ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।ଶିବ ଜୀବ ପରବହ୍ମ ଅଗତିର ଗତି।ଶିବ ସେବା କଲେ ପାଇବୁ ମୁକତି।।ପ୍ରତିଯୁଗେ ଶିବ ନାମ ଅଟଇଟି ସାର।ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ…
Year: 2021
ଅର୍ଶ (Piles or Hemorrhoids)
ଆଜି ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆମେ ଜାଣିବା “ଅର୍ଶ” ରୋଗ ସଂପର୍କରେ…ଯେଉଁ ରୋଗ କି ମନୁଷ୍ୟକୁ କଷ୍ଟ ଦେଉଥିବା ରୋଗ ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହି ରୋଗ ହେବା ଦ୍ବାରା ରୋଗୀ ଭୀଷଣ ଯନ୍ତ୍ରଣା ଭୋଗ କରିଥାଏ ॥ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଯଦି “ଅର୍ଶ” ରୋଗକୁ ବ୍ୟାଖ୍ୟା କରିବା ତେବେ ତାହା ଏକ ଦୀର୍ଘ ସନ୍ଦର୍ଭ ହେବ… ଯାହା ଦ୍ବାରା କି ଏ ରୋଗ ସମ୍ବନ୍ଧରେ ଜାଣିବା ପାଇଁ ଏକ ବିରକ୍ତିକର ଅବସ୍ଥା ସୃଷ୍ଟି ହେବ ଆମ ସାଧାରଣ ଲୋକଟିଏ ପାଇଁ…ତେଣୁ ଏଠି ଚୁମ୍ବକରେ “ଅର୍ଶ”ରୋଗ ବିଷୟରେ ଲେଖିବା ପାଇଁ ପ୍ରୟାସ କରିଛି ॥ ଉତ୍ପତ୍ତି –ମଳଦ୍ବାର ହିଁ “ଅର୍ଶ”ରୋଗର ଉତ୍ପତ୍ତି ସ୍ଥାନ ଅଟେ…ଏହି ରୋଗରେ ମଳଦ୍ବାରର ବାହାରେ ବା ଭିତରେ ନାନା ପ୍ରକାର ମାଂସାଙ୍କୁର ଜନ୍ମିଥାଏ…ବାହ୍ୟ ଭାଗରେ ଉତ୍ପନ୍ନ ହେଉଥିବା ମାଂସାଙ୍କୁର…
ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ
ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ…
ବହି
ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର।
କବି:- ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଆବିର୍ଭାବ:- ୧୭୮୧ ଜାନୁଆରୀ ୮ ତାରିଖତିରୋଧାନ:- ୧୮୬୬ ଜୁଲାଇ ୨ ତାରିଖ କବିଙ୍କ ପିତା:- ମୁକୁନ୍ଦ ମହାପାତ୍ରକବିଙ୍କ ମାତା:- ଶୋଭା ଦେଇକବିଙ୍କ ପତ୍ନୀ:- ଖଞ୍ଜନା *କବି ଗଞ୍ଜାମର ଆଠଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡ଼ର ଇଟାମାଟି ଠାରେ ହିଁ ବିତିଥିଲା। *କବି ଯଦୁମଣି, ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ। ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସନ୍ନମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ। *କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ।ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ…