ଭିକ୍ଷାବୃତିର ପାଠାଗାର

Dashia Aja
Dashia Aja

ରାଜା ସିନା ପୂଜାପାଏ ଆପଣା ଦେଶରେ
ଜ୍ଞାନୀ ପୂଜା ପାଇଥାଏ ଦେଶ ବିଦେଶରେ

ଏହି ପଂକ୍ତିଟି ସମାନଭଳି ମନେହୁଏ ସେହି ବ୍ୟକ୍ତି ଯେ’କି ପାଠ ନପଢି଼ ମଧ୍ୟ ସାଧାରଣ ଜନତାଙ୍କ ମନରେ ପାଠପ୍ରତି ଜ୍ଞାନପ୍ରତି ଯେଉଁ ସ୍ପୃହା ଯେଉଁ ଆଗ୍ରହ ସୃଷ୍ଟି କରିଥିଲେ ତାହାର ତୁଳନା ନାହିଁ । ଆମେ କଥା ହେଉଛି ମହାନ ଜନନାୟକ ପାଠାଗାର ଆନ୍ଦୋଳନର ପୂରୋଧା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ ଯେ’କି ଆଜି ଘରେ ଘରେ ଦାଶିଆ ଅଜା ଭାବେ ପରିଚିତ। ସତକଥା ଯେ ଜ୍ଞାନ ବୁଝିଛି, ମର୍ମକୁ ବୁଝିଛି ସେ ଜୀବନରେ ସର୍ବଦା ଜ୍ଞାନପିପାସୁ ହୋଇ ରହିବ ଓ ଆହାରଣ କରି ସେହିଭଳି ବ୍ୟକ୍ତି ଥିଲେ ଆମ ଦଶ ପଇସାର ରାଜା ଓ ଖୁଣ୍ଟାତଡା ରାଜା ଦାଶିଆ ଅଜା।

ତାଙ୍କର ଜୀବନ ଥିଲା ବହୁତ ଦୁର୍ଗମମୟ ବହୁ ଯନ୍ତ୍ରଣା ସହି ସେ ଆଗକୁ ବଢିଛନ୍ତି।୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିବା ଓଡି଼ଆ ଜାତିର ଚିରନମସ୍ୟ, ଗର୍ବ ଓ ଗୌରବ ବନ୍ଦନୀୟ ଦାଶିଆ ଅଜା ଯେ’କି ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ି ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରିଥିଲେ ଶେଷରେ ଚାକିରି ଛାଡ଼ି, ସେ ନିଜ ଗାଁର ପଥୁରିଆ ଅନୁର୍ବର ଜମିକୁ ଚାଷକରି ସେଥିରୁ ରୋଜଗାର କରି ପେଟ ପୋଷୁଥିଲେ । ଏହି କର୍ମ ପାଇଁ ତାଙ୍କର ନାମ ହୋଇଥିଲା ଖୁଣ୍ଟାତଡା ରାଜା। ଯିଏ ନିଜ ଜୀବନରେ ସବୁ କିଛି ସହି ପର୍ବତ ଭଳି ସହ୍ୟ କରିଲେ ଓ ଆଗକୁ ଆଗ ବଢି଼ଚାଲିଲେ।

