆର୍ଯ୍ୟ ହୁଅନ୍ତୁ ଅବା ଅନାର୍ଯ୍ୟ ହୁଅନ୍ତୁ ପ୍ରକୃତିର ପୂଜା କରିଆସୁଛନ୍ତି। ଆମେ ଜୀବ ଜଗତର ଆଧାର ଆମ ପ୍ରକୃତିକୁ ହିଁ ମାନୁ। ପ୍ରକୃତି କହିଲେ କେବଳ ଜଙ୍ଗଲ ବଣକୁ ବଝାଏନା ମାଆ ମଧ୍ୟ ପ୍ରକୃତି, ଧରା ମଧ୍ୟ ପ୍ରକୃତି ଓ ଦେବୀ ମାଆ ମଧ୍ୟ ପ୍ରକୃତି ସ୍ବରୂପ। ତେବେ ଏହି ଆରାଧନା ମଧ୍ୟରେ ଦଶହରା ବା ଦୁର୍ଗୋତ୍ସବ ସମଗ୍ର ଭାରତ ବର୍ଷରେ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ। ଆମ ଓଡି଼ଶାରେ କିନ୍ତୁ ଦୁର୍ଗୋତ୍ସବ ପାଳନର କିଛି ସ୍ବତନ୍ତ୍ରତା ରହିଛି,ଯାହାକି ସମଗ୍ର ଭାରତରେ ଦାଖାଯାଏ ନାହିଁ। ଏବଂ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବ ଏକ ଅନନ୍ୟ ପରମ୍ପରା। ଉତ୍କଳରେ ଦୁର୍ଗାପୂଜା। ସାଧାରଣତଃ ସମଗ୍ର ଭାରତରେ ଦୁର୍ଗାପୂଜା ପାଳନ କରାଯାଏ କିନ୍ତୁ ଓଡି଼ଶାର ଦୁର୍ଗାପୂଜା ଭିନ୍ନ ଏକ ରଙ୍ଗର। ଓଡି଼ଶା ବାହାରେ ଏହାକୁ ନଅଦିନ(ନବରାତ୍ରୀ)ପାଳନ…