ପୁଣି ଏକ ମେ’ ୨୯, ସରକାରୀ ସ୍ତରରେ ହେବ କି କିଛି ବଡ଼ ନିଷ୍ପତ୍ତି?

ଭୁବନେଶ୍ବର: ମେ’ ୨୯ ତାରିଖରେ ନବୀନ ସରକାରର ପଞ୍ଚମ ପାଳିକୁ ଦୁଇ ବର୍ଷ ପୂରିବାକୁ ଯାଉଛି। ଠିକ ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ଶାସକ ଦଳ ବିଜେଡିର ପ୍ରତିଶ୍ରୁତି ଓ କାର୍ଯ୍ୟକାରିତାର ସମୀକ୍ଷା ହେବାର ସମ୍ଭାବନା ଅଛି। ଅନ୍ୟପଟେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ଏଥିରେ କାହାକୁ କେତେ ଫାଇଦା ହେବ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ଚଳିତ ମେ’ ମାସରେ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟକ୍ରମ ଓ ଦକ୍ଷତା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଧାର୍ଯ୍ୟ କରାଯାଇଥିଲା । ଏଥରକ ମନ୍ତ୍ରୀମାନଙ୍କୁ ବିଭିନ୍ନ ରାଙ୍କ୍ ମିଳିବ ମିଳିବ ବୋଲି ମଧ୍ୟ କୁହାଯାଉଥିଲା।…

ଏକ ଘୂର୍ଣ୍ଣିବଳୟ ବା ବାତ୍ୟା କିପରି ସୃଷ୍ଟି ହୁଏ?

yaas

ସାଇକ୍ଲୋନନ୍ ହେଉଛି ପବନର ଏକ ପ୍ରଣାଳୀ ଯାହା ଉଚ୍ଚ ବେଗରେ ମଧ୍ୟଭାଗରେ ନିମ୍ନ ଚାପର କ୍ଷେତ୍ର ସହିତ ଘୂର୍ଣ୍ଣନ କରେ | ଇକ୍ୟୁଏଟର ନିକଟରେ ଥିବା ଉଷ୍ମ ସମୁଦ୍ର ଜଳ ଉପରେ ଟ୍ରପିକାଲ୍ ସାଇକ୍ଲୋନ୍ ଗଠନ ହୁଏ | ଯେତେବେଳେ ସମୁଦ୍ର ଉପରେ ଉଷ୍ମ, ଆର୍ଦ୍ର ବାୟୁ ଭୂପୃଷ୍ଠ ନିକଟରୁ ଉପରକୁ ଉଠେ, ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ | ଯେତେବେଳେ ବାୟୁ ଉପରକୁ ଉଠେ ଏବଂ ସମୁଦ୍ର ପୃଷ୍ଠରୁ ଦୂରରେ, ଏହା ନିମ୍ନରେ ନିମ୍ନ ବାୟୁ ଚାପର ଏକ କ୍ଷେତ୍ର ସୃଷ୍ଟି କରେ | ଏହା ଉଚ୍ଚ ଚାପ ସହିତ ଆଖପାଖ ଅଞ୍ଚଳରୁ ବାୟୁକୁ ନିମ୍ନ ଚାପ ଅଞ୍ଚଳ ଆଡକୁ ଗତି କରେ ଯାହା ଦ୍ୱାରା ବାୟୁ ଉତ୍ତାପକୁ ଉଠାଇଥାଏ ଏବଂ ଏହା ଉପରକୁ ଉଠିଥାଏ | ଉଷ୍ମ, ଆର୍ଦ୍ର ବାୟୁ ଏବଂ ବାୟୁରେ ଥିବା…

