Blog

ନ କ୍ଷୟ ଅକ୍ଷୟ

akshaya tritiya

ଓଡି଼ଶା ଯାହାର ପ୍ରତ୍ୟକ ମାସରେ କିଛି ନା କିଛି ପର୍ବପର୍ବାଣୀ ଓ ସେହି ପର୍ବ କିଛି ବିଶେଷ ମହତ୍ବ ବହନ କରେ। ଏଇ ଜଗନ୍ନାଥ ଧାମରେ ମାଟି ପାଣି ସବୁ ପବିତ୍ର ତେଣୁ ଏ କ୍ଷେତ୍ରେ ଅଣୁ ଠାରୁ ବୃହତ ବୃକ୍ଷ ସହିତ ସଭିଙ୍କୁ ପୂଜନ ଓ ସମ୍ମାନ କରାଯାଏ। ଆମେ ସମସ୍ତେ ଶୁଣିଛେ ବାର ମାସରେ ତେର ଯାତରା ପ୍ରତ୍ୟେକ ଓଡି଼ଆଙ୍କ ଘରେଘରେ ପାଳନ କରାଯାଏ ସେହି ଅନ୍ତରାଳରେ ଗୋଟିଏ ବିଶେଷ ପର୍ବ ହେଉଛି ବୈଶାଖ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଯାହାକୁ ଆମେ ସ୍ଥାନିୟ ଭାବେ ଅକ୍ଷୀ ତୃତୀୟା କହିଥାଉ। ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କ୍ଷୟ ହୁଏ ନାହିଁ ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ, ତାହା ହିଁ ଏ ପର୍ବର…

Eosinophilia

Eosinophilia

ଆଜି ଆମେ ସ୍ବାସ୍ଥ୍ୟ ହିଁ ସମ୍ପଦର ଫର୍ଦ୍ଦରେ ଏମିତି ଏକ ରୋଗ ସମ୍ବନ୍ଧରେ ଜାଣିବା ଯାହା ସିଧାସଳଖ ରୋଗ ତ ନୁହେଁ କିନ୍ତୁ ଏହାର ବିକାରରେ ଶରୀରରେ ଅନେକ ପ୍ରକାର ରୋଗର ପ୍ରାଦୁର୍ଭାବ ବଢିଥାଏ ତଥା ମନୁଷ୍ୟ ବହୁତ କଷ୍ଟ ଭୋଗିଥାଏ…ଟି.ବି , କ୍ୟାନସର , ବ୍ଲଡ୍ ପ୍ରେସର , ଡାଇବେଟିସ୍ ଭଳି ଘରେ ଘରେ ପରିଚିତ ତଥା ପ୍ରତି ମଣିଷଙ୍କ ଉଚ୍ଚାରିତ ରୋଗ ମାନଙ୍କ ଭଳି ଏହି ରୋଗଟିକୁ ସମସ୍ତେ ଭୟର ସହିତ ଉଚ୍ଚାରଣ କରୁଛନ୍ତି…ସେଭଳି ଏକ ରୋଗ ହେଲା Eosinophilia…ସାଧାରଣ ଭାବରେ ବୁଝିବାକୁ ଗଲେ ଦେହରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ କଫରୋଗର ପ୍ରାଦୁର୍ଭାବ ହୋଇଥାଏ ତା’କୁ ଇଂରାଜୀରେ Eosinophilia ଆଖ୍ୟା ଦିଆଯାଇଛି … ॥ଏହି ରୋଗ ବିଷୟରେ ଜାଣିବା ଆଗରୁ ତା ସମ୍ବନ୍ଧୀୟ କିଛି ତଥ୍ୟ ଆମ୍ଭମାନଙ୍କର ନିହାତି ଜାଣିବା…

ବ୍ଲାକ୍ ଫଙ୍ଗସ୍ କ’ଣ? ଏହା କ’ଣ ମୃତ୍ୟୁର କାରଣ ହୋଇପାରେ କି?

