ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି, ଯାନିଯାତ୍ରା, ଭୋଗରାଗ ଆଦିରେ ଯେପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି, ତାଙ୍କର ବିବିଧ ବେଶ ଆଦିରେ ମଧ୍ୟ ସେହିପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି । ଏହା ରହିବା ମଧ୍ୟ ସ୍ୱାଭାବିକ, କାରଣ ବର୍ଣ୍ଣନା ରହିଛି ଯେ – “ଅଳଙ୍କାର ପ୍ରିୟୋ ହରି” । ମହାପ୍ରଭୁଙ୍କ ବେଶର ଅନ୍ୟ ନାମ ଶୃଙ୍ଗାର । ଏହି ବେଶ ବା ଶୃଙ୍ଗାର ବର୍ଷର ବିଭିନ୍ନ ସମୟରେ ବସ୍ତ୍ର, ଆଭୂଷଣ ଏବଂ ପୁଷ୍ପ ଦ୍ୱାରା ସମ୍ପାଦିତ ହୋଇଥାଏ, ଯାହାର ଦର୍ଶନ ସାଧାରଣ ମନୁଷ୍ୟ ପାଇଁ କେବଳ ନୁହେଁ, ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲ୍ଲଭ ହୋଇଥାଏ । ଆଉ ଯଦି ମହାପ୍ରଭୁଙ୍କ କୃପାରୁ ଏହି ଦୁର୍ଲ୍ଲଭ ବେଶାଦିର ଦର୍ଶନ ମିଳେ, ତେବେ ଭକ୍ତ ଆନନ୍ଦରେ ଗାଇ ଉଠେ – “ତୋର ବିବିଧ ବେଶ ଦେଖି । ନିର୍ମଳ ହେଲା…

କାର୍ତ୍ତିକ ପୂର୍ଣ୍ଣିମା / ବୋଇତ ବନ୍ଦାଣ ଉତ୍ସବ କାହିଁକି ହୁଏ ?

boita bandana

କୁହୁଡିର ସ୍ପର୍ଷରେ ଯେତବେଳେ ଶିତୁଆ ସକାଳ ସ୍ବାଗତ ଜଣାଏ ଗାଁର ସବୁ ଘରେ ଚରୁଠାରେ ଜଳୁଥାଏ ଦୀପ। କାର୍ତ୍ତିକ ! ଚତୁଃମାସର ଶେଷ ମାସ ଧର୍ମ ମାସ କାର୍ତ୍ତିକର ଶେଷ ଦିନ ଯାହାକୁ ଆମେ ସାଧାରଣତଃ କହୁ କାର୍ତ୍ତିକ ପୁର୍ଣ୍ଣିମା, ପରିଚୟ ଦେଇଥାଏ ସମଗ୍ର ଓଡି଼ଶାର ପ୍ରାଚିନ ନୌବାଣିଜ୍ୟର,ଯାହାର ସ୍ମୃତିକୁ ସ୍ମରଣ କରି ଆମେ ଭସାଇଥାଉ ଡଙ୍ଗା। ଆଜି ଆମେ ଯେପରି ଟଙ୍କା ଦେଇ ବସ୍ତୁ କ୍ରୟ କରୁଛେ ଆଜକୁ ୧୦୦୦ , ୨୦୦୦ ବର୍ଷ ତଳେ ତାହା ନଥିଲା। ସେତବେଳେ ବସ୍ତୁର ହିଁ ଅଦଳ ବଦଳ ହେଉଥିଲା। ଆମେ ଯଦି ଆମ ଓଡି଼ଶାକୁ ଦୃଷ୍ଟିଗୋଚରକୁ ଆଣିବା ଓଡି଼ଶା ହେଉଛି କଳାର ଦେଶ । ଆଜକୁ ୧୦୦୦ ବର୍ଷ ପୂର୍ବେ ଆମର ସାଧବ ମାନେ ବହୁତ ଥିଲେ ଯେ କି ଏ ବ୍ୟବସାୟ କରୁଥିଲେ। ତେବେ ସେମାନେ…

