(ସୁ) ରକ୍ଷା (ର) ବନ୍ଧନ

Rakhi Purnima

ପିଲାଦିନେ, ମୋର ମନେ ଅଛି ଯେଉଁଥିରେ ଆମେ ଆମ ଘର ନିକଟ ଷ୍ଟୋର୍‌କୁ ଯିବା ଏବଂ ଉତ୍ସାହର ସହିତ ପ୍ରଦର୍ଶନରେ ଥିବା ଅଗଣିତ ରାଖୀଙ୍କ ମଧ୍ୟରେ, ଆମର ପ୍ରିୟ ଭାଇମାନଙ୍କୁ ଉପହାର ଦେବା ପାଇଁ ସର୍ବୋତ୍ତମ ଚୟନ କରିବା| ଏହା ଅଗଷ୍ଟ ଏବଂ ଏହାର ଅର୍ଥ କେବଳ ଗୋଟିଏ ଜିନିଷ ହୋଇପାରେ: ପର୍ବ – ଭାରତରେ ପସରା ଖୋଲିବ ପର୍ବପର୍ବାଣି | ଏହି ବର୍ଷ, ଅଗଷ୍ଟ 3 ତାରିଖ, ରକ୍ଷା ବନ୍ଧନ |ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କଦ୍ୱାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ…

ଗଣପର୍ବ ନୂଆଁଖାଇ | ନୂଆଁଖାଇ ଜୁହାର | ନୂଆଁଖାଇ ଭେଟଘାଟ

nuakhai juhar

ନୂଆଁଖାଇ ଜୁହାର ସଭିଙ୍କୁ!ଆମେ ଆମର ମାଟିକୁ ମାଆ ବୋଲି କହୁ ଓ ଧାନକୁ ଲକ୍ଷ୍ମୀ ବୋଲି କହୁ। ତେବେ ଏ ନୂଆଖାଇ ପର୍ବଟି ହେଉଛି ଆମ ମାଟି ମାଆ ଓ ତାର ଫସଲର ପର୍ବ। ଏହା ଏକ କୃଷି ଭିତ୍ତିକ ପର୍ବ,ଏମିତି ଦେଖିବାକୁ ଗଲେ ଓଡି଼ଶାର ଅଧା ପର୍ବ କୃଷି ଭିତ୍ତିକ ହିଁ ହୋଇଥାଏ। କିନ୍ତୁ ଏ ନୂଆଖାଇ ପର୍ବ ଏକ ନିଆରା ପର୍ବ ଏକ ଭାଇଚାରାର ପର୍ବ ଆନନ୍ଦ ଉଲ୍ଳାସର ପର୍ବ ଓ ଏକତାର ପର୍ବ।କାଇଁ କେଉଁ ଆବାହମାନ କାଳରୁ ଚାଲି ଆସୁଛି ଏ ପରମ୍ପରା। ବିଶେଷତଃ ଏହା ଏକ ଗଣ ଓ କୃଷି ପର୍ବ ଯାହାକି ମୁଖ୍ୟତଃ ଓଡି଼ଶାର ପଶ୍ଚିମ ଭାଗରେ ବା ପଶ୍ଚିମ ଓଡି଼ଶାରେ ପାଳନ କରାଯାଏ। ଏହାର ପରମ୍ପରା ନୀତି ସ୍ବତନ୍ତ୍ର ଓ ନିଆରା। ଆମେ ଓଡି଼ଶାରେ ଲକ୍ଷ କରେ ବା…

