ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବ
ସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।
ଶିବ ଜୀବ ପରବହ୍ମ ଅଗତିର ଗତି।
ଶିବ ସେବା କଲେ ପାଇବୁ ମୁକତି।।
ପ୍ରତିଯୁଗେ ଶିବ ନାମ ଅଟଇଟି ସାର।
ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।
ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ ଉଠାଇ ଦେଲେ ତାହା ହେବ ଶିବ । ଶିବର ଅର୍ଥ ଜଡ । ଜୀବ ଚେତନା ଶକ୍ତିହିଁ ଶିବ । ଜୀବକୁ ଯେ ସୁଖ ପ୍ରଦାନ କରେ ପାପତାପରୁ ମୁକ୍ତ କରେ ସଂସାରରୁ ମୋକ୍ଷ ପ୍ରଦାନ କରେ ଓ ସକଳର କଲ୍ୟାଣ କରେ ସେ ହିଁ ଶିବ । ଯାହାର ଆଦି ନାହିଁ ଅନ୍ତ ନାହିଁ ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଅକାର ନାହିଁ ପ୍ରକାର ନାହିଁ, ଜାତି ନାହିଁ ଗୋତ୍ର ନାହିଁ, ମାତା ନାହିଁ ପିତା ନାହିଁ, ସେ ହେଉଛନ୍ତି ଶିବ । ଶିବ ପରତ୍ମାତା ପରମବ୍ରହ୍ମ ।
ଉପନିଷେଦ ଅନୁସାରେ ଶିବ ଅଗ୍ନି, ତତ୍ୱ ଯାହା ଅପରିବର୍ତନୀୟ । ଅଗି୍ନର ସ୍ୱାଭାବ ଉର୍ଦ୍ଦଗାମୀ, ଅର୍ଥାତ ଅଗ୍ରଗାମୀ । ସେ ଶକ୍ତି ସବୁଠାରୁ ଶ୍ରେଷ୍ଠ ଶକ୍ତି । ଅର୍ଥବବେଦ କହେ ଶିବଙ୍କ ସ୍ୱରପ ହେଉଛି ‘ପାଶୁପାଳକ’ ପଶୁତତ୍ୱର ଅର୍ଥ ଜୀବ । ଜୀବକୁ ଯେ ପାଳନ କରନ୍ତି ସେ ହେଉଛନ୍ତି ଶିବ ।
ପୁରାଣଶସ୍ତ୍ର ଅନୁସାରେ ଶିବ ଶଦ୍ଧରେ ଥିବା ‘ଇ’ କାର ସ୍ୱରପ ହେଉଛି ଆହ୍ଲାଦିନୀ ଶକ୍ତି । ଯାହାକୁ ପୁରାଣ ଶାସ୍ତ୍ରରେ ଆଦିଶକ୍ତି-ଜଗଦମ୍ବା-ଆଦିମାତା ରୁପରେ ଆଖ୍ୟା ଦିଆଯାଇଛି । ଆହ୍ଲାଦିନି ଶକ୍ତିର ଅଭାବରେ ପରମାôତା ସଗୁଣ ରୂପ ଧାରଣ କଲେ ଜଡ ଜୀବଦାନ ପାଏ । ଜଗତର ସୃଷ୍ଟି ପାଇଁ ପିଣ୍ଡ ଓ ବ୍ରହ୍ମାଣ୍ଡ ଦରକାର । ଶିବ+ଶକ୍ତିର ମିଶ୍ରଣରେ ଏହି ସଂସାର । ଶିବ ହେଉଛନ୍ତି ପୁରୁଷ ଓ ଶକ୍ତି ହେଉଛନ୍ତି ନାରୀ ।
