ପୁରୀ ଶ୍ରୀ ମନ୍ଦିର ଓ ଅଗ୍ରପୂଜ୍ୟ ଶ୍ରୀ ଗଣେଶ

PURI_JAGANATHA_TEMPLE,_PURI,_ORISSA

“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ।ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।” ପୁରାଣରେ ଏହି ପଞ୍ଚଦେବତା(ଗଣେଶ, ନାରାୟଣ, ରୁଦ୍ର, ଅମ୍ବା, ସୂର୍ଯ୍ୟ)ଙ୍କୁ ସର୍ବମାନ୍ୟ ବା ସମସ୍ତ କ୍ଷେତ୍ରରେ ପୂଜାରେ ଆଦ୍ୟ ବୋଲି ଧରାଯାଏ ଏହି ମାନଙ୍କ ମଧ୍ୟରୁ ଅଗ୍ରପୂଜ୍ୟ ହେଲେ ଶ୍ରୀ ଗଜାନନ। ବିଘ୍ନବିନାଶନ ଶଙ୍କଟନାଶନ ଅଗ୍ରପୂଜ୍ୟ ଶ୍ରୀ ଗଜାନନ! ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡେ ଅଗ୍ରପୂଜ୍ୟ ବକ୍ରତୁଣ୍ଡଙ୍କୁ,କାରଣ ପୁରାଣ ମତ ଦିଏ ସେ ଅଗ୍ରପୂଜ୍ୟ ଏବଂ ଗଣ ମାନଙ୍କର ସେନାପତି ଓ ପ୍ରତ୍ୟେକ ଦେବଦେବୀ ବା ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କଲା ସେ କର୍ମ ବିନା ବାଧ ବିଘ୍ନରେ ସୃଚାର ରୂପେ ହୋଇଥାଏ। ଶ୍ରୀ ଗଣେଶ ଏକ ଅନନ୍ୟ ଶରୀର ଯାହାଙ୍କର ଶରୀର ମାନବ କିନ୍ତୁ ମସ୍ତକ ହସ୍ତୀର। ବିଦ୍ୟା ବୁଦ୍ଧିର ଦେବତା…

ସ୍ବାଧୀନତା ସଂଗ୍ରାମରେ ଓଡି଼ଶାର ଭୂମିକା

ସ୍ବାଧୀନତା ପାଇଁ ଭାରତର ପ୍ରଥମ ସଂଗ୍ରାମ ହେଉଛି ପାଇକ ବିଦ୍ରୋହ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ରଙ୍କ (ଯେ କି ଥିଲେ ଖୋର୍ଦ୍ଧା ରାଜାଙ୍କର ସଜନାପତି) ଅଧିନରେ ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଏଇ ବିଦ୍ରୋହ। ୧୮୧୭ ମସିହାରେ ହଜାର ହଜାର ପାଇକମାନଙ୍କ ସାହାର୍ଯ୍ୟ ଓ ବୀରତ୍ବ ବଳରେ ସେତବେଳେ ଏ ସଂଗ୍ରାମ ହୋଇଥିଲା। ବର୍ତ୍ତମାନ ଜାଣିବା କିଛି ଏପରି ସ୍ବାଧୀନତା ସଂଗ୍ରାମୀଙ୍କ ବିଶୟରେ ଯେ ଏ ଜାତି ପାଇଁ ଏ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇ ଦେଇଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆନନ୍ଦରେ ଦିନ କାଟୁଛେ। ବାଜି ରାଉତ: ୧୮୩୮ ମସିହା ଅକ୍ଟୋବର ୧୦ ତାରିଖ ଦିନ ଦୁଇପହରଟାରେନିଜ ଡଙ୍ଗା ଉପରେ ଥାଏ ଢେଙ୍କାନାଳର ସେହି ସାହାସୀ ବାଳକ ବାଜି ରାଉତ। ଦୂରରୁ ଦେଖିପାରିଲା…