କାର୍ତ୍ତିକ ମାସ ଓ ଛାଡ଼ଖାଇ | କାହିଁକି, କିପରି ଓ କେତେବେଳେ ? ଜାଣନ୍ତୁ ଛାଡ଼ଖାଇ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ |

Boita Bandana

ଉତ୍କଳୀୟ ପର୍ବପର୍ବାଣି ଓ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଏକ ପ୍ରମୁଖ ପର୍ବ ରୂପରେ ଗୃହୀତ |ପ୍ରାଚୀନ କାଳରେ ଉତ୍କଳର ସାଧବ ପୁଅମାନେ ସମୁଦ୍ର ବକ୍ଷରେ ପୋତ ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପପୁଞ୍ଜମାନଙ୍କୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ |ସେଥିପାଇଁ ସାଧବବଧୂମାନେ ବୋଇତକୁ ବନ୍ଦାପନା କରି ବିଦାୟ ଦିଅନ୍ତି ଏବଂ ସର୍ବଶୁଭରେ ଫେରିଆସିବା ପାଇଁ କାମନା କରନ୍ତି | ସମୁଦ୍ରବକ୍ଷରେ ଯାତ୍ରା କରିବାପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଥାଏ |ଜଳପଥରେ ପାଣିପାଗ ଅନୁସାରେ ଯାତ୍ରା କରିବା ପାଇଁ କାର୍ତ୍ତିକ ମାସର ପୂର୍ଣ୍ଣିମା ହିଁ ପ୍ରଶସ୍ତ ସମୟ କାରଣ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ପ୍ରାୟତଃ ଶାନ୍ତ ରହିଥାଏ, ଯାତ୍ରା ପାଇଁ ସହଜ ହୁଏ |ଆଷାଢ଼ ମାସ ବେଳକୁ ବର୍ଷା ଆସିଯାଏ |ତେଣୁ ଯେଉଁମାନେ ଵାଣିଜ୍ୟକରି ଯାଆନ୍ତି ପପ୍ରାୟତଃ ମାଘ ମାସ ବେଳକୁ କିମ୍ବା ବୈଶାଖ ମାସ…

ମହାଶିବରାତ୍ରୀ ମାହାତ୍ମ୍ୟ

shivratri

ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।ଶିବ ଜୀବ ପରବହ୍ମ ଅଗତିର ଗତି।ଶିବ ସେବା କଲେ ପାଇବୁ ମୁକତି।।ପ୍ରତିଯୁଗେ ଶିବ ନାମ ଅଟଇଟି ସାର।ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ…

ମହାବିଷୁବ ସଂକ୍ରାନ୍ତି

maha bisuba sankranti

ଅରବିନ୍ଦ ମହାନ୍ତି “ନ ମାଧବସମୋ ମାସ ନକୃତେନ ଯୁଗ ସମଂ,ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II” ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ । ସେଇ ବୈଶାଖ ମାସ ଓ ବିଷୁବ ସଂକ୍ରାନ୍ତି ଓଡ଼ିଆଙ୍କ ଜନଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ । ବୈଶାଖ ବର୍ଷର ପ୍ରଥମ ଦିନ, ଏଇ ସଂକ୍ରାନ୍ତି ବର୍ଷର ପ୍ରଥମ ସଂକ୍ରାନ୍ତି । ବୈଶାଖ ଦାନଧର୍ମର ମାସ, ଗାଁ ଗହଳିରେ ଘରେ ଘରେ ବୈଶାଖ୍ୟ ମାହାତ୍ମ୍ୟ ପାଠ ହୁଏ, ବ୍ରତ ପାଳନ ହୁଏ । ଏ ମାସରେ ଦାନଧର୍ମରେ ଅଶେଷ ପୁଣ୍ୟଫଳ ପ୍ରାପ୍ତି ହୁଏ । ଗ୍ରୀଷ୍ମଋତୁରେ ତୃଷାର୍ତ୍ତକୁ ପାଣି ମୁନ୍ଦିଏ ଦେଲେ ଅଶେଷ ପୁଣ୍ୟ ହୁଏ…

