ବହି

bajabala

ବହି, ତୁ ମୋର ପିଲାଦିନର ସାଥି,
ବୁଲେଇଛୁ କେତେ ଦେଶ ବିଦେଶରେ,
ଦେଖେଇଛୁ କେତେ ନଦୀ ପାହାଡ଼ ଅରଣ୍ୟରେ,
ଶୁଣେଇଛୁ କେତେ ଇତିହାସ ମୋ କାନ ପାଖେ,
ମୁଁ ତ ସେଇଠି ଠିଆ ହୋଇଛି, ଯୋଉଠି ତତେ ଦେଖିଥିଲି;
ତୁ ମୋ ସାଥେ ସବୁଆଡେ ବୁଲିଲୁ,
ତୋ ପୃଷ୍ଠା ବଦଳିଲା ପରି
ଧିରେ ଧିରେ ମତେ ବଦଳେଇଲୁ ;
ତୁ ସେଇ ଥାକରେ ଥା ଯୋଉଠୁ ତତେ ଆଣିଥିଲି |

ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ

Related posts

One Thought to “ବହି”

  1. Antaryami Sahoo

    ଧନ୍ୟବାଦ

Comments are closed.