ପୁସ୍ତକ ବା ବହି ଥିଲା ତାଙ୍କର ଜୀବନ ବହି ପଢିବା ପାଇଁ ଗୋଟିଏ ଦିନ ଆଗରୁ ସେ ବହି ଆଣି ନିଜ ପାଖରେ ରଖୁଥିଲେ ଓ ପଢୁଥିଲେ। ଅନ୍ୟମାନଙ୍କୁ ବହୁତ ପ୍ରୌତ୍ସାହନ ମଧ୍ୟ କରୁଥିଲେ। ଶରୀର କ୍ଳାନ୍ତ କିନ୍ତୁ ମୁଣ୍ଡରେ ଠେକା କାନ୍ଧରେ ଝୁଲାମୁଣୀ ପକାଇ ବାହାରି ଯାଉଥିଲେ ପୁସ୍ତକ ସଂଗ୍ରହ ପାଇଁ ଓଡି଼ଶାର ବିଭିନ୍ନ ପ୍ରାନ୍ତ ଗଳିକନ୍ଦି ଓ ସହର ସେ ବୁଲିଛନ୍ତି ପୁସ୍ତକ ପାଇଁ ଧିରେ ଧିରେ ଏ ଆଗ୍ରହ ରୂପନେଲା ଏକ ପାଠାଗାର ତୋଳାଇବା ନିମନ୍ତେ। ସେ ସଂଗ୍ରହ କରିଚାଲିଲେ ଓ ସମୟକ୍ରମେ ତାହା ବାସ୍ତବ ରୂପନେଲା। ଘରଘର ବୁଲି ଦଶପଇସା ଭିକ୍ଷାବୃତ୍ତି କରିବା ଓ ଓଡି଼ଶାର ଐତିହ ପରମ୍ପରା ଲୋକକଥା ଭାଷା ଇତ୍ୟାଦି ବିଭିନ୍ନ ବହି ସଂଗ୍ରହ କରି ସ୍ବପ୍ନକୁ ବାସ୍ତବର ରୂପଦେଲେ।

ସେ ପ୍ରତିଷ୍ଠା କଲେ ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ ଯଦୁମଣି ସାହିତ୍ୟ ସଂସଦ |

Udayapur Library

ସ୍ଥାପନା କରିଥିବା ଅରବିନ୍ଦ ସଂଗ୍ରହଳାୟର ପାଠାଗାରରେ ଯାହାକି ବର୍ତମାନ ନୁଆଗାଁରେ ସେଠାରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ବହି ଓ ୬୫ ହଜାର ରକମର ପତ୍ରପତ୍ରିକା ରହିଛି । ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଅଛି, ସେଥିମଧ୍ୟରୁ ୫ଟି ପୋଥି ଶହେ ବର୍ଷରୁ ମଧ୍ୟ ଅଧିକ ପ୍ରାଚୀନ ବୋଲି ଜଣାଯାଏ । ନୁଆଗାଁର ଉଦୟପୁର ସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ। ତେବେ ତାଙ୍କର ଏଭଳି ପ୍ରଚେଷ୍ଟା ଆଜି କେବଳ ଓଡି଼ଶା ନୁହେଁ ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ଓ ଆକୃଷ୍ଟ କରୁଛି ସାହିତ୍ୟ ଅନୁରାଗୀ ବ୍ୟକ୍ତିଙ୍କୁ।

Dashia Aja

ଓଡି଼ଶାର ସାହିତ୍ୟ ପ୍ରେମୀ ମଧ୍ୟରେ ଦାଶରଥୀ ପଟ୍ଟନାୟକ ଅନ୍ୟତମ। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ବିକସିତ କରିବାରେ ଅଜାଙ୍କ ଏ ଉଦ୍ୟମ ଓ ଅନନ୍ୟ ଯାହାକି ଓଡ଼ିଶାକୁ ଦେଇଛି ସ୍ବତନ୍ତ୍ର ପରିଚୟ । ତାଙ୍କର ନିସ୍ବାର୍ଥ ସାଧନା ତାଙ୍କୁ ଆଜି ଘରେ ଘରେ ପରିଚିତ କରେଇପାରିଛି। ତାଙ୍କର ନିଜର ଲେଖା “ମଣିଷ ଆପଣା, ଧନ ପର, ଯେତେ ପାରୁଛ ମଣିଷ ଧର” ଆଜି ମଧ୍ୟ ମାନବିକତାର ଶୃଙ୍ଖଳରେ ସଭିଙ୍କୁ ବାନ୍ଧି ରଖିଛି। ତାଙ୍କର ଅନାବିଳ ସ୍ନେହ, ଶ୍ରଦ୍ଧା ଓ କର୍ମ ପାଇଁ ସେ ଆମ ପାଇଁ ଅମର ଓ ସର୍ଵଦା ଚିର ନମସ୍ୟ।

ଉପସ୍ଥାପନା: ଆଫତାବ

Related posts