‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାର୍ଗଦର୍ଶିକା ଜାରି, ବିଧବା ପୁନଃବିବାହକୁ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ଆର୍ଥିକ ଦୁର୍ବଳ ପରିବାରର କନ୍ୟାଙ୍କ ବିବାହ ପାଇଁ ଆର୍ଥିକ ସହାୟତା ସହ ବାଲ୍ୟବିବାହ ଓ ଯୌତୁକ ପ୍ରଥା ରୋକିବା ଏବଂ ବିଧବା ପୁନଃବିବାହକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ। ମହିଳା ଓ ଶିଶୁ ବିକାଶ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଯୋଜନାରେ ପ୍ରତି ଯୋଗ୍ୟ କନ୍ୟାଙ୍କୁ ୬୦ ହଜାର ଟଙ୍କା ସହାୟତା ମିଳିବ। ଏଥିରୁ ୪୫ ହଜାର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ଦିଆଯିବ। ବିବାହ ପଞ୍ଜୀକରଣର ୭ କାର୍ଯ୍ୟଦିବସ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯିବ। ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ସମ୍ପର୍କିତ ବ୍ୟବସ୍ଥା ପାଇଁ ଆୟୋଜନକାରୀ ସଂସ୍ଥାକୁ ଦିଆଯିବ। ଓଡ଼ିଶାର ସ୍ଥାୟୀ ବାସିନ୍ଦା ଦମ୍ପତି ଏହାର ଲାଭ ପାଇପାରିବେ। ବରଙ୍କ…

କାର୍ତ୍ତିକ ପୂର୍ଣ୍ଣିମା / ବୋଇତ ବନ୍ଦାଣ ଉତ୍ସବ କାହିଁକି ହୁଏ ?

boita bandana

କୁହୁଡିର ସ୍ପର୍ଷରେ ଯେତବେଳେ ଶିତୁଆ ସକାଳ ସ୍ବାଗତ ଜଣାଏ ଗାଁର ସବୁ ଘରେ ଚରୁଠାରେ ଜଳୁଥାଏ ଦୀପ। କାର୍ତ୍ତିକ ! ଚତୁଃମାସର ଶେଷ ମାସ ଧର୍ମ ମାସ କାର୍ତ୍ତିକର ଶେଷ ଦିନ ଯାହାକୁ ଆମେ ସାଧାରଣତଃ କହୁ କାର୍ତ୍ତିକ ପୁର୍ଣ୍ଣିମା, ପରିଚୟ ଦେଇଥାଏ ସମଗ୍ର ଓଡି଼ଶାର ପ୍ରାଚିନ ନୌବାଣିଜ୍ୟର,ଯାହାର ସ୍ମୃତିକୁ ସ୍ମରଣ କରି ଆମେ ଭସାଇଥାଉ ଡଙ୍ଗା। ଆଜି ଆମେ ଯେପରି ଟଙ୍କା ଦେଇ ବସ୍ତୁ କ୍ରୟ କରୁଛେ ଆଜକୁ ୧୦୦୦ , ୨୦୦୦ ବର୍ଷ ତଳେ ତାହା ନଥିଲା। ସେତବେଳେ ବସ୍ତୁର ହିଁ ଅଦଳ ବଦଳ ହେଉଥିଲା। ଆମେ ଯଦି ଆମ ଓଡି଼ଶାକୁ ଦୃଷ୍ଟିଗୋଚରକୁ ଆଣିବା ଓଡି଼ଶା ହେଉଛି କଳାର ଦେଶ । ଆଜକୁ ୧୦୦୦ ବର୍ଷ ପୂର୍ବେ ଆମର ସାଧବ ମାନେ ବହୁତ ଥିଲେ ଯେ କି ଏ ବ୍ୟବସାୟ କରୁଥିଲେ। ତେବେ ସେମାନେ…

କାର୍ତ୍ତିକ ମାସ ଓ ଛାଡ଼ଖାଇ | କାହିଁକି, କିପରି ଓ କେତେବେଳେ ? ଜାଣନ୍ତୁ ଛାଡ଼ଖାଇ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ |

Boita Bandana

ଉତ୍କଳୀୟ ପର୍ବପର୍ବାଣି ଓ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଏକ ପ୍ରମୁଖ ପର୍ବ ରୂପରେ ଗୃହୀତ |ପ୍ରାଚୀନ କାଳରେ ଉତ୍କଳର ସାଧବ ପୁଅମାନେ ସମୁଦ୍ର ବକ୍ଷରେ ପୋତ ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପପୁଞ୍ଜମାନଙ୍କୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ |ସେଥିପାଇଁ ସାଧବବଧୂମାନେ ବୋଇତକୁ ବନ୍ଦାପନା କରି ବିଦାୟ ଦିଅନ୍ତି ଏବଂ ସର୍ବଶୁଭରେ ଫେରିଆସିବା ପାଇଁ କାମନା କରନ୍ତି | ସମୁଦ୍ରବକ୍ଷରେ ଯାତ୍ରା କରିବାପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଥାଏ |ଜଳପଥରେ ପାଣିପାଗ ଅନୁସାରେ ଯାତ୍ରା କରିବା ପାଇଁ କାର୍ତ୍ତିକ ମାସର ପୂର୍ଣ୍ଣିମା ହିଁ ପ୍ରଶସ୍ତ ସମୟ କାରଣ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ପ୍ରାୟତଃ ଶାନ୍ତ ରହିଥାଏ, ଯାତ୍ରା ପାଇଁ ସହଜ ହୁଏ |ଆଷାଢ଼ ମାସ ବେଳକୁ ବର୍ଷା ଆସିଯାଏ |ତେଣୁ ଯେଉଁମାନେ ଵାଣିଜ୍ୟକରି ଯାଆନ୍ତି ପପ୍ରାୟତଃ ମାଘ ମାସ ବେଳକୁ କିମ୍ବା ବୈଶାଖ ମାସ…

ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର।

jadumani mohapatra

କବି:- ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଆବିର୍ଭାବ:- ୧୭୮୧ ଜାନୁଆରୀ ୮ ତାରିଖତିରୋଧାନ:- ୧୮୬୬ ଜୁଲାଇ ୨ ତାରିଖ କବିଙ୍କ ପିତା:- ମୁକୁନ୍ଦ ମହାପାତ୍ରକବିଙ୍କ ମାତା:- ଶୋଭା ଦେଇକବିଙ୍କ ପତ୍ନୀ:- ଖଞ୍ଜନା *କବି ଗଞ୍ଜାମର ଆଠଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡ଼ର ଇଟାମାଟି ଠାରେ ହିଁ ବିତିଥିଲା। *କବି ଯଦୁମଣି, ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ। ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସନ୍ନମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ। *କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ।ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ…

ମହାଶିବରାତ୍ରୀ ମାହାତ୍ମ୍ୟ

shivratri

ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।ଶିବ ଜୀବ ପରବହ୍ମ ଅଗତିର ଗତି।ଶିବ ସେବା କଲେ ପାଇବୁ ମୁକତି।।ପ୍ରତିଯୁଗେ ଶିବ ନାମ ଅଟଇଟି ସାର।ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ…

ମହାବିଷୁବ ସଂକ୍ରାନ୍ତି

maha bisuba sankranti

ଅରବିନ୍ଦ ମହାନ୍ତି “ନ ମାଧବସମୋ ମାସ ନକୃତେନ ଯୁଗ ସମଂ,ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II” ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ । ସେଇ ବୈଶାଖ ମାସ ଓ ବିଷୁବ ସଂକ୍ରାନ୍ତି ଓଡ଼ିଆଙ୍କ ଜନଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଶାଖ ବର୍ଷର ପ୍ରଥମ ଦିନ, ଏଇ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ବୈଶାଖ ଦାନଧର୍ମର ମାସ, ଗାଁ ଗହଳିରେ ଘରେ ଘରେ ବୈଶାଖ୍ୟ ମାହାତ୍ମ୍ୟ ପାଠ ହୁଏ, ବ୍ରତ ପାଳନ ହୁଏ । ଏ ମାସରେ ଦାନଧର୍ମରେ ଅଶେଷ ପୁଣ୍ୟଫଳ ପ୍ରାପ୍ତି ହୁଏ । ଗ୍ରୀଷ୍ମଋତୁରେ ତୃଷାର୍ତ୍ତକୁ ପାଣି ମୁନ୍ଦିଏ ଦେଲେ ଅଶେଷ ପୁଣ୍ୟ ହୁଏ…

ଓଡ଼ିଶା ରାଜଧାନୀରେ ରେଳ ଟ୍ରାକରେ ମୃତ୍ୟୁ

ଭୁବନେଶ୍ୱର: ଆଜି ଓଡିଶା ରାଜଧାନୀର ଲିଙ୍ଗରାଜ ମନ୍ଦିର ରୋଡ ଷ୍ଟେସନ ନିକଟରେ ରେଳ ଟ୍ରାକରେ ଜଣେ ପ୍ରେରଣାଦାୟକ ବକ୍ତା ତଥା ସାମାଜିକ କର୍ମୀଙ୍କ ମୃତଦେହ ମିଳିଛି । ମୃତକଙ୍କ ନାମ ଆଦିତ୍ୟ ଦାଶ ବୋଲି ଜଣାପଡିଛି। ଫେସବୁକରେ 80,000 ରୁ ଅଧିକ ଅନୁଗାମୀ ଥିବା ପ୍ରେରଣାଦାୟକ ବକ୍ତାଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଚକିତକାରୀ ରୂପେ ଆସିଥିଲା। ଆଦିତ୍ୟ ଜୁନ୍ 9 ରେ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ସେ ଭୟଭୀତ ଅନୁଭବ କରୁଥିଲେ।

ପବିତ୍ର ରମଜାନ

ramadan

ପବିତ୍ର ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)। ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍‌ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ଏହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ…

ବ୍ଲାକ୍ ଫଙ୍ଗସ୍ କ’ଣ? ଏହା କ’ଣ ମୃତ୍ୟୁର କାରଣ ହୋଇପାରେ କି?

black fungal infection

ଯେତେବେଳେ ଭାରତରେ କରୋନାଭାଇରସ୍ ରୋଗ କେବଳ 4 ଲକ୍ଷ ମାର୍କରେ ପହଁଚିଲା, ସେତେବେଳେ ମାରାତ୍ମକ ରୋଗର ଏକ ନୂତନ ଲକ୍ଷଣ ଜନସଂଖ୍ୟା ମଧ୍ୟରେ ଦୁଃଖ ସୃଷ୍ଟି କଲା | ବ୍ଲାକ ଫଙ୍ଗସ୍ ସଂକ୍ରମଣ ଭାବରେ ଜଣାଶୁଣା ମୁକର୍ମାଇକୋସିସ୍, ଅନେକ COVID-19 ବଞ୍ଚିଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଓ ଓଡ଼ିଶାରୁ ଆଜି(10.05.2021) ଗୋଟିଏ ରିପୋର୍ଟ କରାଯାଇଛି। ଏହି ଲକ୍ଷଣଗୁଡ଼ିକ ପ୍ୟାନିକ୍ ଟୋକେଇରେ ଯୋଡି ହୋଇସାରିଥିବାବେଳେ ଏହା ସମସ୍ତଙ୍କୁ ପ୍ରଭାବିତ କରେ ନାହିଁ | ତେବେ କିଏ ଏହା ବିଷୟରେ ଚିନ୍ତା କରିବା ଉଚିତ୍? ଆପଣ ଯାହା ଜାଣିବା ଆବଶ୍ୟକ କରନ୍ତି ତାହା ଏଠାରେ ଅଛି | ବ୍ଲାକ୍ ଫଙ୍ଗସ୍ କ’ଣ?ମ୍ୟୁକର୍ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ଏକ ଗୁରୁତର କିନ୍ତୁ ବିରଳ ଫଙ୍ଗଲ୍ ସଂକ୍ରମଣ, ଯାହାକି ମ୍ୟୁକର୍ ନାମକ ଏକ ବିରଳ ଘାତକ ଫଙ୍ଗସ୍ କାରଣରୁ…

ନ କ୍ଷୟ ଅକ୍ଷୟ

akshaya tritiya

ଓଡି଼ଶା ଯାହାର ପ୍ରତ୍ୟକ ମାସରେ କିଛି ନା କିଛି ପର୍ବପର୍ବାଣୀ ଓ ସେହି ପର୍ବ କିଛି ବିଶେଷ ମହତ୍ବ ବହନ କରେ। ଏଇ ଜଗନ୍ନାଥ ଧାମରେ ମାଟି ପାଣି ସବୁ ପବିତ୍ର ତେଣୁ ଏ କ୍ଷେତ୍ରେ ଅଣୁ ଠାରୁ ବୃହତ ବୃକ୍ଷ ସହିତ ସଭିଙ୍କୁ ପୂଜନ ଓ ସମ୍ମାନ କରାଯାଏ। ଆମେ ସମସ୍ତେ ଶୁଣିଛେ ବାର ମାସରେ ତେର ଯାତରା ପ୍ରତ୍ୟେକ ଓଡି଼ଆଙ୍କ ଘରେଘରେ ପାଳନ କରାଯାଏ ସେହି ଅନ୍ତରାଳରେ ଗୋଟିଏ ବିଶେଷ ପର୍ବ ହେଉଛି ବୈଶାଖ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଯାହାକୁ ଆମେ ସ୍ଥାନିୟ ଭାବେ ଅକ୍ଷୀ ତୃତୀୟା କହିଥାଉ। ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କ୍ଷୟ ହୁଏ ନାହିଁ ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ, ତାହା ହିଁ ଏ ପର୍ବର…