ଶିକ୍ଷା ଏପରି ଏକ ମାର୍ଗ ଯାହାକି ଏକ ପ୍ରାଣୀକୁ ଅନନ୍ତରୁ ଆନନ୍ଦ ଦେଇଥାଏ। କିନ୍ତୁ ଯେବେ ଶିକ୍ଷାର ମାନ ବଢେ ସେତବେଳେ ଶିକ୍ଷିତର ମାନ ବଢେ, ଶିକ୍ଷକର ମାନ ବଢେ ଓ ବଢି଼ଥାଏ ଶିକ୍ଷକତାର ମାନ।ତେଵେ ଆଜି ଆମେ ଏ ପ୍ରସଙ୍ଗରେ କଥା ହେବ।
ଶିକ୍ଷିତ;- କେବଳ ଡିଗ୍ରୀ ଅକ୍ତିଆର କରିନେଲେ ଶିକ୍ଷିତ କୁହାଯାଏ ନାହିଁ। ଶିକ୍ଷିତ ଯିଏ ସେ ଶିକ୍ଷକ ହୋଇପାରେ ନ ହୋଇମଧ୍ୟ ପାରେ। ଶିକ୍ଷକତା କରୁଥାଇ ପାରେ ନ କରୁଥାଇ ମଧ୍ୟ ପାରେ। ତେଣୁ ଶିକ୍ଷିତ କେବଳ ଶିକ୍ଷକକୁ କହିଲେ ବୁଝାଏ ତାହା ଭୁଲ। ଯିଏ ନିଜର ଜ୍ଞାନ ସହ ଆଚାର ବ୍ୟବହାରରେ ସଞ୍ଜମତା ରକ୍ଷା କରିପାରିଲା ସେ ହିଁ ଶିକ୍ଷିତ ବୋଲାଇବ। ଶିକ୍ଷିତ କେବଳ ଯେ ପାଠରେ ହୋଇଯିବ ତାହା ନୁହଁ। ଯେ ଶିକ୍ଷିତ ସେ ପିଲାମାନଙ୍କୁ ପାଠ ନପଢାଇଲେ ମଧ୍ୟ ସେ ଶିକ୍ଷିତ ହିଁ ବୋଲାଇବ।
ଶିକ୍ଷକ;-ଶିକ୍ଷିତ ହେଇପାରେ ନ ହେଇ ବି ପାରେ ଓ ଶିକ୍ଷକତା କରୁଥାଇ ପାରେ ନ କରୁଥାଇ ବି ପାରେ। ଯିଏ ଶିକ୍ଷକ ଶିକ୍ଷିତ ହୋଇଥିବ ତାହା ନୁହେଁ।ଉଦାହରଣ ଅବଧୂତଙ୍କର ୨୪ ଗୁରୁ ସେ ଛୋଟ ପିମ୍ପୁଡି଼କୁ ମଧ୍ୟ ଗୁରୁ କରିଥିଲେ ସେ ତ ମଣିଷ ମଧ୍ୟ ନୁହଁ ଶିକ୍ଷିତ ତ ଦୂରର କଥା। ତେଣୁ ପ୍ରତ୍ୟେକ ଶିକ୍ଷକ ଯେ ଶିକ୍ଷିତ ହୋଇଥିବ ତାହା ନୁହଁ। ଶିକ୍ଷକ ବୟରେ ଛୋଟ ବି ହେଇପାରେ ବଡ଼ ମଧ୍ୟ ହୋଇପାରେ। ଶିଖିବାର କୌଣସି ବୟସ ନଥାଏ ଯେପରି ଶିକ୍ଷକର ଶିଖେଇବାର ସେପରି କୌଣସି ବୟସ ନଥାଏ।ସେ ଶିକ୍ଷକ କେବଳ ଯେ ଶିକ୍ଷକତା କରୁଥିବ ତାହା ମଧ୍ୟ ନୁହଁ। ଶିକ୍ଷକତା କଲେ ହେଁ ଜଣେ ଶିକ୍ଷକ ଏହା ଭୁଲ।
ଶିକ୍ଷକତା;-ଜଣେ ଶିକ୍ଷିତ ମଧ୍ୟ ଶିକ୍ଷକ ମଧ୍ୟ ତାହା ହେଲେ ହେବ ଶିକ୍ଷକତା। ଶିକ୍ଷକତା ସମସ୍ତଙ୍କ ନିମନ୍ତେ ଉପାଦେୟ ନୁହେଁ। ଆମେ ପାହାଡ଼, ପର୍ବତଙ୍କ ଠାରୁ ମଧ୍ୟ ଶିଖୁଛେ, କିନ୍ତୁ ସେମାନେ ଶିକ୍ଷକତା କରୁ ନାହାନ୍ତି। ଶିକ୍ଷକତା ହେଉଛି ଶିକ୍ଷିତ ଶିକ୍ଷକ ଅର୍ଥ ଜଣେ ଶିକ୍ଷିତ ଥିବା ଶିକ୍ଷକ। ଶିକ୍ଷକତା ପ୍ରତ୍ୟେକ ପ୍ରାଣୀକୁ ଦରକାର। ପ୍ରତ୍ୟେକ ପ୍ରାଣୀ ଶିକ୍ଷାକୁ ଗୁରୁତ୍ବ ଦେଇଥାଏ। ତେବେ ସେ ଶିକ୍ଷାଟି ଶିକ୍ଷିତଙ୍କ ଦ୍ବାରା ଅନୁମେୟ ହେବା ନିହାତି ଆବଶ୍ୟକ ଓ ସେ ମଧ୍ୟ ଶିକ୍ଷକତା ପାରଙ୍ଗମ ରହିବା ନିହାତି ଆବଶ୍ୟକ ତେବେ ହିଁ ଶିକ୍ଷିତ ଶିକ୍ଷକ ପାଠ ପଢାଇଲେ ଶିକ୍ଷକତା ହୋଇପାରେ।
ଉପସ୍ଥାପନା: ଆଫତାବ