ଇନରହ୍ବିଲ୍‌ କ୍ଲବ୍‌ କଟକ ସେଣ୍ଟ୍ରାଲ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

କଟକ: ଇନରହ୍ବିଲ କ୍ଲବ୍ କଟକ ସେଣ୍ଟ୍ରାଲ ପକ୍ଷରୁ ନ୍ୟାସନାଲ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଡାକ୍ତରମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ। ବିଶେଷ କରି ଏହି କରୋନା ଯୋଦ୍ଧାମାନଙ୍କର କୋଭିଡ୍‌ ମହାମାରୀ ସମୟରେ ତୁଲାଇଥିବା ଭୂମିକା ପ୍ରଶଂସନୀୟ ବୋଲି କ୍ଲବ୍‌ର ସଭାପତି ମିନାକ୍ଷୀ ମିଶ୍ର ମତବ୍ୟକ୍ତ କରିଥିଲେ। କ୍ଲବ୍‌ ସମ୍ପାଦିକା ବାଣୀ ନିର୍ମାଲ୍ୟ ଇନରହ୍ବିଲ୍‌ ପ୍ରାର୍ଥନା ପାଠ କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ବରର ପ୍ରେସିଡେଣ୍ଟ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, ଏସସିବି ମେଡିକାଲର ଅବସରପ୍ରାପ୍ତ ପ୍ରଫେସର ଓ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ମିହିର କୁମାର ମହାପାତ୍ର ଏବଂ ସର୍ଜନ ଡକ୍ଟର ମହମ୍ମଦ ଆଲମଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ପର୍ଦ୍ଧିତ କରାଯାଇଛି। ଚାର୍ଟାର୍ଡ ସଭାପତି ମଞ୍ଜୁ ନାୟକ , ପିପି ସୁରମା ମହାନ୍ତି, ଆଇଏସଓ ପଲ୍ଲବୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ।…

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜୀବନ, ୫ ଗୁରୁତର

ସୋନପୁର: ମଙ୍ଗଳବାର ସକାଳୁ ଦୁଃଖଦ ଖବର ଆସି ପହଞ୍ଚିଛି। ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଥିବାବେଳେ ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ରାସ୍ତାକଡ଼ରେ ଥିବା ଅଟୋ ଓ ବାଇକକୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଏପରି ଏକ ଦୁର୍ଘଟଣା ଘଟି ଅଟୋରେ ଥିବା ୭ ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ଆହତଙ୍କ ସମେତ ସମସ୍ତ ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଘୋଡ଼ାରେ ବସି ‘ଦମନ’ କରିବେ ବାବୁସାନ.. ଭିନ୍ନ ଲୁକ ସହ ରିଲିଜ ହେଲା ‘ଦମନ’ର ପ୍ରଥମ ପୋଷ୍ଟର.

ବାବୁସାନଙ୍କ ନିଆରା ଚଳଚିତ୍ର ପୋଷ୍ଟର.. ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ..୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ । ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ରର ପୋଷ୍ଟର ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଡିସେମ୍ବର ୨୫ରେ ସେୟାର କରିଥିଲେ । ଚଳଚିତ୍ରଟିର ନାଁ ହେଉଛି ‘ଦମନ’। ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ । ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ଏମିତି ବି କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେବ ପୂଜା ବଜାର ଥଣ୍ଡା ପଡିଯାଇଛି.. ଯାହାଫଳରେ ବିଶେଷ ଓଡ଼ିଆ ଫିଲ୍ମ ଓଟିଟି ପ୍ଲାଟଫର୍ମ ଗୁଡିକରେ ରିଲିଜ ହେଉଥିଲା……

ନିର୍ମାଣରେ ଗୁଣବତ୍ତାକୁ ପ୍ରାଥମିକତା: ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ପ୍ରକଳ୍ପରେ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ଆହୁରି କଡ଼ାକଡ଼ି ହେବ। ନିର୍ମାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବାକୁ ପୂର୍ତ୍ତ ବିଭାଗ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛି। ନୂଆ ବ୍ୟବସ୍ଥାରେ ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ସମସ୍ତ ପ୍ରକଳ୍ପ ପାଇଁ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ ହୋଇଛି। ପୂର୍ତ୍ତ ବିଭାଗର RD&QP ୱିଙ୍ଗ ବିନା କୌଣସି ଯାଞ୍ଚ କିମ୍ବା ପରୀକ୍ଷା ଶୁଳ୍କରେ ଏହି ଅଡିଟ୍ କରିବ। ଅଡିଟ୍‌ରେ ଠିକାଦାରଙ୍କ କାର୍ଯ୍ୟପଦ୍ଧତିଠାରୁ ନିର୍ମାଣ ସାମଗ୍ରୀର ମାନ, ପରୀକ୍ଷାଗାରର କ୍ଷମତା, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଓ ନିର୍ମାଣ ପ୍ରକ୍ରିୟା ପର୍ଯ୍ୟନ୍ତ ଯାଞ୍ଚ ହେବ। ଏହାସହ ସୁରକ୍ଷା ମାନଦଣ୍ଡ, ପରିବେଶ ସୁରକ୍ଷା ଓ ଶ୍ରମ ଆଇନ ପାଳନକୁ ମଧ୍ୟ ଯାଞ୍ଚ ପରିସରରେ ରଖାଯାଇଛି। ପ୍ରକଳ୍ପ ତଦାରଖ କରୁଥିବା ପରାମର୍ଶଦାତା…