ଶିବ ଶଦ୍ଧର ଅର୍ଥ ମଙ୍ଗଳମୟ । ସେ ହେଉଛନ୍ତି ସକଳ ଗ୍ୟାନ ଓ ପ୍ରଂଗ୍ୟାର ଅଧାର । ଚଣ୍ଡାଳଠାରୁ ବ୍ରାହ୍ମଣଯାଏ, ରାକ୍ଷସ ଠାରୁ ଦେବତା ଯାଏ ସେ ସମସ୍ତଙ୍କର ପ୍ରାର୍ଥନା ଶୁଣିଥାନ୍ତି । ଶ÷ବ ଦର୍ଶନ ହେଉଛି ବେଦାନ୍ତର ସର୍ବଶେଷ୍ଟ ଦର୍ଶନ । ବେଦର ପ୍ରମାଣ ଅଛି ଯାହାର ଜୀବନ ଅଛି ସେହିଁ ଶିବଭକ୍ତ । ଶିବଙ୍କର ବଦନ ସଂଖ୍ୟା ହେଉଛି ୫ । ତାଙ୍କର ମନ୍ତ୍ର ସଂଖ୍ୟାବି ୫ । ଯଥା- ନମଃ ଶିବାୟ । ‘ନ’ର ଅର୍ଥ ପୃଥୀବୀ ଓ ବ୍ରହ୍ମ ‘ମ’ର ଅର୍ଥ ବିଷ୍ଣୁ ‘ଶି’ର ଅର୍ଥ ଅଗ୍ନି ଓ ରୁଦ୍ର ‘ବ’ର ଅର୍ଥ ବାୟୁ ଓ ମହେଶ୍ୱର ‘ୟ’ର ଅର୍ଥ ଅକାଶ ,ସଦାଶିବ ବା ଜୀବ । ଶିବ ହେଉଛନ୍ତି ଧର୍ମର ରକ୍ଷକ । ତାଙ୍କର ଯେତେ ପର୍ବର୍ପାଣୀ ଅଛି ସେଥିମଧ୍ୟରୁ ମହାଶିବରାତ୍ରୀ କହିଲେ ଫାଲଗୁନ ମାସ କୃଷ୍ଣପକ୍ଷ ଜତୁର୍ଦଶୀ ତିଥିକୁ ବୁଝାଯାଇଥାଏ ।
ଜାଗରଯାତ୍ର ବା ମହାଶିବରାତ୍ରୀ ଉପାଖ୍ୟାନା :-
ଦିନକର କଥା ସୃଷ୍ଟି ସର୍ଜନା ସରିଯାଇଛି । କୈଳାସ ପର୍ବତ ଉପରେ ମା ପାର୍ବତୀ ଶିବଙ୍କୁ ପଚାରିଲେ ହେ ପ୍ରଭୁ ଆପଣଙ୍କର ଆରଧାନା ପାଇଁ କେଉଁ ଦାବସଟି ଉକୃଷ୍ଟô । ଭଗବାନ ଶିବ କହିଲେ ଦେବୀ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର ଶିବରାତ୍ରୀ ହିଁ ମୋ ପୁଜା ପାଇଁ ସବୋକୃଷ୍ଟô । ପୁଣି ଦେବୀ ପଚାରିଲେ ତାହାଁ କହିଁକି ପ୍ରଭୁ ? ଶିବ କହିଲେ ଏହି ଶିବରାତ୍ରୀ ଦିନ ମୋର ଯେଉଁ ଭକ୍ତ ସାରାରାତି ଉଜାଗର ହୋଇ ଶିବଚିନ୍ତା କରିବ ଏବଂ ଶିବବାଣୀ ଶ୍ରବଣ କରିବା, ଶିବମହାତ୍ମା ପ୍ରଚାର କରିବା ସହିତ ଘିଅଦୀପ ଜାଳି ମୋର ନାମ ଜବ କରନ୍ତି ସେମାନେ ଶିବକୃପା ଲାଭ କରିଥାନ୍ତି । ଏହି କାହାଣିଟିକୁ ଶିଣିଲେ ଦେବୀ ତୁମେ ଜାଣି ପାରିବ ଯେ ଶିବରାତ୍ରୀ ମୋ ପାଇଁ କହିଁକି ସାର ।
