ଗଣପର୍ବ ନୂଆଁଖାଇ | ନୂଆଁଖାଇ ଜୁହାର | ନୂଆଁଖାଇ ଭେଟଘାଟ

nuakhai juhar

ନୂଆଁଖାଇ ଜୁହାର ସଭିଙ୍କୁ!
ଆମେ ଆମର ମାଟିକୁ ମାଆ ବୋଲି କହୁ ଓ ଧାନକୁ ଲକ୍ଷ୍ମୀ ବୋଲି କହୁ। ତେବେ ଏ ନୂଆଖାଇ ପର୍ବଟି ହେଉଛି ଆମ ମାଟି ମାଆ ଓ ତାର ଫସଲର ପର୍ବ। ଏହା ଏକ କୃଷି ଭିତ୍ତିକ ପର୍ବ,ଏମିତି ଦେଖିବାକୁ ଗଲେ ଓଡି଼ଶାର ଅଧା ପର୍ବ କୃଷି ଭିତ୍ତିକ ହିଁ ହୋଇଥାଏ। କିନ୍ତୁ ଏ ନୂଆଖାଇ ପର୍ବ ଏକ ନିଆରା ପର୍ବ ଏକ ଭାଇଚାରାର ପର୍ବ ଆନନ୍ଦ ଉଲ୍ଳାସର ପର୍ବ ଓ ଏକତାର ପର୍ବ।କାଇଁ କେଉଁ ଆବାହମାନ କାଳରୁ ଚାଲି ଆସୁଛି ଏ ପରମ୍ପରା।

ବିଶେଷତଃ ଏହା ଏକ ଗଣ ଓ କୃଷି ପର୍ବ ଯାହାକି ମୁଖ୍ୟତଃ ଓଡି଼ଶାର ପଶ୍ଚିମ ଭାଗରେ ବା ପଶ୍ଚିମ ଓଡି଼ଶାରେ ପାଳନ କରାଯାଏ। ଏହାର ପରମ୍ପରା ନୀତି ସ୍ବତନ୍ତ୍ର ଓ ନିଆରା। ଆମେ ଓଡି଼ଶାରେ ଲକ୍ଷ କରେ ବା ଓଡି଼ଶା ଏକ କୃଷି ପ୍ରଧାନ ଦେଶ ଅତୀତରେ ପ୍ରତ୍ୟେକ ଲୋକ କୃଷକ ଥିଲେ ଚାଷ କାମ କରୁଥିଲେ। ଏଣୁ କୃଷି ବା ଚାଷ ହିଁ ଆମର ପ୍ରଧାନ କର୍ମ ଥିଲା ଏହାକୁ ନେଇ ଲୋକମାନେ ଜୀବନ ଜୀବିକା ନିର୍ବାହ କରୁଥିଲେ। ଏଥିପାଇଁ ସେ ଏହି କର୍ମକୁ ଏକ ପର୍ବ ରୂପରେ ପାଳନ କରୁଥିଲେ ଓ ପୂଜା ମଧ୍ୟ କରୁଥିଲେ ଓ ଏହାର ଅନ୍ତିମ କର୍ମ ବା ସେହି କୃଷିରୁ ଯେଉଁ ସବୁ ଫଳ ବା ଶଷ୍ୟ ଉତ୍ପାଦନ ହେଉଥିଲା ତାହାଙ୍କୁ ତାଙ୍କ ଇଷ୍ଟ ଦେବୀଙ୍କ ନିକଟରେ ସମର୍ପଣ ଅରୁଥିଲେ,ତେଣୁ ଏହା ଏକ ଆନନ୍ଦର ପର୍ବ କାରଣ କୃଷକ ଭାଇ ମାନଙ୍ଅର ଅକ୍ଳାନ୍ତ ପରିଶ୍ରମରେ ହିଁ ଏହି ଶସ୍ୟ ଅମଳ ହୋଇଥାଏ ତେଣୁ ଏହି ଦିନକୁ ସେମାନେ ଉଲ୍ଲାସରେ ପାଳନ କରିଥାନ୍ତି।

ଆମର ପଶ୍ଚିମ ଓଡି଼ଶାରେ ଘରେଘରେ ଏହା ପାଳନ କରାଯାଏ ଘରର ଯଦି କୌଣସି ସଦସ୍ୟ ଯଦି ବାହାରେ ବସବାସ କରନ୍ତି ଏ ସମୟରେ ଘରକୁ ଆସନ୍ତି ନୂଆଖାଇ ପାଳନ କରିବାକୁ ଓ ନବାନ୍ନ ଭକ୍ଷଣ କରିବାକୁ। ଏହା ଯୌଥ ପରିବାରରେ ବହୁତ ଆଡ଼ମ୍ବର ସହ ପାଳନ କରଯାଏ,ସଭିଏଁ ଗୋଟିଏ ସ୍ଥାନରେ ଭେଟ ହୋଇ ଆନନ୍ଦ ଉଲ୍ଲାସ କରୁଥିବାରୁ ଏହାକୁ ନୂଆଖାଇ ଭେଟଘାଟ କୁହାଯାଏ। ତେବେ ସମ୍ବଲପୁର ଅଞ୍ଚଳରେ ମାଆ ସମଲେଇଙ୍କ ନିକଟରେ ଏହା ବିଶେଷ ଆଡ଼ମ୍ବର ସ୍ବତନ୍ତ୍ର ଭାବେ ପାଳନ କରାଯାଏ।ଏହା ସହିତ ମାଆ ମାଣିକେଶ୍ବରୀ, ପାଟଣେଶ୍ୱରୀ ଇତ୍ୟାଦି ପୀଠରେ ମଧ୍ୟ ବହୁତ ଧୁମଧାମରେ ଏହାକୁ ପାଳନ କରାଯାଏ। ସକାଳୁ ସକାଳୁ ସ୍ନାନ ସାରି ଘରର ନାରୀମାନେ ଚୁଲିକୁ ଲିପା ପୋଛା କରି ନୂତନ ଉତ୍ପାଦିତ ଶଷ୍ୟରେ ପିଠା,ମିଠା,ଖିରି,ପୁରି ଇତ୍ୟାଦି ନିର୍ମାଣ କରି ରଖନ୍ତି ସେହି ପରି ମନ୍ଦିରରେ ମଧ୍ୟ ଏହା ହୋଇ ଏକ ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ନବାନ୍ନକୁ ମାଆଙ୍କ ନିକଟରେ ସମର୍ପଣ ବା ନୈବେଦ୍ୟ ଅର୍ପଣ କରାଯାଏ। ଏହିପରି ଘରେଘରେ ନିଜ ଇଷ୍ଟଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ନୈବେଦ୍ୟ ହେଲାପରେ ସମସ୍ତେ ଘରର ଏକାଠି ବସିକରି ଆବାଳ ବୃଦ୍ଧବନିତା ସେହି ନୈବେଦ୍ୟକୁ ସେବନ କରନ୍ତି ପ୍ରଥମେ ଘରର ମୁରବୀ ଅର୍ଥ ଜ୍ୟେଷ୍ଠ ବ୍ୟକ୍ତି ହିଁ ନବାନ୍ନ ଭକ୍ଷଣ କରନ୍ତି ଏହାପରେ ଭେଟଘାଟ ଉତ୍ସବ ପାଳନ କରାଯାଇଥାଏ।

ସମସ୍ତେ ନୂତନ ବସ୍ତ୍ର ଇତ୍ୟାଦି ଧାରଣ କରି ମାଆଙ୍କୁ ଆରାଧନା କରନ୍ତି ଓ ଜ୍ୟେଷ୍ଠ ବ୍ୟକ୍ତିଙ୍କ ଠାରୁ ଘରର ଛୋଟପିଲାମାନେ ଆଶୀର୍ବାଦ ଭିକ୍ଷା କରନ୍ତି। ପରେପରେ ଭେଟଘାଟ ପର୍ବରେ ବାର୍ତ୍ତାଳାପ ଠାରୁ ଆରମ୍ଭ କରି ସଂଗୀତ ନୃତ୍ୟ ମନାନ୍ତର ମତାନ୍ତର ମଧ୍ୟ ଉଭୟ ଉଭୟ ମଧ୍ୟରେ ଭାବରେ ଖୁସିରେ ହୋଇଥାନ୍ତି। ତେଣୁ ଏ ପର୍ବ ଏକ ଗଣପର୍ବ, ସଂଘତୀର ପର୍ବ ଭାଇଚାରାର ପର୍ବ।ମାଟି ମାଆ ସହ ଯୋଡି଼ହୋଇ ରହିଥିବା ଏ ପରମ୍ପରା ସବୁଠାରୁ ନିଆରା। ଏ ପର୍ବ ଏକ ସ୍ବତନ୍ତ୍ର ଓ ମାଟି ମାଆ ସହ ଯୋଡି଼ ହେବାର ଏକ ମହନୀୟ ପରମ୍ପରା।

ଉପସ୍ଥାପନା: ଆଫତାବ

Related posts