ପବିତ୍ର ରମଜାନ

ramadan

ପବିତ୍ର ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)। ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍‌ର ପୂର୍ବବର୍ତ୍ତୀ ମାସ। ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ। ଏହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ…

ନ କ୍ଷୟ ଅକ୍ଷୟ

akshaya tritiya

ଓଡି଼ଶା ଯାହାର ପ୍ରତ୍ୟକ ମାସରେ କିଛି ନା କିଛି ପର୍ବପର୍ବାଣୀ ଓ ସେହି ପର୍ବ କିଛି ବିଶେଷ ମହତ୍ବ ବହନ କରେ। ଏଇ ଜଗନ୍ନାଥ ଧାମରେ ମାଟି ପାଣି ସବୁ ପବିତ୍ର ତେଣୁ ଏ କ୍ଷେତ୍ରେ ଅଣୁ ଠାରୁ ବୃହତ ବୃକ୍ଷ ସହିତ ସଭିଙ୍କୁ ପୂଜନ ଓ ସମ୍ମାନ କରାଯାଏ। ଆମେ ସମସ୍ତେ ଶୁଣିଛେ ବାର ମାସରେ ତେର ଯାତରା ପ୍ରତ୍ୟେକ ଓଡି଼ଆଙ୍କ ଘରେଘରେ ପାଳନ କରାଯାଏ ସେହି ଅନ୍ତରାଳରେ ଗୋଟିଏ ବିଶେଷ ପର୍ବ ହେଉଛି ବୈଶାଖ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଯାହାକୁ ଆମେ ସ୍ଥାନିୟ ଭାବେ ଅକ୍ଷୀ ତୃତୀୟା କହିଥାଉ। ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କ୍ଷୟ ହୁଏ ନାହିଁ ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ, ତାହା ହିଁ ଏ ପର୍ବର…

ଚାଲିଗଲେ ଚାରଣ ରାମଦାସ, ସରଳ ଭାଷାରେ ଲୋକପ୍ରିୟ ପ୍ରବଚନ ପାଇଁ ଥିଲେ ପ୍ରସିଦ୍ଧ

ଭୁବନେଶ୍ବର: ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କର ଆଜି ଦେହାନ୍ତ ହୋଇଥିବା ସୂଚନା ମିଳିଛି। କୋଭିଡରେ ଆକ୍ରାନ୍ତ ହେବାପରେ ସେ ଗତ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ସୋମବାର ପୁରୀଠାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । କରୋନାର ପ୍ରଭାବରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା । ଏଥି ସହିତ ଫୁସଫୁସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା । ବିଶେଷ କରି ଟେଲିଭିଜନରେ ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ଏତେ ଚ୍ୟାନେଲ ନଥିବା ପୂର୍ବରୁ ମଧ୍ୟ ସେ ସିଡି ଡିଭିଡି ଯୋଗେ ଘରେ ଘରେ ପରିଚିତ ଥିଲେ। ‘ଡୋଣ୍ଟ ଓ୍ବରି ମେକ୍‌ ମେରି ରିପିଟ୍‌ ହରି’ ସଂଳାପ ପାଇଁ ପ୍ରସିଦ୍ଧ ଥିଲେ ସେ। ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ଜଣାଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଲୋକପ୍ରିୟ ଆଧ୍ୟାତ୍ମିକ…

ଲୋକକଳା-ଓଡି଼ଶାର ପରିଚୟ (ଭାଗ ୧ – ବାଦ୍ୟ ଯନ୍ତ୍ର)