ମହାଭାରତର ଶାନ୍ତିପର୍ବରେ ଏହିତ କାହାଣୀଟି ଉଲ୍ଲେଖ ହୋଇଅଛି ।
ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁ ଜମ୍ବୁଦୀପର ରାଜା ଥିଲେ । ସେ ଜଣେ ଏକଛତ୍ରବାଦୀ ଶାସକ ଥିଲେ । ଥରେ ତାଙ୍କ ସ୍ତ୍ରୀ ସୁଶୀଳା ଦେବୀ ଶିବରାତ୍ରୀ ବତ୍ର ପାଳନ କରିଥାନ୍ତି । ଠିକ୍ ସେହି ସମୟରେ ଅଷ୍ଟବକ୍ର ରୁଷି ଆସି ପଚାରିଲେ ହେ ରାଜନ । ଅପାଣମାନେ ଶିବରାତ୍ରୀ ବ୍ରତୋସôବ କହିଁକି ପାଳନ କରୁଛନ୍ତି । ଏହାର ମାହାତ୍ମା କଣ ମତେ ବୁଝାଇ କୁହନ୍ତି । ରାଜା ଜାତିସର ଥିବାରୁ ପୂର୍ବଜନ୍ମର ଘଟିଥିବା ଘଟଣାକୁ ମନେ ପକାଇ ଅଷ୍ଟ୍ରବକ୍ରକୁ କହିଲେ ।
ହେ ମହର୍ଷି ମୁଁ ପୂର୍ବଜନ୍ମରେ ସୁସ୍ୱର ନାମରେ ଜଣେ ଶିକାରୀ ଥିଲି । ଜୀବିକା ନିର୍ବାହ କରିବା ପାଇଁ ପଶୁପକ୍ଷୀ ଶିକାର କରୁଥିଲି । ଏପରିକି ଶିକାରକୁ ଗଲେ ମୋର ପରିବାର ଚଳାଏ । ଦିନେ ବଣରେ ବୁଲୁ ବୁଲୁ ଶିକାର ପାଇଲି ନାହିଁ । ଶିକାର ଆଶାରେ ସଂଧ୍ୟା ପ୍ରର୍ଯ୍ୟନ୍ତ ବଣରେ ରହିଲି । ହେଲେ ସେଦିନ କୈଣସି ଶିକାର ପାଇଲି ନାହିଁ । ଘରକୁ ଫେରିବାକୁ ଉଦ୍ୟମ କଲାବେଳକୁ ରାତି ହୋଇଗଲା । ଅନ୍ଧାରରେ ରାସ୍ତା ଜାଣି ପାରିଲିନାହିଁ । ଏପର ଭାବରେ ରାତ୍ରୀ ବଢ଼ିବାକୁ ଲାଗିଲା ତାହା ସାଙ୍ଗରେ ହିଂସ୍ର ଜନ୍ତୁଙ୍କ ରଡି । ଏଣେ କୁଟୀରରେ ଥିôବା ସ୍ତ୍ରୀ ଏବଂ ପିଲା କଥା ମନେ ପଡିଲା । ପେଟରେ ଦାନ ନଥିବାରୁୁ ଭୋକରେ ପେଟ ଜଳିବାକୁ ଲାଗିଲା । ଏପରି ପରିସ୍ଥିତିରେ ମୁଁ ବିଚଳିତ ହୋଇ କାନ୍ଦିବାକୁ ଲାଗିଲି । ବେଳକୁ ବେଳ ରାତ୍ରୀ ବଢ଼ୁଥାଏ । ହିଂସ୍ର ଜନ୍ତୁୂଙ୍କ କବଳରୁ ରକ୍ଷାପାଇବା ପାଇଁ ମୁଁ ଗୋଟିଏ ଗଛକୁ ଚଢ଼ିଗଲି । କିନ୍ତୁ ମୋର ଭାଗ୍ୟକୁ ସେଇଟାଥିଲା ଏକ ବେଲ ଗଛ । ଏପଟେ ଘନ ଘନ ରାତ୍ରୀରେ ବର୍ଷା ଆରମ୍ଭ ହେବା ସହିତ ବିଜୁଳି ଚକ୍ ଚକ୍ କରୁଥାଏ । ଏହି ସମୟରେ ସେଠାରେ ଏକ ବ୍ୟଘ୍ରଟିଏ ଆସି ମୋତେ ଖାଇବା ପାଇଁ ଗଛ ମୂଳରେ ଜଗି ରହିଲା । ଏପରି ସମୟରେ ମୁଁ ଗଛର କୋରଡରେ ବସି ପାଣି ମାଡ ଖାଉଥାଏ । ମୋର ଲୁହ ବର୍ଷା ପାଣିରେ ଭିଜି ତଳକୁ ପଡୁଥାଏ । ଡରରେ ଗଛର ପତ୍ର ଛିଡାଇ ତଳକୁ ପକାଉଥାଏ । ଏପରକି ପବନ ଓ ମୋର ହାତ ମାଡରେ ବେଲ ପତ୍ରଝଡି ତଳେ ପଡୁଥାଏ । ସେହି ଗଛ ମୂଳରେ ଥିଲା ଏକ ଶିବଲିଙ୍ଗ । ମୋର ଲୁହଭିଜା ପାଣି ଏବଂ ବେଲପତ୍ର ମୋର ଅଜାଣତରେ ସେହି ଶିବ ଲିଙ୍ଗ ଉପରେ ପଡୁଥାଏ । ସେହି ଶିବ ଲିଙ୍ଗଟି କିଛି ଦିନ ଧରି ଅପୂଜା ରହିଥିଲା । ଏପରି ଭାବରେ ମୁଁ ଅଜାଣତରେ ଉପବାସ ରହି ମହାଦେବଙ୍କ ପୂଜା କରିଦେଇଥିଲି । ସକାଳ ହେବାରୁ ଗଛରୁ ଓଲ୍ଲାଇ ଘରକୁ ଫେରି ସ୍ତ୍ରୀ ଆଗରେ ସବୁକଥା କହିଲି । କିଛି ଦିନ ଗଲାପରେ ମୋର ମୃତ୍ୟୁ ସମୟ ଆସିଗଲା । ମୁତ୍ୟୁ ଶର୍ଯ୍ୟାରେ ରହି ମୁଁ ଦେଖିବାକୁ ପାଇଲି ମୋ ଆଡକୁ ଦୁଇଟି ଦଳ ମାଡି ଆସୁଛନ୍ତି । ପ୍ରଥମଟି ଯମଦୂତଙ୍କର ଥିବା ବେଳେ ଦ୍ୱୀତୀୟଟି ଶିବଙ୍କ ଦୂତ ଥିଲେ । ମୋତେ ନେବାପାଇ ସେମାନଙ୍କ ମଧ୍ୟରେ ବହୁ ଯୁକ୍ତିତର୍କ ଚାଲିଲା । ବାଦବିବାଦ ବଢ଼ି ଯୁଦ୍ଧ ଆଡକୁ ଆଗେଇଲା । ଶେଷରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇ ଯମଦୂତ ମାନେ ପରାସ୍ତ ହେଲେ । ଶିବଦୂତ ମାନେ କହିଲେ ମୁଁ ଜୀବନସାର ପାପ କରିଥିଲେବି ଯେଉଁଦିନ ସମ୍ପୁର୍ଣ୍ଣ ଉପବାସ ରହି ବେଲ ଗଛରେ ଚଢ଼ି ଅଜାଣତରେ ଶିବ ପୂଜା କରିଥିଲି