black fungal infection

ଯେତେବେଳେ ଭାରତରେ କରୋନାଭାଇରସ୍ ରୋଗ କେବଳ 4 ଲକ୍ଷ ମାର୍କରେ ପହଁଚିଲା, ସେତେବେଳେ ମାରାତ୍ମକ ରୋଗର ଏକ ନୂତନ ଲକ୍ଷଣ ଜନସଂଖ୍ୟା ମଧ୍ୟରେ ଦୁଃଖ ସୃଷ୍ଟି କଲା | ବ୍ଲାକ ଫଙ୍ଗସ୍ ସଂକ୍ରମଣ ଭାବରେ ଜଣାଶୁଣା ମୁକର୍ମାଇକୋସିସ୍, ଅନେକ COVID-19 ବଞ୍ଚିଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଓ ଓଡ଼ିଶାରୁ ଆଜି(10.05.2021) ଗୋଟିଏ ରିପୋର୍ଟ କରାଯାଇଛି। ଏହି ଲକ୍ଷଣଗୁଡ଼ିକ ପ୍ୟାନିକ୍ ଟୋକେଇରେ ଯୋଡି ହୋଇସାରିଥିବାବେଳେ ଏହା ସମସ୍ତଙ୍କୁ ପ୍ରଭାବିତ କରେ ନାହିଁ | ତେବେ କିଏ ଏହା ବିଷୟରେ ଚିନ୍ତା କରିବା ଉଚିତ୍? ଆପଣ ଯାହା ଜାଣିବା ଆବଶ୍ୟକ କରନ୍ତି ତାହା ଏଠାରେ ଅଛି | ବ୍ଲାକ୍ ଫଙ୍ଗସ୍ କ’ଣ?ମ୍ୟୁକର୍ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ଏକ ଗୁରୁତର କିନ୍ତୁ ବିରଳ ଫଙ୍ଗଲ୍ ସଂକ୍ରମଣ, ଯାହାକି ମ୍ୟୁକର୍ ନାମକ ଏକ ବିରଳ ଘାତକ ଫଙ୍ଗସ୍ କାରଣରୁ…

ପବିତ୍ର ରମଜାନ

ramadan

ପବିତ୍ର ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)। ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍‌ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ଏହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ…

ମହାବିଷୁବ ସଂକ୍ରାନ୍ତି

maha bisuba sankranti

ଅରବିନ୍ଦ ମହାନ୍ତି “ନ ମାଧବସମୋ ମାସ ନକୃତେନ ଯୁଗ ସମଂ,ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II” ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ । ସେଇ ବୈଶାଖ ମାସ ଓ ବିଷୁବ ସଂକ୍ରାନ୍ତି ଓଡ଼ିଆଙ୍କ ଜନଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଶାଖ ବର୍ଷର ପ୍ରଥମ ଦିନ, ଏଇ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ବୈଶାଖ ଦାନଧର୍ମର ମାସ, ଗାଁ ଗହଳିରେ ଘରେ ଘରେ ବୈଶାଖ୍ୟ ମାହାତ୍ମ୍ୟ ପାଠ ହୁଏ, ବ୍ରତ ପାଳନ ହୁଏ । ଏ ମାସରେ ଦାନଧର୍ମରେ ଅଶେଷ ପୁଣ୍ୟଫଳ ପ୍ରାପ୍ତି ହୁଏ । ଗ୍ରୀଷ୍ମଋତୁରେ ତୃଷାର୍ତ୍ତକୁ ପାଣି ମୁନ୍ଦିଏ ଦେଲେ ଅଶେଷ ପୁଣ୍ୟ ହୁଏ…

ମହାଶିବରାତ୍ରୀ ମାହାତ୍ମ୍ୟ

shivratri

ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।ଶିବ ଜୀବ ପରବହ୍ମ ଅଗତିର ଗତି।ଶିବ ସେବା କଲେ ପାଇବୁ ମୁକତି।।ପ୍ରତିଯୁଗେ ଶିବ ନାମ ଅଟଇଟି ସାର।ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ…

