ବଦନାମ

ଧିରେ ଧିରେ ଆସିବୁ ତୁ ଘରୁଗୋଡ଼ କାଢିଆଖିରେ ଥିବ କଜଳ , ଦେହେନୀଳ ଶାଢ଼ୀଭିଡ଼ରେ ଖୋଜିବୁ ମତେସବୁ ଲାଜ ଭୁଲିମିଶିଗଲେ ଆମ ଆଖିଦୁନିଆ ଭୁଲିବାଚାଲ ପ୍ରିୟା ପୁଣିଥରେ ବଦନାମ ହେବା | ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ

ସ୍ମୃତି ଏକ କୁଆଁ ତାରା

ଲଙ୍କା ଆମ୍ବ କଥା କହିଲା ବେଳେ ମନ ପଡ଼ିଯାଏ ପିଲା ଦିନ କଥା। ଖରା ଦିନ ଆସିଲେ ଦାଣ୍ଡରେ ଡାକ ପଡ଼େ ତାଳ, ଆଉ ଲଙ୍କା ଆମ୍ବ। ଆମେ ସବୁ ଛୋଟ ଛୋଟ ପିଲା ଦୌଡ଼ି ଯାଉ ଦାଣ୍ଡକୁ। ମାଆ ରଡ଼ି ଛାଡେ “ଆଲୋ ଘୋଡ଼ିଙ୍କ ପରି ଖରା ଟାରେ ଦାଣ୍ଡକୁକିଆଁ ଧାଉଁଛୁ? କଣ କିଏ କୃଷ୍ଣ ଆସିଲେ କି?”। ସେତେବେଳେ ଏ ଗୁଡ଼ିକର ଅର୍ଥ ବୁଝିବା ଟିକେ କଷ୍ଟ ହେଲେ ବି ଏତିକି ବୁଝିଥିଲିି ତାଳ ବାଲା କି ଲଙ୍କା ଆମ୍ବ ବାଲାକୁ ଏମିତି କହୁ ଥିବ। କେଜାଣି ସେମାନଙ୍କ ଭିତରୁ କାହା ନାଁ କୃଷ୍ଣ ହୋଇଥିବାର ମାଆ ଜାଣି ଥିବପରା।ପ୍ରଥମେ ଯେବେ ଲଙ୍କା ଆମ୍ବ ନାଁ ଶୁଣିଲି ସେତେବେଳେ ମନରେ ମୋର ପ୍ରଶ୍ନ ଆସିଥିଲା ଯେ ଆମ୍ବ ତ ଆମ୍ବ ପୁଣି ଲଙ୍କା ଆମ୍ବ…

ବହି

bajabala

ବହି, ତୁ ମୋର ପିଲାଦିନର ସାଥି,ବୁଲେଇଛୁ କେତେ ଦେଶ ବିଦେଶରେ,ଦେଖେଇଛୁ କେତେ ନଦୀ ପାହାଡ଼ ଅରଣ୍ୟରେ,ଶୁଣେଇଛୁ କେତେ ଇତିହାସ ମୋ କାନ ପାଖେ,ମୁଁ ତ ସେଇଠି ଠିଆ ହୋଇଛି, ଯୋଉଠି ତତେ ଦେଖିଥିଲି;ତୁ ମୋ ସାଥେ ସବୁଆଡେ ବୁଲିଲୁ,ତୋ ପୃଷ୍ଠା ବଦଳିଲା ପରିଧିରେ ଧିରେ ମତେ ବଦଳେଇଲୁ ;ତୁ ସେଇ ଥାକରେ ଥା ଯୋଉଠୁ ତତେ ଆଣିଥିଲି | ଉପସ୍ଥାପନା : ଅନ୍ତର୍ଯ୍ୟାମୀ ସାହୁ