90 ଦଶକର ପିଲାମାନେ ହିଁ କେବଳ ଜାଣିପାରିବେ ଏହି ଖେଳ | ଆମ ସମୟର ହଜି ଯାଉଥିବା ଖେଳ |

90s-nostalgic-outdoor-games

ଆଜି ଆଉ ଆସନ୍ତାକୁ ନାହିଁ ହୋଇଯାଉଛି ଅତୀତ। ସେହିପରି ଅନେକ ପାଲଟିଯାଇଛି ଇତିହାସ। କଳା ସଂସ୍କୃତି ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଯାହା ଆଜି ଅଛି ତାହା ଆସନ୍ତା କାଲିକୁ ରହିବ ବୋଲି ଆମେ କହିପାରିବା ନାହିଁ। ଅତୀତରେ ଏପରି ବହୁତ ଘଟଣା ଘଟିଛି ଯାହା ମଧ୍ୟ ଆମେ ଜାଣିନେ ଓ ଅନେକ ମହାପୁରୁଷ ମଧ୍ୟ ଆସିଛନ୍ତି ଯାହାଙ୍କ ବିଶୟରେ ଆମେ ଅଗୋଚର ନୁହେଁ। ସେହିପରି କିଛି ମଧ୍ୟ ଆମ ସମୟରେ ଘଟିଛି। ତାହା ଘଟିଛି ଆମ ଜୀଵନଚର୍ଯ୍ୟାର ଏକ ଅଙ୍ଗ ଆମେ ନିତିଦିନିଆ ଖେଳ ଉପରେ। ବାସ୍ତବରେ ସମୟ ବହୁତ ବଳବାନ ସମୟ ତାର ସ୍ରୋତରେ ସମସ୍ତଙ୍କୁ ନେଇ ଚାଲିଯାଇଛି। ତାହା ମଧ୍ୟରୁ ଗୋଟିଏ ହେଉଛି ଆମ ଖେଳ। ଆଜକୁ କେଇ ବର୍ଷ ତଳେ ଆମେ ବା ଆମ ବାପା ଅଜା ମାନେ ଯେଉଁ…

ଦୁର୍ଗାପୂଜା ବା ଦଶହରା

Durga puja

ଆମ ସମାଜରେ କାହିଁ କେଉଁ କାଳରୁ ଆର୍ଯ୍ୟ ହୁଅନ୍ତୁ ଅବା ଅନାର୍ଯ୍ୟ ହୁଅନ୍ତୁ ପ୍ରକୃତିର ପୂଜା କରିଆସୁଛନ୍ତି। ଆମେ ଜୀବ ଜଗତର ଆଧାର ଆମ ପ୍ରକୃତିକୁ ହିଁ ମାନୁ। ପ୍ରକୃତି କହିଲେ କେବଳ ଜଙ୍ଗଲ ବଣକୁ ବଝାଏନା ମାଆ ମଧ୍ୟ ପ୍ରକୃତି, ଧରା ମଧ୍ୟ ପ୍ରକୃତି ଓ ଦେବୀ ମାଆ ମଧ୍ୟ ପ୍ରକୃତି ସ୍ବରୂପ। ତେବେ ଏହି ଆରାଧନା ମଧ୍ୟରେ ଦଶହରା ବା ଦୁର୍ଗୋତ୍ସବ ସମଗ୍ର ଭାରତ ବର୍ଷରେ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ। ଆମ ଓଡି଼ଶାରେ କିନ୍ତୁ ଦୁର୍ଗୋତ୍ସବ ପାଳନର କିଛି ସ୍ବତନ୍ତ୍ରତା ରହିଛି,ଯାହାକି ସମଗ୍ର ଭାରତରେ ଦାଖାଯାଏ ନାହିଁ। ଏବଂ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବ ଏକ ଅନନ୍ୟ ପରମ୍ପରା। ଉତ୍କଳରେ ଦୁର୍ଗାପୂଜା। ସାଧାରଣତଃ ସମଗ୍ର ଭାରତରେ ଦୁର୍ଗାପୂଜା ପାଳନ କରାଯାଏ କିନ୍ତୁ ଓଡି଼ଶାର ଦୁର୍ଗାପୂଜା ଭିନ୍ନ ଏକ ରଙ୍ଗର। ଓଡି଼ଶା ବାହାରେ ଏହାକୁ ନଅଦିନ(ନବରାତ୍ରୀ)ପାଳନ…