ସେଦିନ ଥିଲା କୁଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅର୍ଥାତ ଶିବଙ୍କର ପିୟ ବାର ଶିବରାତ୍ରୀ । ଅଜାଣତରେ ହେଲେ ମଧ୍ୟ ମୁଁ ସେଦିନ ଶିବଲିଙ୍ଗ ପୂଜା କରିଥିବାରୁ ଶିବଙ୍କ ପି୍ରୟ ଭକ୍ତ ହୋଇଗଲି । ଏହା କହି ସେମାନେ ମୋତେ କୈଳାସପୁରକୁ ନେଇଗଲେ । ଦେବାଧିଦେବ ମହାଦେବଙ୍କ ଆର୍ଶିବାଦରୁ ମାତ୍ରକ୍ଷଣିକ ପୂଣ୍ୟ ପାଇଁ ମୁଁ ଏ ଜନ୍ମରେ ଇକ୍ଷାକୁ ବଂଶର ରାଜା ହୋଇ ରାଜସୁଖ ଭୋଗ କଲି । ଅର୍ଥାତ୍ ଶିବରାତ୍ରୀ ଦିନ ଜାଣତରେ ହେଉ କିମ୍ଭା ଅଜଣାତରେ ହେଉ ଭଗବାନ ଶିବଙ୍କର ଆରାଧନା କଲେ ଜୀବନ ସାର୍ଥକ ହୁଏ । ଭକ୍ତର ଅଭୀଷ୍ଟ ପୂରଣ ହୁଏ । ଭକ୍ତ ତାଙ୍କରି ଗୁଣ କିର୍ତନ କରି ମୋକ୍ଷ ବା ମୁକ୍ତି ପ୍ରାପ୍ତି ହୋଇଥାଏ ।
![shivratri](https://bajabala.com/wp-content/uploads/2021/03/23683-800x480.jpg)
ଶିବରାତ୍ରୀର ପ୍ରକାରଭେଦ~
ଶିବରାତ୍ରୀ ହେଉଛି ପୁର୍ଣ୍ଣମାତ୍ରାରେ ଶିବଙ୍କ ଆଶ୍ରିତ ହେବାର ରାତ୍ରୀ ଆହାର-ନିଦ୍ରା-ମୈଥୁନ-ଲୋଭ-ମୋହ-ମାୟା-ରାଗ-ରୁଷା-ହିସାଂକୁ ଦୂରକରି ଶିବଙ୍କର ନିକଟରେ ଶରଣ ପଶିବା ଏହାର ମୁଖ୍ୟ ଉଦେ୍ଧଶ୍ୟ । ଶିବରତ୍ରୀ ବା ଜାଗରଯାତ୍ରାକୁ ୪ଭାଗରେ ବା ପ୍ରହରରେ ବିଭକ୍ତ କରାଯାଇଛି । ଯଥା-
୧ମ ପ୍ରହର, ରଜ ଗୁଣ ସର୍ବ ସ୍ୱରପ, ୨ୟପ୍ରହର ତମଗୁଣ ବା ଅଘୋର ସ୍ୱରପ, ୩ୟପ୍ରହର ସତ୍ୱଗୁଣ ବାମଦେବ ସ୍ୱରପ, ୪ର୍ଥପ୍ରହର ଗୁଣାତୀତ ଶାନ୍ତ-ସଦାଶିବ ଓ ଧାତୁ ସ୍ୱରୂପ ।
୧ମପ୍ରହର ରଜଗୁଣ- ସର୍ବସ୍ୱରପ ଏହା ହେଉଛି ସଂଧ୍ୟା ସମୟ । ଏହା ଶିବଙ୍କ ସ୍ୱର୍ବ ସ୍ୱରପ । ଏହି ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ପୁଷ୍ପ ଓ ତ୍ରୀଶାଖା ଯୁକ୍ତ ବେଲପତ୍ରରେ ଯତା ରୀତି ନୀତିରେ ମନ୍ତ୍ରପାଠ ପୂଜକ ପୂଜାର୍ଚ୍ଚନା କରାଯାଏ । ଆରତି କରାଯାଇଥାଏ । ଘଂଟ ଘଂଟାର ତାଳେ ତାଳେ ଶିବନାମ ଜପ କରାଯିବା ସହିତ ସକିର୍ତନ କରାଯାଏ । ଏହାଦ୍ୱାରା ଭକ୍ତର ମନବାଂଛା ପୂରଣ ହେବା ସହିତ ସର୍ବବିଧି ମଙ୍ଗଳ ସାଧିତ ହୋଇଥାଏ ।
୨ୟ ପ୍ରହର ତମଗୁଣ- ଏହା ସଂଧ୍ୟାର ପର ସମୟ । ଏହା ଶିବଙ୍କ ଅଘୋର ସ୍ୱରପ । ଏହି ସମୟରେ ଶିବଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ପୁଷ୍ପ ଓ ତ୍ରୀଶାଖାଯୁକ୍ତ ବେଲପତ୍ରରେ ରୀତିନୀତିରେ ମନ୍ତ୍ରପାଠ ପୂର୍ବକ ଶିବଙ୍କ ପୂଜାର୍ଚ୍ଚନା କରାଯାଏ । ଆରତିହୁଏ । କିର୍ତନ କରାଯାଏ । ଉଜାଗର ରହି ଶିବନାମ ଓ ମାହାତ୍ମା ଶବ୍ରଣ କୀର୍ତନ ଓ ମନନ କରାଯାଇଥାଏ । ଏହା ଦ୍ୱାରା ସନ୍ତାନ ମାନଙ୍କର ମଙ୍ଗଳ ହେବା ସହିତ ବିଶ୍ୱର କଲ୍ୟାଣ ହୋଇଥାଏ । ବିଭିନ୍ନ ମହାମାରୀ ରୋଗରୁ ମୁକ୍ତି ପାଇବା ସହିତ ଜୀବ ପରମଗତି ପ୍ରାପ୍ତ କରିଥାଏ ୩ୟପ୍ରୟର ସତ୍ୱଗୁଣ- ଏହା ଅଧିକ ରାତ୍ରୀ ସମୟକୁ କୁହାଯାଏ । ଘୃତରେ ଶିବଙ୍କୁ ଅଭିଷେକ କରାଯାଏ । ପୁଷ୍ପ ଓ ବେଲପତ୍ରରେ ଯଥାରୀତି ନୀତିରେ ମନ୍ତ୍ରପାଠ କରାଯାଇ ପୂଜାର୍ଚ୍ଚନା କରାଯାଏ । ଉଦଣ୍ଡ ନୃତ୍ୟରେ ସଂକୀର୍ତନ କରାଯାଏ । ଘଂଟ ଓ ଘଂଟାର ତାଳେ ତାଳେ ଆରତି ହୁଏ । ଶଙ୍ଖ, ହରିବୋଲ, ଧ୍ୱନିରେ ଗଗନ ପବନ ମୁଖରୀତ ହୋଇଉଠେ । ଏହି ସମୟରେ ଭକ୍ତଜନଙ୍କ ମଧ୍ୟରେ ଶିବବାଣୀ ପ୍ରଚାର କରାଯାଏ । ଜପ ତପ କରାଯାଇଥାଏ । ଏହାଦ୍ୱାରା ଶରୀରର ଶତସିହଂର ବଳ ଆସିବା ସହିତ ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ । ଗ୍ରହରୀଷ୍ଟ ଖଣ୍ଡନ ହେବା ସହିତ ଜୀବନରେ ପରମ ଶାନ୍ତି ମିଳିଥାଏ ।
୪ୠ’ପ୍ରହର ଗୁଣାତୀତ- ଏହା ରାତ୍ରର ଶେଷ ସମୟ, ଦୀପ ଉଠିବାର ସମୟ । ଏହା ପ୍ରଭୁଙ୍କର ଶାନ୍ତ-ସଦାଶିବ ଓ ଧାତୁ ସ୍ୱରୂପ । ଏହି ସମୟରେ ଶିବ ଲିଙ୍ଗକୁ ମଧୁରେ ଅଭିଷେକ କରାଯାଏ । ପରେ ମହାପ୍ରଭୁଙ୍କର ବଡସିଂହାର ବେଷ ଯଥାରୀତି ଅନୁସାରେ ହୁଏ । ପୁଷ୍ପ ତ୍ରୀଶାଖା ବେଲପତ୍ରରେ ମନ୍ତ୍ରପାଠ ପୁଜକ ପୂଜା କରିଥାଏ । ଏହି ସମୟରେ କେତକ ସ୍ୱତନ୍ତ୍ର ଫୁଲରେ ଶିବଙ୍କୁ ସନ୍ତୁଷ୍ଠ କରାଯିବାର ବିଧି ରହିଛି । ରାତ୍ରର ଶେଷ ପ୍ରହରର ଆୟମାରମ୍ଭରେ ମନ୍ଦିର ଚୂଳ ଉପରକୁ ମହାଦୀପ ଉଠାଯାଇ ବିଶ୍ୱକୁ ଆଲୋକ ପଦର୍ଶନ କରାଯାଏ । ଜପତପ ଧ୍ୟାନ ଆଦି କରାଯାଇଥାଏ । ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଆଦି ଧ୍ୱନିରେ ମନ୍ଦିର ପରିବେଶ ମୁଖରୀତ ହୋଇଉଠେ । ଏହାଦ୍ୱାରା ଜୀବ ମୁକ୍ତି ବା ମୋକ୍ଷ ପ୍ରାପ୍ତ ସହିତ ପରମଗତି ପ୍ରାପ୍ତ କରିଥାଏ । ଭଗବାନ ଶିବଙ୍କର ଅଶେଷ କୃପା ଭକ୍ତ ଉପରେ ବର୍ଷିତ ହୋଇଥାଏ ।
ଶରୀରତତ୍ୱ ଦୃଷ୍ଟି କୋଣରୁ ବିଚାର କଲେ ଜଣାଯାଏ । ଶରୀର ହେଉଛି ଦୀପ । ଭକ୍ତି ହେଉଛି । ଘୃତ । ଯୋଗ ହେଉଛି ବଳିତା । ବିଶ୍ୱାସଯେ ଅଗ୍ନି ଜ୍ୟୋତି ହେଉଛି ପରତ୍ମାତା ବା ଶିବ । ଆମେ ଯଦି ହୃଦୟରୂପୀ ଦୀପରେ ଭକ୍ତିପୂର୍ବକ ଘୃତ ମଧ୍ୟରେ ଯୋଗ ରୁପକ ବଳିତାକୁ ବୁଢ଼ାଇ ବିଶ୍ୱାସର ଅଗି୍ନ ସଂଯୋଗ କରି ମନକୁ ଜ୍ୟୋତିମୟ ବା ଆଲୋକରେ ଆଲୋକିତ କରିପାରିବା ତେବେ ପରମ ମଙ୍ଗଳମୟ ଜ୍ୟୋତି ସ୍ୱରୂପ ପରତ୍ମାତ୍ମା ଶିବଙ୍କର ଦର୍ଶନ ମିଳିବା ଫଳରେ ମାନବ ଜୀବନର ଗତିପଥ ବଦଳିବା ସଙ୍ଗେ ସଙ୍ଗେ ଜୀବନ ସାର୍ଥକ ହୋଇଥାଏ ।
![shivratri](https://bajabala.com/wp-content/uploads/2021/03/SL-121620-38890-53-800x480.jpg)
ଉପସ୍ଥାପନା: ଆଫତାବ