Music Odisha

ଆଧୁନିକତାର ଚାକଚକ୍ୟ ଭିତରେ ହଜିଯାଇଛି ଆଜି ଓଡି଼ଶାର ପାରମ୍ପରିକ କଳା ବା ଲୋକକଳା। ଯାହାପାଇଁ ଦିନେ ଓଡି଼ଶା ଦେଶବିଦେଶରେ ପରିଚିତ ଥିଲା। ଯେଉଁ ଲୋକକଳା ଲୋକ ସଂସ୍କୃତି ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ। ଗୋଟିଏ ସଭ୍ୟତାର ପରିଚୟ ହେଉଛି ସେଠାକାର ଲୋକକଳା ଓ ପରମ୍ପରା। ଯେଉଁଥିରେ ଜଡି଼ତ ଥାନ୍ତି ସେଠାକାର ସ୍ଥାନୀୟ ବାସିନ୍ଦା। ତେବେ ଏ ଲୋକକଳା ବର୍ତ୍ତମାନ ଲୁପ୍ତ ହେବାକୁ ବସିଲାଣି। ଢୁମ୍ପା – କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ଢୁମ୍ପା ସଂଗୀତର ଜନକ ଦିଗପହଣ୍ଡି ଅଞ୍ଚଳ ଯାହାକି କବିସୂର୍ଯ୍ୟଙ୍କର ଜନ୍ମଭୂମୀ। ୧୭୮୯ ମସିହାରେ କବିସୂର୍ଯ୍ୟଙ୍କର ଜନ୍ମ । ଜନ୍ମମାଟିରୁ ଆରମ୍ଭ କରି ଦେଶ ବିଦେଶ ଯାଏଁ ସେତବେଳେ ଢୁମ୍ପା ସଂଗୀତର ଖ୍ୟାତି ରହିଥିଲା। ଢୁମ୍ପା ସଂଗୀତ ପରିବେଷଣ ପାଇଁ ପ୍ରସ୍ତୁତ ହେଉଥିଲା ସଂଗୀତ ଆସର। ଏ ସଂଗୀତରେ ମୁଖ୍ୟ ବାଦ୍ୟଯନ୍ତ୍ରକୁ ଢୁମ୍ପା…

ଲୋକକଳା-ଓଡି଼ଶାର ପରିଚୟ (ଭାଗ ୨ – ନୃତ୍ୟ)

Best News in Odisha

ବର୍ତ୍ତମାନ ଆଧୁନିକତାର ଚାକଚକ୍ୟ ଭିତରେ ହଜି ହଜି ଯାଉଛି ଓଡି଼ଶା ପରମ୍ପରା ଓ ଲୋକ ସଂସ୍କୃତି। ଏପରି ଅନେକ କଳା ଓ ସଂସ୍କୃତି ପାଇଁ ସମଗ୍ର ବିଶ୍ବରେ ପରିଚିତ ଥିଲା ଓଡି଼ଶା। ଯାହାକି ଏଅ ନିର୍ଦ୍ଧିଷ୍ଟ ଜାତି ବା ବର୍ଗର ଲାକ ସମୁହରେ ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଯୁବ ପିଢିର ରୁଚି ଆଉ ସେ ଦିଗରେ ନାହିଁ। ଆସନ୍ତୁ ସେ ବିଶୟରେ ଆଲୋଚନା କରିବା। ଗୋଟିପୁଅ :- ଗୋଟି ଓ ପୁଅ ଦୁଇଟି ଶବ୍ଦର ମିଳନ ଗୋଟିପୁଅ। ଗୋଟି ଅର୍ଥ ଗୋଟିଏ ଓ ପୁଅ। ଏ ନୃତ୍ୟଟି ପୁଅ ମାନେ ଝିଅର ପୋଷାକ ପରିଧାନ କରି ପ୍ରସାଧାନ ସାମଗ୍ରୀ ବ୍ୟଵହାର କରି ଏହି ନୃତ୍ୟକୁ କରିଥାନ୍ତି। ଯଦି ଆମେ ଇତିହାସକୁ ଦେଖିବା ଗୋଟିପୁଅ ନୃତ୍ୟ ଭୋଇବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। ମୁଖ୍ୟତଃ…