ନୂଆଁଖାଇ ଜୁହାର ସଭିଙ୍କୁ!ଆମେ ଆମର ମାଟିକୁ ମାଆ ବୋଲି କହୁ ଓ ଧାନକୁ ଲକ୍ଷ୍ମୀ ବୋଲି କହୁ। ତେବେ ଏ ନୂଆଖାଇ ପର୍ବଟି ହେଉଛି ଆମ ମାଟି ମାଆ ଓ ତାର ଫସଲର ପର୍ବ। ଏହା ଏକ କୃଷି ଭିତ୍ତିକ ପର୍ବ,ଏମିତି ଦେଖିବାକୁ ଗଲେ ଓଡି଼ଶାର ଅଧା ପର୍ବ କୃଷି ଭିତ୍ତିକ ହିଁ ହୋଇଥାଏ। କିନ୍ତୁ ଏ ନୂଆଖାଇ ପର୍ବ ଏକ ନିଆରା ପର୍ବ ଏକ ଭାଇଚାରାର ପର୍ବ ଆନନ୍ଦ ଉଲ୍ଳାସର ପର୍ବ ଓ ଏକତାର ପର୍ବ।କାଇଁ କେଉଁ ଆବାହମାନ କାଳରୁ ଚାଲି ଆସୁଛି ଏ ପରମ୍ପରା। ବିଶେଷତଃ ଏହା ଏକ ଗଣ ଓ କୃଷି ପର୍ବ ଯାହାକି ମୁଖ୍ୟତଃ ଓଡି଼ଶାର ପଶ୍ଚିମ ଭାଗରେ ବା ପଶ୍ଚିମ ଓଡି଼ଶାରେ ପାଳନ କରାଯାଏ। ଏହାର ପରମ୍ପରା ନୀତି ସ୍ବତନ୍ତ୍ର ଓ ନିଆରା। ଆମେ ଓଡି଼ଶାରେ ଲକ୍ଷ କରେ ବା…
Category: ବର୍ତ୍ତମାନର ଖବର
ଶିକ୍ଷିତ ଶିକ୍ଷକ ଶିକ୍ଷକତା
ଶିକ୍ଷା ଏପରି ଏକ ମାର୍ଗ ଯାହାକି ଏକ ପ୍ରାଣୀକୁ ଅନନ୍ତରୁ ଆନନ୍ଦ ଦେଇଥାଏ। କିନ୍ତୁ ଯେବେ ଶିକ୍ଷାର ମାନ ବଢେ ସେତବେଳେ ଶିକ୍ଷିତର ମାନ ବଢେ, ଶିକ୍ଷକର ମାନ ବଢେ ଓ ବଢି଼ଥାଏ ଶିକ୍ଷକତାର ମାନ।ତେଵେ ଆଜି ଆମେ ଏ ପ୍ରସଙ୍ଗରେ କଥା ହେବ। ଶିକ୍ଷିତ;- କେବଳ ଡିଗ୍ରୀ ଅକ୍ତିଆର କରିନେଲେ ଶିକ୍ଷିତ କୁହାଯାଏ ନାହିଁ। ଶିକ୍ଷିତ ଯିଏ ସେ ଶିକ୍ଷକ ହୋଇପାରେ ନ ହୋଇମଧ୍ୟ ପାରେ। ଶିକ୍ଷକତା କରୁଥାଇ ପାରେ ନ କରୁଥାଇ ମଧ୍ୟ ପାରେ। ତେଣୁ ଶିକ୍ଷିତ କେବଳ ଶିକ୍ଷକକୁ କହିଲେ ବୁଝାଏ ତାହା ଭୁଲ। ଯିଏ ନିଜର ଜ୍ଞାନ ସହ ଆଚାର ବ୍ୟବହାରରେ ସଞ୍ଜମତା ରକ୍ଷା କରିପାରିଲା ସେ ହିଁ ଶିକ୍ଷିତ ବୋଲାଇବ। ଶିକ୍ଷିତ କେବଳ ଯେ ପାଠରେ ହୋଇଯିବ ତାହା ନୁହଁ। ଯେ ଶିକ୍ଷିତ ସେ ପିଲାମାନଙ୍କୁ ପାଠ ନପଢାଇଲେ ମଧ୍ୟ…
ଗାନ୍ଧୀ ଓ ଓଡ଼ିଶା
ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କର ଜନ୍ମଦିବସ। ତାଙ୍କ ଜନ୍ମଦିନରେ ତାଙ୍କ ସ୍ମୃତିକୁ ମନେପକାଇ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା। ତେବେ ଆଜି ଆମେ ଦେଖିବା ଗାନ୍ଧୀଜିଙ୍କର ଓଡି଼ଶା ଆଗମନ ବିଷୟରେ। ଆମେ ତାଙ୍କୁ ବାପୁ କହିଲେ ଜାଣୁ, ଦେଶ ଓ ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନଦାସ କରମଚାନ୍ଦ ଗାନ୍ଧୀ ଏକ ନାମ କେବଳ ନୁହଁ ଆଜି ଯଦି ଏ ଭାରଣ ଭୂମି ହସୁଛି ତାହାର ଏକ ମହାନ ବିନ୍ଧାଣୀ ହେଲେ ବାପୁ। ପ୍ରତିଟି ମନରେ ତାଙ୍କ ସ୍ମୃତି ଆଜି ମଧ୍ୟ ଉଜ୍ଜୀବିତ ହୋଇ ରହିଅଛି।ସେ ସମୟରେ ଯଦି କୌଣସି ପରିବାର ବା ଏକାଧିକ ପରିବାର ଦୁଃଖରେ କଷ୍ଟରେ ଚଳୁଥିଲେ ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଶେଷତଃ ଦଳିତ ପରିବାର, ଗାନ୍ଧୀଜି ଥିଲେ ତାଙ୍କର ସ୍ବର। ମହାତ୍ମା ଗାନ୍ଧୀହିଁ ତାଙ୍କର ନେତୃତ୍ୱ…
ଦୁର୍ଗାପୂଜା ବା ଦଶହରା
ଆମ ସମାଜରେ କାହିଁ କେଉଁ କାଳରୁ ଆର୍ଯ୍ୟ ହୁଅନ୍ତୁ ଅବା ଅନାର୍ଯ୍ୟ ହୁଅନ୍ତୁ ପ୍ରକୃତିର ପୂଜା କରିଆସୁଛନ୍ତି। ଆମେ ଜୀବ ଜଗତର ଆଧାର ଆମ ପ୍ରକୃତିକୁ ହିଁ ମାନୁ। ପ୍ରକୃତି କହିଲେ କେବଳ ଜଙ୍ଗଲ ବଣକୁ ବଝାଏନା ମାଆ ମଧ୍ୟ ପ୍ରକୃତି, ଧରା ମଧ୍ୟ ପ୍ରକୃତି ଓ ଦେବୀ ମାଆ ମଧ୍ୟ ପ୍ରକୃତି ସ୍ବରୂପ। ତେବେ ଏହି ଆରାଧନା ମଧ୍ୟରେ ଦଶହରା ବା ଦୁର୍ଗୋତ୍ସବ ସମଗ୍ର ଭାରତ ବର୍ଷରେ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ। ଆମ ଓଡି଼ଶାରେ କିନ୍ତୁ ଦୁର୍ଗୋତ୍ସବ ପାଳନର କିଛି ସ୍ବତନ୍ତ୍ରତା ରହିଛି,ଯାହାକି ସମଗ୍ର ଭାରତରେ ଦାଖାଯାଏ ନାହିଁ। ଏବଂ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବ ଏକ ଅନନ୍ୟ ପରମ୍ପରା। ଉତ୍କଳରେ ଦୁର୍ଗାପୂଜା। ସାଧାରଣତଃ ସମଗ୍ର ଭାରତରେ ଦୁର୍ଗାପୂଜା ପାଳନ କରାଯାଏ କିନ୍ତୁ ଓଡି଼ଶାର ଦୁର୍ଗାପୂଜା ଭିନ୍ନ ଏକ ରଙ୍ଗର। ଓଡି଼ଶା ବାହାରେ ଏହାକୁ ନଅଦିନ(ନବରାତ୍ରୀ)ପାଳନ…
କରୋନା କବଳରେ ବାଘୁଣୀ
ବାଜାବାଲା: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା ଭାଇରସ୍ ପାଇଁ ଆମେରିକାରେ ୯ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହାକି ଯେ ପଶୁ ମାନଙ୍କ ପାଖରେ ମଧ୍ୟ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି। ଏନେଇ ଅର୍ନ୍ତଜାତୀୟ ଓ ଜାତୀୟ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ବ୍ରୋନେକ୍ସ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ନାଦିଆ କରୋନା ପଜିଟିଭରେ ଚିହ୍ନଟ ହୋଇଛି। ଆମେରିକା କୃଷି ବିଭାଗର ଜାତୀୟ ଭେଟନାରୀ ସର୍ଭିସେସ ଲାବ୍ରୋଟରୀ ମୁତାବିକ ପଶୁ ମାନଙ୍କ…
ହାତ ନାହିଁ ବୋଲି ମାଙ୍କଡ଼କୁ ଖୁଆଇଦେଲେ ପୁଲିସ୍ ଅଧିକାରୀ
ଲକ୍ଷ୍ନୌ: ଲକ୍ଡାଉନ୍ କାରଣରୁ ମଣିଷ ଯେନତେନ ପ୍ରକାରେଣ ଚଳିଯାଉଛି। କିନ୍ତୁ ପଶୁଙ୍କ କଥା ନ କହିବା ଭଲ। ତେବେ କିଛି ପ୍ରଶାସନ, ଅଧିକାରୀ ଏବଂ ପଶୁପ୍ରେମୀଙ୍କ ପ୍ରୟାସ କ୍ରମେ ଏମାନଙ୍କ ପେଟକୁ ଦାନ ଯୋଗାଉଛି। ଉତ୍ତରପ୍ରଦେଶରୁ ଏବେ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ କେବେ କଠୋର ବୋଲି କୁହାଯାଉଥିବା ଜଣେ ପୁଲିସ୍ ଅଧିକାରୀ ଏକ ମାଙ୍କଡ଼କୁ ଖୁଆଇ ଦେଉଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ମାଙ୍କଡ଼ଟିର ହାତ ନାହିଁ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ପୁଲିସ୍ ଅଧିକାରୀ ମାସ୍କ ମଧ୍ୟ ପିନ୍ଧିଛନ୍ତି। ତାଙ୍କ ପାଖରେ ପସିଥିବା ଏକ ମାଙ୍କଡ଼କୁ ସେ କଦଳୀ ଖୁଆଇ ଦେଉଛନ୍ତି। ଏହାପରେ ଲୋକେ ଏହି ଭିଡିଓକୁ ବହୁତ ମାତ୍ରାରେ ଶେୟାର କରିବାରେ ଲାଗିଛନ୍ତି। ଖୁସ୍ବୁ ସୋନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ…
ଓଡ଼ିଶାର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ ବିବାହ କଲେ ବଲିଉଡ଼ ଅଭିନେତ୍ରୀଙ୍କ ସହ
ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ ବିଶ୍ୱ କଲ୍ୟାଣ ରଥ ଓ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହିଙ୍କ ବିବାହ ଲୋକପ୍ରିୟ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତଥା ବିଷୟବସ୍ତୁ ନିର୍ମାତା ବିଶ୍ୱ କଲ୍ୟାଣ ରଥ ଡିସେମ୍ବର 9 ରେ ଟେଲିଭିଜନ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହିଙ୍କ ସହ ବିବାହ ବନ୍ଧନରେ ବନ୍ଧା ହେଲେ |ଏଠାରେ ଆମେ ଜଣାଇ ଦେଉଅଛୁ କି ସାରା ଦେଶରେ ସେମାନେ ପରିଚିତ ହୋଇଥିବା ବେଳେ, ଦୁଇ ଜଣଙ୍କ ଘର ଓଡ଼ିଶାରେ | ହାସ୍ୟ ଅଭିନେତା ତାଙ୍କ ବିବାହ ସମାରୋହର ଫଟୋ ସେୟାର ଇନଷ୍ଟାଗ୍ରାମରେ କରିଥିଲେ । ଫଟୋ ସହିତ ବିଶ୍ୱ ଲେଖିଛନ୍ତି, “ବିଶ୍ୱ ବିବାହିତ ଲୋକ”( Biswa Married Aadmi) | ଅମ୍ବର ଧାରା ଏବଂ ଦୋ ସହେଲିଆଙ୍କ ପରି ଟିଭି ଶୋ’ର ଅଂଶ ହୋଇଥିବା ସୁଲଗ୍ନା ମଧ୍ୟ ତାଙ୍କ ବିବାହ ଦିନର ଚିତ୍ର ସେୟାର କରିଥିଲେ।ଫଟୋ…
ନାସାର 800 ମାଗଣା ସଫ୍ଟୱେର୍ ଡାଉନଲୋଡ୍ କରନ୍ତୁ |
ନାସା ଜନସାଧାରଣଙ୍କ ପାଇଁ ମାଗଣାରେ 800 ରୁ ଅଧିକ ପ୍ରୋଗ୍ରାମ ସହିତ ଏହାର ସଫ୍ଟୱେର୍ କାଟାଲଗ୍ ପ୍ରଦାନ କରୁଛି | ନାସା ଏହାର “ଗଣନାକାରୀ ଉଦ୍ଭାବନ” ପ୍ରଦାନ କରୁଛି ଯାହା ମାଗଣା ଜନସାଧାରଣଙ୍କ ବ୍ୟବହାର ପାଇଁ ସ୍ଥାନ ଅନ୍ୱେଷଣରେ ସାହାଯ୍ୟ କରିବା ପାଇଁ ବିକଶିତ ହୋଇଛି | ସଫ୍ଟୱେର୍ କାଟାଲଗ୍ ରେ 800 ରୁ ଅଧିକ ପ୍ରୋଗ୍ରାମ୍ ଅଛି | “ନାସା ସଫ୍ଟୱେର୍ କାଟାଲଗ୍ ରେ ସିଷ୍ଟମ୍ ଟେଷ୍ଟିଂ, ଏରୋନେଟିକ୍ସ, ଡାଟା ଏବଂ ଇମେଜ୍ ପ୍ରୋସେସିଂ, ସ୍ୱୟଂଶାସିତ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ବର୍ଗ ରହିଛି। ଅନ୍ଲାଇନ୍ରେ ଏକ ସନ୍ଧାନଯୋଗ୍ୟ ରେପୋଜିଟୋରୀରେ ସଫ୍ଟୱେର୍ ମଧ୍ୟ କ୍ରମାଗତ ଭାବରେ ଅପଡେଟ୍ ହୋଇଛି ବୋଲି ଗଣମାଧ୍ୟମକୁ ଏକ ବିବୃତ୍ତିରେ ଏଜେନ୍ସି କହିଛି। ମାଗଣା ଡାଉନଲୋଡ୍ ପାଇଁ 180 ରୁ ଅଧିକ ନୂତନ ନାସାର ସର୍ବଶେଷ ସଫ୍ଟୱେର୍ କାଟାଲଗ୍ ରେ ଉପଲବ୍ଧ |ଜନସାଧାରଣଙ୍କୁ…
ଇନରହ୍ବିଲ୍ କ୍ଲବ୍ କଟକ ସେଣ୍ଟ୍ରାଲ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ
କଟକ: ଇନରହ୍ବିଲ କ୍ଲବ୍ କଟକ ସେଣ୍ଟ୍ରାଲ ପକ୍ଷରୁ ନ୍ୟାସନାଲ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଡାକ୍ତରମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ। ବିଶେଷ କରି ଏହି କରୋନା ଯୋଦ୍ଧାମାନଙ୍କର କୋଭିଡ୍ ମହାମାରୀ ସମୟରେ ତୁଲାଇଥିବା ଭୂମିକା ପ୍ରଶଂସନୀୟ ବୋଲି କ୍ଲବ୍ର ସଭାପତି ମିନାକ୍ଷୀ ମିଶ୍ର ମତବ୍ୟକ୍ତ କରିଥିଲେ। କ୍ଲବ୍ ସମ୍ପାଦିକା ବାଣୀ ନିର୍ମାଲ୍ୟ ଇନରହ୍ବିଲ୍ ପ୍ରାର୍ଥନା ପାଠ କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ବରର ପ୍ରେସିଡେଣ୍ଟ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, ଏସସିବି ମେଡିକାଲର ଅବସରପ୍ରାପ୍ତ ପ୍ରଫେସର ଓ ସର୍ଜରୀ ବିଭାଗ ମୁଖ୍ୟ ଡକ୍ଟର ମିହିର କୁମାର ମହାପାତ୍ର ଏବଂ ସର୍ଜନ ଡକ୍ଟର ମହମ୍ମଦ ଆଲମଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ପର୍ଦ୍ଧିତ କରାଯାଇଛି। ଚାର୍ଟାର୍ଡ ସଭାପତି ମଞ୍ଜୁ ନାୟକ , ପିପି ସୁରମା ମହାନ୍ତି, ଆଇଏସଓ ପଲ୍ଲବୀ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ।…
ଜୀ ଛାଡ଼ିବା ପରେ ଆଜ୍ ତକ୍ରେ ଯୋଗଦେଲେ ସୁଧୀର ଚୌଧୁରୀ
ନୂଆଦିଲ୍ଲୀ: ଜୀ ନ୍ୟୁଜ୍ (Zee News)ର ଏଡିଟର-ଇନ୍-ଚିଫ୍ ତଥା ସିଇଓ ପଦବୀରୁ ଇସ୍ତଫା ଦେଇଥିବା ସୁଧୀର ଚୌଧୁରୀ ଶେଷରେ ଅପେକ୍ଷାର ଅନ୍ତ ଘଟାଇଛନ୍ତି। ସେ ଅନ୍ୟ ଏକ ପ୍ରମୁଖ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଆଜ୍ ତକ୍ର (Aaj Tak) ‘କନସଲ୍ଟିଂ ଏଡିଟର’ ଭାବେ ଯୋଗ ଦେଇଛନ୍ତି। ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ଆଜ୍ ତକ୍ ଇଣ୍ଡିଆ ଟୁଡେ (India Today) ଗ୍ରୁପ୍ର ଏକ ଅଂଶବିଶେଷ। ମିଳିଥିବା ଖବର ଅନୁଯାୟୀ, ସୁଧୀର ଚୌଧୁରୀ ଆଜ୍ ତକ୍ରେ ଏକ ନୂଆ କାର୍ଯ୍ୟକ୍ରମ ହୋଷ୍ଟ କରିବେ। ସୁଧୀରଙ୍କ ଯୋଗଦାନ ପରେ ଚ୍ୟାନେଲ ଆହୁରି ଅଧିକ ସଫଳତା ପାଇବ ବୋଲି ଆଶା କରାଯାଉଛି।
