ସ୍ମୃତି ଏକ କୁଆଁ ତାରା

ଲଙ୍କା ଆମ୍ବ କଥା କହିଲା ବେଳେ ମନ ପଡ଼ିଯାଏ ପିଲା ଦିନ କଥା। ଖରା ଦିନ ଆସିଲେ ଦାଣ୍ଡରେ ଡାକ ପଡ଼େ ତାଳ, ଆଉ ଲଙ୍କା ଆମ୍ବ। ଆମେ ସବୁ ଛୋଟ ଛୋଟ ପିଲା ଦୌଡ଼ି ଯାଉ ଦାଣ୍ଡକୁ। ମାଆ ରଡ଼ି ଛାଡେ “ଆଲୋ ଘୋଡ଼ିଙ୍କ ପରି ଖରା ଟାରେ ଦାଣ୍ଡକୁକିଆଁ ଧାଉଁଛୁ? କଣ କିଏ କୃଷ୍ଣ ଆସିଲେ କି?”। ସେତେବେଳେ ଏ ଗୁଡ଼ିକର ଅର୍ଥ ବୁଝିବା ଟିକେ କଷ୍ଟ ହେଲେ ବି ଏତିକି ବୁଝିଥିଲିି ତାଳ ବାଲା କି ଲଙ୍କା ଆମ୍ବ ବାଲାକୁ ଏମିତି କହୁ ଥିବ। କେଜାଣି ସେମାନଙ୍କ ଭିତରୁ କାହା ନାଁ କୃଷ୍ଣ ହୋଇଥିବାର ମାଆ ଜାଣି ଥିବପରା।ପ୍ରଥମେ ଯେବେ ଲଙ୍କା ଆମ୍ବ ନାଁ ଶୁଣିଲି ସେତେବେଳେ ମନରେ ମୋର ପ୍ରଶ୍ନ ଆସିଥିଲା ଯେ ଆମ୍ବ ତ ଆମ୍ବ ପୁଣି ଲଙ୍କା ଆମ୍ବ…

କାର୍ତ୍ତିକ ମାସ ଓ ଛାଡ଼ଖାଇ | କାହିଁକି, କିପରି ଓ କେତେବେଳେ ? ଜାଣନ୍ତୁ ଛାଡ଼ଖାଇ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ |

Boita Bandana

ଉତ୍କଳୀୟ ପର୍ବପର୍ବାଣି ଓ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଏକ ପ୍ରମୁଖ ପର୍ବ ରୂପରେ ଗୃହୀତ |ପ୍ରାଚୀନ କାଳରେ ଉତ୍କଳର ସାଧବ ପୁଅମାନେ ସମୁଦ୍ର ବକ୍ଷରେ ପୋତ ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପପୁଞ୍ଜମାନଙ୍କୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ |ସେଥିପାଇଁ ସାଧବବଧୂମାନେ ବୋଇତକୁ ବନ୍ଦାପନା କରି ବିଦାୟ ଦିଅନ୍ତି ଏବଂ ସର୍ବଶୁଭରେ ଫେରିଆସିବା ପାଇଁ କାମନା କରନ୍ତି | ସମୁଦ୍ରବକ୍ଷରେ ଯାତ୍ରା କରିବାପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଥାଏ |ଜଳପଥରେ ପାଣିପାଗ ଅନୁସାରେ ଯାତ୍ରା କରିବା ପାଇଁ କାର୍ତ୍ତିକ ମାସର ପୂର୍ଣ୍ଣିମା ହିଁ ପ୍ରଶସ୍ତ ସମୟ କାରଣ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ପ୍ରାୟତଃ ଶାନ୍ତ ରହିଥାଏ, ଯାତ୍ରା ପାଇଁ ସହଜ ହୁଏ |ଆଷାଢ଼ ମାସ ବେଳକୁ ବର୍ଷା ଆସିଯାଏ |ତେଣୁ ଯେଉଁମାନେ ଵାଣିଜ୍ୟକରି ଯାଆନ୍ତି ପପ୍ରାୟତଃ ମାଘ ମାସ ବେଳକୁ କିମ୍ବା ବୈଶାଖ ମାସ…

ଶୀତ 2020 ଭିଜୁଆଲ୍ ଟ୍ରେଣ୍ଡ୍: ଫଟୋଗ୍ରାଫି ପାଇଁ ଗାଇଡ୍ |

Freepik Winter 2020 Visual Trends - Guide to Photography

ଫଟୋଗ୍ରାଫି ବିଷୟରେ ଶୀତ ଅନେକ ସମ୍ଭାବନା ପ୍ରଦାନ କରେ | ଭାସ୍କର୍ଯ୍ୟ ଏବଂ ପରିବେଶର ବିବିଧତା ଆମକୁ ସୃଜନଶୀଳ ହେବାକୁ ଏବଂ ଯାଦୁକରୀ ମୁହୂର୍ତ୍ତ ଏବଂ ସ୍ଥାନଗୁଡ଼ିକୁ କ୍ୟାପଚର୍ କରିବାକୁ ଅନୁମତି ଦିଏ |ଆମେ ନୂତନ ଏବଂ ଉତ୍ସାହୀ ଫଟୋଗ୍ରାଫରମାନଙ୍କ ପାଇଁ ଏହି ଗାଇଡ୍ ପ୍ରସ୍ତୁତ କରିଛୁ | ଗାଇଡ୍ ଭିତରେ, ଆମେ ଆପଣଙ୍କୁ ଟ୍ରେଣ୍ଡର ଗୁରୁତ୍ୱପୂର୍ଣ୍ଣ ଅଂଶ ଦେଇ ଗତି କରିବୁ, ଯେପରିକି ଆପଣ ଆଶ୍ଚର୍ଯ୍ୟଜନକ ଶଟ୍ ନେଇପାରିବେ | ଉପଭୋକ୍ତାଙ୍କର ପସନ୍ଦ ଏବଂ ବର୍ଷର ଏହି ସମୟରେ ସେମାନେ ଯାହା ଖୋଜୁଛନ୍ତି, ତାହା ଉପରେ ଆମେ ଆମର ସୁପାରିଶକୁ ଆଧାର କରିଛୁ | ଆମେ ଆଶା କରୁଛୁ ଆପଣ ଏହାକୁ ଉପଯୋଗୀ ପାଇବେ! ଆପଣ ଆରମ୍ଭ କରିବା ପୂର୍ବରୁ ଶୀତକାଳୀନ ଦୃଶ୍ୟ ଇନଡୋର ସ୍ପେସ୍ ଖ୍ରୀଷ୍ଟମାସ ଫଟୋଗ୍ରାଫି ଏରିଆଲ୍ ଫଟୋଗ୍ରାଫି ପ୍ରାମାଣିକତା ରଙ୍ଗ କ୍ୟାପଚର୍…

ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର।

jadumani mohapatra

କବି:- ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଆବିର୍ଭାବ:- ୧୭୮୧ ଜାନୁଆରୀ ୮ ତାରିଖତିରୋଧାନ:- ୧୮୬୬ ଜୁଲାଇ ୨ ତାରିଖ କବିଙ୍କ ପିତା:- ମୁକୁନ୍ଦ ମହାପାତ୍ରକବିଙ୍କ ମାତା:- ଶୋଭା ଦେଇକବିଙ୍କ ପତ୍ନୀ:- ଖଞ୍ଜନା *କବି ଗଞ୍ଜାମର ଆଠଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡ଼ର ଇଟାମାଟି ଠାରେ ହିଁ ବିତିଥିଲା। *କବି ଯଦୁମଣି, ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ। ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସନ୍ନମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ। *କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ।ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ…

ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ

ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ…

ଅର୍ଶ (Piles or Hemorrhoids)

bajabala

ଆଜି ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆମେ ଜାଣିବା “ଅର୍ଶ” ରୋଗ ସଂପର୍କରେ…ଯେଉଁ ରୋଗ କି ମନୁଷ୍ୟକୁ କଷ୍ଟ ଦେଉଥିବା ରୋଗ ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହି ରୋଗ ହେବା ଦ୍ବାରା ରୋଗୀ ଭୀଷଣ ଯନ୍ତ୍ରଣା ଭୋଗ କରିଥାଏ ॥ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଯଦି “ଅର୍ଶ” ରୋଗକୁ ବ୍ୟାଖ୍ୟା କରିବା ତେବେ ତାହା ଏକ ଦୀର୍ଘ ସନ୍ଦର୍ଭ ହେବ… ଯାହା ଦ୍ବାରା କି ଏ ରୋଗ ସମ୍ବନ୍ଧରେ ଜାଣିବା ପାଇଁ ଏକ ବିରକ୍ତିକର ଅବସ୍ଥା ସୃଷ୍ଟି ହେବ ଆମ ସାଧାରଣ ଲୋକଟିଏ ପାଇଁ…ତେଣୁ ଏଠି ଚୁମ୍ବକରେ “ଅର୍ଶ”ରୋଗ ବିଷୟରେ ଲେଖିବା ପାଇଁ ପ୍ରୟାସ କରିଛି ॥ ଉତ୍ପତ୍ତି –ମଳଦ୍ବାର ହିଁ “ଅର୍ଶ”ରୋଗର ଉତ୍ପତ୍ତି ସ୍ଥାନ ଅଟେ…ଏହି ରୋଗରେ ମଳଦ୍ବାରର ବାହାରେ ବା ଭିତରେ ନାନା ପ୍ରକାର ମାଂସାଙ୍କୁର ଜନ୍ମିଥାଏ…ବାହ୍ୟ ଭାଗରେ ଉତ୍ପନ୍ନ ହେଉଥିବା ମାଂସାଙ୍କୁର…

ମହାଶିବରାତ୍ରୀ ମାହାତ୍ମ୍ୟ

shivratri

ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ନାମ ମଧ୍ୟରେ ଶିବ ସେହିଁ ଦେବାଦି ଦେବ ମହାଦେବସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।ଶିବ ଜୀବ ପରବହ୍ମ ଅଗତିର ଗତି।ଶିବ ସେବା କଲେ ପାଇବୁ ମୁକତି।।ପ୍ରତିଯୁଗେ ଶିବ ନାମ ଅଟଇଟି ସାର।ଶିବ ସତ୍ୟ ଶିବ ଶାନ୍ତି ଶିବ ନିରାକାର।।ଅନ୍ୟପଟରେ ଶିବ ର୍ସବଂଗ୍ୟ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ…

ଭିକ୍ଷାବୃତିର ପାଠାଗାର

Dashia Aja

ରାଜା ସିନା ପୂଜାପାଏ ଆପଣା ଦେଶରେଜ୍ଞାନୀ ପୂଜା ପାଇଥାଏ ଦେଶ ବିଦେଶରେ ଏହି ପଂକ୍ତିଟି ସମାନଭଳି ମନେହୁଏ ସେହି ବ୍ୟକ୍ତି ଯେ’କି ପାଠ ନପଢି଼ ମଧ୍ୟ ସାଧାରଣ ଜନତାଙ୍କ ମନରେ ପାଠପ୍ରତି ଜ୍ଞାନପ୍ରତି ଯେଉଁ ସ୍ପୃହା ଯେଉଁ ଆଗ୍ରହ ସୃଷ୍ଟି କରିଥିଲେ ତାହାର ତୁଳନା ନାହିଁ । ଆମେ କଥା ହେଉଛି ମହାନ ଜନନାୟକ ପାଠାଗାର ଆନ୍ଦୋଳନର ପୂରୋଧା ସ୍ବର୍ଗତ ଦାଶରଥୀ ପଟ୍ଟନାୟକ ଯେ’କି ଆଜି ଘରେ ଘରେ ଦାଶିଆ ଅଜା ଭାବେ ପରିଚିତ। ସତକଥା ଯେ ଜ୍ଞାନ ବୁଝିଛି, ମର୍ମକୁ ବୁଝିଛି ସେ ଜୀବନରେ ସର୍ବଦା ଜ୍ଞାନପିପାସୁ ହୋଇ ରହିବ ଓ ଆହାରଣ କରି ସେହିଭଳି ବ୍ୟକ୍ତି ଥିଲେ ଆମ ଦଶ ପଇସାର ରାଜା ଓ ଖୁଣ୍ଟାତଡା ରାଜା ଦାଶିଆ ଅଜା। ତାଙ୍କର ଜୀବନ ଥିଲା ବହୁତ ଦୁର୍ଗମମୟ ବହୁ ଯନ୍ତ୍ରଣା ସହି ସେ ଆଗକୁ…

ଶିକ୍ଷିତ ଶିକ୍ଷକ ଶିକ୍ଷକତା

Teachers day

ଶିକ୍ଷା ଏପରି ଏକ ମାର୍ଗ ଯାହାକି ଏକ ପ୍ରାଣୀକୁ ଅନନ୍ତରୁ ଆନନ୍ଦ ଦେଇଥାଏ। କିନ୍ତୁ ଯେବେ ଶିକ୍ଷାର ମାନ ବଢେ ସେତବେଳେ ଶିକ୍ଷିତର ମାନ ବଢେ, ଶିକ୍ଷକର ମାନ ବଢେ ଓ ବଢି଼ଥାଏ ଶିକ୍ଷକତାର ମାନ।ତେଵେ ଆଜି ଆମେ ଏ ପ୍ରସଙ୍ଗରେ କଥା ହେବ। ଶିକ୍ଷିତ;- କେବଳ ଡିଗ୍ରୀ ଅକ୍ତିଆର କରିନେଲେ ଶିକ୍ଷିତ କୁହାଯାଏ ନାହିଁ। ଶିକ୍ଷିତ ଯିଏ ସେ ଶିକ୍ଷକ ହୋଇପାରେ ନ ହୋଇମଧ୍ୟ ପାରେ। ଶିକ୍ଷକତା କରୁଥାଇ ପାରେ ନ କରୁଥାଇ ମଧ୍ୟ ପାରେ। ତେଣୁ ଶିକ୍ଷିତ କେବଳ ଶିକ୍ଷକକୁ କହିଲେ ବୁଝାଏ ତାହା ଭୁଲ। ଯିଏ ନିଜର ଜ୍ଞାନ ସହ ଆଚାର ବ୍ୟବହାରରେ ସଞ୍ଜମତା ରକ୍ଷା କରିପାରିଲା ସେ ହିଁ ଶିକ୍ଷିତ ବୋଲାଇବ। ଶିକ୍ଷିତ କେବଳ ଯେ ପାଠରେ ହୋଇଯିବ ତାହା ନୁହଁ। ଯେ ଶିକ୍ଷିତ ସେ ପିଲାମାନଙ୍କୁ ପାଠ ନପଢାଇଲେ ମଧ୍ୟ…