ସ୍ବାଧୀନତା ସଂଗ୍ରାମରେ ଓଡି଼ଶାର ଭୂମିକା

ସ୍ବାଧୀନତା ପାଇଁ ଭାରତର ପ୍ରଥମ ସଂଗ୍ରାମ ହେଉଛି ପାଇକ ବିଦ୍ରୋହ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ରଙ୍କ (ଯେ କି ଥିଲେ ଖୋର୍ଦ୍ଧା ରାଜାଙ୍କର ସଜନାପତି) ଅଧିନରେ ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଏଇ ବିଦ୍ରୋହ। ୧୮୧୭ ମସିହାରେ ହଜାର ହଜାର ପାଇକମାନଙ୍କ ସାହାର୍ଯ୍ୟ ଓ ବୀରତ୍ବ ବଳରେ ସେତବେଳେ ଏ ସଂଗ୍ରାମ ହୋଇଥିଲା। ବର୍ତ୍ତମାନ ଜାଣିବା କିଛି ଏପରି ସ୍ବାଧୀନତା ସଂଗ୍ରାମୀଙ୍କ ବିଶୟରେ ଯେ ଏ ଜାତି ପାଇଁ ଏ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇ ଦେଇଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆନନ୍ଦରେ ଦିନ କାଟୁଛେ। ବାଜି ରାଉତ: ୧୮୩୮ ମସିହା ଅକ୍ଟୋବର ୧୦ ତାରିଖ ଦିନ ଦୁଇପହରଟାରେନିଜ ଡଙ୍ଗା ଉପରେ ଥାଏ ଢେଙ୍କାନାଳର ସେହି ସାହାସୀ ବାଳକ ବାଜି ରାଉତ। ଦୂରରୁ ଦେଖିପାରିଲା…

ଗାନ୍ଧୀ ଓ ଓଡ଼ିଶା

Gandhi in Odisha

ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କର ଜନ୍ମଦିବସ। ତାଙ୍କ ଜନ୍ମଦିନରେ ତାଙ୍କ ସ୍ମୃତିକୁ ମନେପକାଇ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା। ତେବେ ଆଜି ଆମେ ଦେଖିବା ଗାନ୍ଧୀଜିଙ୍କର ଓଡି଼ଶା ଆଗମନ ବିଷୟରେ। ଆମେ ତାଙ୍କୁ ବାପୁ କହିଲେ ଜାଣୁ, ଦେଶ ଓ ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନଦାସ କରମଚାନ୍ଦ ଗାନ୍ଧୀ ଏକ ନାମ କେବଳ ନୁହଁ ଆଜି ଯଦି ଏ ଭାରଣ ଭୂମି ହସୁଛି ତାହାର ଏକ ମହାନ ବିନ୍ଧାଣୀ ହେଲେ ବାପୁ। ପ୍ରତିଟି ମନରେ ତାଙ୍କ ସ୍ମୃତି ଆଜି ମଧ୍ୟ ଉଜ୍ଜୀବିତ ହୋଇ ରହିଅଛି।ସେ ସମୟରେ ଯଦି କୌଣସି ପରିବାର ବା ଏକାଧିକ ପରିବାର ଦୁଃଖରେ କଷ୍ଟରେ ଚଳୁଥିଲେ ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଶେଷତଃ ଦଳିତ ପରିବାର, ଗାନ୍ଧୀଜି ଥିଲେ ତାଙ୍କର ସ୍ବର। ମହାତ୍ମା ଗାନ୍ଧୀହିଁ ତାଙ୍କର ନେତୃତ୍ୱ…

କିପରି ଏକ ଅନଲାଇନ୍ ଷ୍ଟୋର୍ ଆରମ୍ଭ କରିବେ ?

Online Store

ଆପଣ ନିଜର ଅନଲାଇନ୍ ଷ୍ଟୋର ଆରମ୍ଭ କରିବାକୁ ଚାହୁଁଛନ୍ତି କି? ଆମେ ଜାଣୁ ଯେ ଏକ ଅନଲାଇନ୍ ଷ୍ଟୋର୍ ନିର୍ମାଣ ଏକ ଭୟଙ୍କର ଚିନ୍ତା ହୋଇପାରେ ବିଶେଷତଃ ଯେତେବେଳେ ଆପଣ ସଫ୍ଟଓୟାର ଇଞ୍ଜିନିଅର ନୁହଁନ୍ତି | ହଁ, ଆପଣ ଏକା ନୁହଁନ୍ତି | ଶହ ଶହ ଲୋକ/ ଦୋକାନୀଙ୍କ ଅନୁରୋଧ ଆସିଲା ପରେ, ଆମେ ୱର୍ଡପ୍ରେସ୍ ସହିତ କିପରି ଆପଣଙ୍କର ଅନଲାଇନ୍ ଷ୍ଟୋର୍‌ ନିର୍ମାଣ କରିବେ ସେ ସମ୍ବନ୍ଧରେ ବିସ୍ତୃତ ଗାଇଡ୍ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛୁ | ଏକ ଅନଲାଇନ୍ ଷ୍ଟୋର୍ ଆରମ୍ଭ କରିବା ପାଇଁ ଆପଣ କ’ଣ ଆବଶ୍ୟକ କରନ୍ତି?ଆଜିଠାରୁ ଅନଲାଇନ୍ ବ୍ୟବସାୟ ଆରମ୍ଭ କରିବା ପାଇଁ କେବେ ଭଲ ସମୟ ନଥିଲା | କମ୍ପ୍ୟୁଟର ଥିବା ଯେ କୌଣସି ବ୍ୟକ୍ତି କିଛି ମିନିଟ୍ ମଧ୍ୟରେ ଏବଂ କୌଣସି ବିଶେଷ କୌଶଳ ହାସଲ ନକରି…

ଘୋଡ଼ାରେ ବସି ‘ଦମନ’ କରିବେ ବାବୁସାନ.. ଭିନ୍ନ ଲୁକ ସହ ରିଲିଜ ହେଲା ‘ଦମନ’ର ପ୍ରଥମ ପୋଷ୍ଟର.

ବାବୁସାନଙ୍କ ନିଆରା ଚଳଚିତ୍ର ପୋଷ୍ଟର.. ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ..୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ । ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ରର ପୋଷ୍ଟର ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଡିସେମ୍ବର ୨୫ରେ ସେୟାର କରିଥିଲେ । ଚଳଚିତ୍ରଟିର ନାଁ ହେଉଛି ‘ଦମନ’। ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ । ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ଏମିତି ବି କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେବ ପୂଜା ବଜାର ଥଣ୍ଡା ପଡିଯାଇଛି.. ଯାହାଫଳରେ ବିଶେଷ ଓଡ଼ିଆ ଫିଲ୍ମ ଓଟିଟି ପ୍ଲାଟଫର୍ମ ଗୁଡିକରେ ରିଲିଜ ହେଉଥିଲା……

ନିର୍ମାଣରେ ଗୁଣବତ୍ତାକୁ ପ୍ରାଥମିକତା: ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ପ୍ରକଳ୍ପରେ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ଆହୁରି କଡ଼ାକଡ଼ି ହେବ। ନିର୍ମାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବାକୁ ପୂର୍ତ୍ତ ବିଭାଗ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛି। ନୂଆ ବ୍ୟବସ୍ଥାରେ ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ସମସ୍ତ ପ୍ରକଳ୍ପ ପାଇଁ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ ହୋଇଛି। ପୂର୍ତ୍ତ ବିଭାଗର RD&QP ୱିଙ୍ଗ ବିନା କୌଣସି ଯାଞ୍ଚ କିମ୍ବା ପରୀକ୍ଷା ଶୁଳ୍କରେ ଏହି ଅଡିଟ୍ କରିବ। ଅଡିଟ୍‌ରେ ଠିକାଦାରଙ୍କ କାର୍ଯ୍ୟପଦ୍ଧତିଠାରୁ ନିର୍ମାଣ ସାମଗ୍ରୀର ମାନ, ପରୀକ୍ଷାଗାରର କ୍ଷମତା, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଓ ନିର୍ମାଣ ପ୍ରକ୍ରିୟା ପର୍ଯ୍ୟନ୍ତ ଯାଞ୍ଚ ହେବ। ଏହାସହ ସୁରକ୍ଷା ମାନଦଣ୍ଡ, ପରିବେଶ ସୁରକ୍ଷା ଓ ଶ୍ରମ ଆଇନ ପାଳନକୁ ମଧ୍ୟ ଯାଞ୍ଚ ପରିସରରେ ରଖାଯାଇଛି। ପ୍ରକଳ୍ପ ତଦାରଖ କରୁଥିବା ପରାମର୍ଶଦାତା…