ଅର୍ଶ (Piles or Hemorrhoids)

bajabala

ଆଜି ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆମେ ଜାଣିବା “ଅର୍ଶ” ରୋଗ ସଂପର୍କରେ…ଯେଉଁ ରୋଗ କି ମନୁଷ୍ୟକୁ କଷ୍ଟ ଦେଉଥିବା ରୋଗ ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହି ରୋଗ ହେବା ଦ୍ବାରା ରୋଗୀ ଭୀଷଣ ଯନ୍ତ୍ରଣା ଭୋଗ କରିଥାଏ ॥ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଯଦି “ଅର୍ଶ” ରୋଗକୁ ବ୍ୟାଖ୍ୟା କରିବା ତେବେ ତାହା ଏକ ଦୀର୍ଘ ସନ୍ଦର୍ଭ ହେବ… ଯାହା ଦ୍ବାରା କି ଏ ରୋଗ ସମ୍ବନ୍ଧରେ ଜାଣିବା ପାଇଁ ଏକ ବିରକ୍ତିକର ଅବସ୍ଥା ସୃଷ୍ଟି ହେବ ଆମ ସାଧାରଣ ଲୋକଟିଏ ପାଇଁ…ତେଣୁ ଏଠି ଚୁମ୍ବକରେ “ଅର୍ଶ”ରୋଗ ବିଷୟରେ ଲେଖିବା ପାଇଁ ପ୍ରୟାସ କରିଛି ॥ ଉତ୍ପତ୍ତି –ମଳଦ୍ବାର ହିଁ “ଅର୍ଶ”ରୋଗର ଉତ୍ପତ୍ତି ସ୍ଥାନ ଅଟେ…ଏହି ରୋଗରେ ମଳଦ୍ବାରର ବାହାରେ ବା ଭିତରେ ନାନା ପ୍ରକାର ମାଂସାଙ୍କୁର ଜନ୍ମିଥାଏ…ବାହ୍ୟ ଭାଗରେ ଉତ୍ପନ୍ନ ହେଉଥିବା ମାଂସାଙ୍କୁର…

ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ

ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ…

ବହି

bajabala

ବହି, ତୁ ମୋର ପିଲାଦିନର ସାଥି,ବୁଲେଇଛୁ କେତେ ଦେଶ ବିଦେଶରେ,ଦେଖେଇଛୁ କେତେ ନଦୀ ପାହାଡ଼ ଅରଣ୍ୟରେ,ଶୁଣେଇଛୁ କେତେ ଇତିହାସ ମୋ କାନ ପାଖେ,ମୁଁ ତ ସେଇଠି ଠିଆ ହୋଇଛି, ଯୋଉଠି ତତେ ଦେଖିଥିଲି;ତୁ ମୋ ସାଥେ ସବୁଆଡେ ବୁଲିଲୁ,ତୋ ପୃଷ୍ଠା ବଦଳିଲା ପରିଧିରେ ଧିରେ ମତେ ବଦଳେଇଲୁ ;ତୁ ସେଇ ଥାକରେ ଥା ଯୋଉଠୁ ତତେ ଆଣିଥିଲି | ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ

ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର।

jadumani mohapatra

କବି:- ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଆବିର୍ଭାବ:- ୧୭୮୧ ଜାନୁଆରୀ ୮ ତାରିଖତିରୋଧାନ:- ୧୮୬୬ ଜୁଲାଇ ୨ ତାରିଖ କବିଙ୍କ ପିତା:- ମୁକୁନ୍ଦ ମହାପାତ୍ରକବିଙ୍କ ମାତା:- ଶୋଭା ଦେଇକବିଙ୍କ ପତ୍ନୀ:- ଖଞ୍ଜନା *କବି ଗଞ୍ଜାମର ଆଠଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡ଼ର ଇଟାମାଟି ଠାରେ ହିଁ ବିତିଥିଲା। *କବି ଯଦୁମଣି, ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ। ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସନ୍ନମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ। *କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ।ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ…