Blog

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି, ଯାନିଯାତ୍ରା, ଭୋଗରାଗ ଆଦିରେ ଯେପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି, ତାଙ୍କର ବିବିଧ ବେଶ ଆଦିରେ ମଧ୍ୟ ସେହିପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି । ଏହା ରହିବା ମଧ୍ୟ ସ୍ୱାଭାବିକ, କାରଣ ବର୍ଣ୍ଣନା ରହିଛି ଯେ – “ଅଳଙ୍କାର ପ୍ରିୟୋ ହରି” । ମହାପ୍ରଭୁଙ୍କ ବେଶର ଅନ୍ୟ ନାମ ଶୃଙ୍ଗାର । ଏହି ବେଶ ବା ଶୃଙ୍ଗାର ବର୍ଷର ବିଭିନ୍ନ ସମୟରେ ବସ୍ତ୍ର, ଆଭୂଷଣ ଏବଂ ପୁଷ୍ପ ଦ୍ୱାରା ସମ୍ପାଦିତ ହୋଇଥାଏ, ଯାହାର ଦର୍ଶନ ସାଧାରଣ ମନୁଷ୍ୟ ପାଇଁ କେବଳ ନୁହେଁ, ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲ୍ଲଭ ହୋଇଥାଏ । ଆଉ ଯଦି ମହାପ୍ରଭୁଙ୍କ କୃପାରୁ ଏହି ଦୁର୍ଲ୍ଲଭ ବେଶାଦିର ଦର୍ଶନ ମିଳେ, ତେବେ ଭକ୍ତ ଆନନ୍ଦରେ ଗାଇ ଉଠେ – “ତୋର ବିବିଧ ବେଶ ଦେଖି । ନିର୍ମଳ ହେଲା…

ଦୁର୍ଗାପୂଜା ବା ଦଶହରା

Durga puja

ଆମ ସମାଜରେ କାହିଁ କେଉଁ କାଳରୁ ଆର୍ଯ୍ୟ ହୁଅନ୍ତୁ ଅବା ଅନାର୍ଯ୍ୟ ହୁଅନ୍ତୁ ପ୍ରକୃତିର ପୂଜା କରିଆସୁଛନ୍ତି। ଆମେ ଜୀବ ଜଗତର ଆଧାର ଆମ ପ୍ରକୃତିକୁ ହିଁ ମାନୁ। ପ୍ରକୃତି କହିଲେ କେବଳ ଜଙ୍ଗଲ ବଣକୁ ବଝାଏନା ମାଆ ମଧ୍ୟ ପ୍ରକୃତି, ଧରା ମଧ୍ୟ ପ୍ରକୃତି ଓ ଦେବୀ ମାଆ ମଧ୍ୟ ପ୍ରକୃତି ସ୍ବରୂପ। ତେବେ ଏହି ଆରାଧନା ମଧ୍ୟରେ ଦଶହରା ବା ଦୁର୍ଗୋତ୍ସବ ସମଗ୍ର ଭାରତ ବର୍ଷରେ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ। ଆମ ଓଡି଼ଶାରେ କିନ୍ତୁ ଦୁର୍ଗୋତ୍ସବ ପାଳନର କିଛି ସ୍ବତନ୍ତ୍ରତା ରହିଛି,ଯାହାକି ସମଗ୍ର ଭାରତରେ ଦାଖାଯାଏ ନାହିଁ। ଏବଂ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବ ଏକ ଅନନ୍ୟ ପରମ୍ପରା। ଉତ୍କଳରେ ଦୁର୍ଗାପୂଜା। ସାଧାରଣତଃ ସମଗ୍ର ଭାରତରେ ଦୁର୍ଗାପୂଜା ପାଳନ କରାଯାଏ କିନ୍ତୁ ଓଡି଼ଶାର ଦୁର୍ଗାପୂଜା ଭିନ୍ନ ଏକ ରଙ୍ଗର। ଓଡି଼ଶା ବାହାରେ ଏହାକୁ ନଅଦିନ(ନବରାତ୍ରୀ)ପାଳନ…

କିପରି ଏକ ଅନଲାଇନ୍ ଷ୍ଟୋର୍ ଆରମ୍ଭ କରିବେ ?

Online Store

ଆପଣ ନିଜର ଅନଲାଇନ୍ ଷ୍ଟୋର ଆରମ୍ଭ କରିବାକୁ ଚାହୁଁଛନ୍ତି କି? ଆମେ ଜାଣୁ ଯେ ଏକ ଅନଲାଇନ୍ ଷ୍ଟୋର୍ ନିର୍ମାଣ ଏକ ଭୟଙ୍କର ଚିନ୍ତା ହୋଇପାରେ ବିଶେଷତଃ ଯେତେବେଳେ ଆପଣ ସଫ୍ଟଓୟାର ଇଞ୍ଜିନିଅର ନୁହଁନ୍ତି | ହଁ, ଆପଣ ଏକା ନୁହଁନ୍ତି | ଶହ ଶହ ଲୋକ/ ଦୋକାନୀଙ୍କ ଅନୁରୋଧ ଆସିଲା ପରେ, ଆମେ ୱର୍ଡପ୍ରେସ୍ ସହିତ କିପରି ଆପଣଙ୍କର ଅନଲାଇନ୍ ଷ୍ଟୋର୍‌ ନିର୍ମାଣ କରିବେ ସେ ସମ୍ବନ୍ଧରେ ବିସ୍ତୃତ ଗାଇଡ୍ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛୁ | ଏକ ଅନଲାଇନ୍ ଷ୍ଟୋର୍ ଆରମ୍ଭ କରିବା ପାଇଁ ଆପଣ କ’ଣ ଆବଶ୍ୟକ କରନ୍ତି?ଆଜିଠାରୁ ଅନଲାଇନ୍ ବ୍ୟବସାୟ ଆରମ୍ଭ କରିବା ପାଇଁ କେବେ ଭଲ ସମୟ ନଥିଲା | କମ୍ପ୍ୟୁଟର ଥିବା ଯେ କୌଣସି ବ୍ୟକ୍ତି କିଛି ମିନିଟ୍ ମଧ୍ୟରେ ଏବଂ କୌଣସି ବିଶେଷ କୌଶଳ ହାସଲ ନକରି…

ଗାନ୍ଧୀ ଓ ଓଡ଼ିଶା

Gandhi in Odisha

ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କର ଜନ୍ମଦିବସ। ତାଙ୍କ ଜନ୍ମଦିନରେ ତାଙ୍କ ସ୍ମୃତିକୁ ମନେପକାଇ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା। ତେବେ ଆଜି ଆମେ ଦେଖିବା ଗାନ୍ଧୀଜିଙ୍କର ଓଡି଼ଶା ଆଗମନ ବିଷୟରେ। ଆମେ ତାଙ୍କୁ ବାପୁ କହିଲେ ଜାଣୁ, ଦେଶ ଓ ଜାତିର ପିତା ମହାତ୍ମା ଗାନ୍ଧୀ। ମୋହନଦାସ କରମଚାନ୍ଦ ଗାନ୍ଧୀ ଏକ ନାମ କେବଳ ନୁହଁ ଆଜି ଯଦି ଏ ଭାରଣ ଭୂମି ହସୁଛି ତାହାର ଏକ ମହାନ ବିନ୍ଧାଣୀ ହେଲେ ବାପୁ। ପ୍ରତିଟି ମନରେ ତାଙ୍କ ସ୍ମୃତି ଆଜି ମଧ୍ୟ ଉଜ୍ଜୀବିତ ହୋଇ ରହିଅଛି।ସେ ସମୟରେ ଯଦି କୌଣସି ପରିବାର ବା ଏକାଧିକ ପରିବାର ଦୁଃଖରେ କଷ୍ଟରେ ଚଳୁଥିଲେ ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିଲେ ବିଶେଷତଃ ଦଳିତ ପରିବାର, ଗାନ୍ଧୀଜି ଥିଲେ ତାଙ୍କର ସ୍ବର। ମହାତ୍ମା ଗାନ୍ଧୀହିଁ ତାଙ୍କର ନେତୃତ୍ୱ…

ଶିକ୍ଷିତ ଶିକ୍ଷକ ଶିକ୍ଷକତା

Teachers day

ଶିକ୍ଷା ଏପରି ଏକ ମାର୍ଗ ଯାହାକି ଏକ ପ୍ରାଣୀକୁ ଅନନ୍ତରୁ ଆନନ୍ଦ ଦେଇଥାଏ। କିନ୍ତୁ ଯେବେ ଶିକ୍ଷାର ମାନ ବଢେ ସେତବେଳେ ଶିକ୍ଷିତର ମାନ ବଢେ, ଶିକ୍ଷକର ମାନ ବଢେ ଓ ବଢି଼ଥାଏ ଶିକ୍ଷକତାର ମାନ।ତେଵେ ଆଜି ଆମେ ଏ ପ୍ରସଙ୍ଗରେ କଥା ହେବ। ଶିକ୍ଷିତ;- କେବଳ ଡିଗ୍ରୀ ଅକ୍ତିଆର କରିନେଲେ ଶିକ୍ଷିତ କୁହାଯାଏ ନାହିଁ। ଶିକ୍ଷିତ ଯିଏ ସେ ଶିକ୍ଷକ ହୋଇପାରେ ନ ହୋଇମଧ୍ୟ ପାରେ। ଶିକ୍ଷକତା କରୁଥାଇ ପାରେ ନ କରୁଥାଇ ମଧ୍ୟ ପାରେ। ତେଣୁ ଶିକ୍ଷିତ କେବଳ ଶିକ୍ଷକକୁ କହିଲେ ବୁଝାଏ ତାହା ଭୁଲ। ଯିଏ ନିଜର ଜ୍ଞାନ ସହ ଆଚାର ବ୍ୟବହାରରେ ସଞ୍ଜମତା ରକ୍ଷା କରିପାରିଲା ସେ ହିଁ ଶିକ୍ଷିତ ବୋଲାଇବ। ଶିକ୍ଷିତ କେବଳ ଯେ ପାଠରେ ହୋଇଯିବ ତାହା ନୁହଁ। ଯେ ଶିକ୍ଷିତ ସେ ପିଲାମାନଙ୍କୁ ପାଠ ନପଢାଇଲେ ମଧ୍ୟ…

90 ଦଶକର ପିଲାମାନେ ହିଁ କେବଳ ଜାଣିପାରିବେ ଏହି ଖେଳ | ଆମ ସମୟର ହଜି ଯାଉଥିବା ଖେଳ |

90s-nostalgic-outdoor-games

ଆଜି ଆଉ ଆସନ୍ତାକୁ ନାହିଁ ହୋଇଯାଉଛି ଅତୀତ। ସେହିପରି ଅନେକ ପାଲଟିଯାଇଛି ଇତିହାସ। କଳା ସଂସ୍କୃତି ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଯାହା ଆଜି ଅଛି ତାହା ଆସନ୍ତା କାଲିକୁ ରହିବ ବୋଲି ଆମେ କହିପାରିବା ନାହିଁ। ଅତୀତରେ ଏପରି ବହୁତ ଘଟଣା ଘଟିଛି ଯାହା ମଧ୍ୟ ଆମେ ଜାଣିନେ ଓ ଅନେକ ମହାପୁରୁଷ ମଧ୍ୟ ଆସିଛନ୍ତି ଯାହାଙ୍କ ବିଶୟରେ ଆମେ ଅଗୋଚର ନୁହେଁ। ସେହିପରି କିଛି ମଧ୍ୟ ଆମ ସମୟରେ ଘଟିଛି। ତାହା ଘଟିଛି ଆମ ଜୀଵନଚର୍ଯ୍ୟାର ଏକ ଅଙ୍ଗ ଆମେ ନିତିଦିନିଆ ଖେଳ ଉପରେ। ବାସ୍ତବରେ ସମୟ ବହୁତ ବଳବାନ ସମୟ ତାର ସ୍ରୋତରେ ସମସ୍ତଙ୍କୁ ନେଇ ଚାଲିଯାଇଛି। ତାହା ମଧ୍ୟରୁ ଗୋଟିଏ ହେଉଛି ଆମ ଖେଳ। ଆଜକୁ କେଇ ବର୍ଷ ତଳେ ଆମେ ବା ଆମ ବାପା ଅଜା ମାନେ ଯେଉଁ…

ଗଣପର୍ବ ନୂଆଁଖାଇ | ନୂଆଁଖାଇ ଜୁହାର | ନୂଆଁଖାଇ ଭେଟଘାଟ

nuakhai juhar

ନୂଆଁଖାଇ ଜୁହାର ସଭିଙ୍କୁ!ଆମେ ଆମର ମାଟିକୁ ମାଆ ବୋଲି କହୁ ଓ ଧାନକୁ ଲକ୍ଷ୍ମୀ ବୋଲି କହୁ। ତେବେ ଏ ନୂଆଖାଇ ପର୍ବଟି ହେଉଛି ଆମ ମାଟି ମାଆ ଓ ତାର ଫସଲର ପର୍ବ। ଏହା ଏକ କୃଷି ଭିତ୍ତିକ ପର୍ବ,ଏମିତି ଦେଖିବାକୁ ଗଲେ ଓଡି଼ଶାର ଅଧା ପର୍ବ କୃଷି ଭିତ୍ତିକ ହିଁ ହୋଇଥାଏ। କିନ୍ତୁ ଏ ନୂଆଖାଇ ପର୍ବ ଏକ ନିଆରା ପର୍ବ ଏକ ଭାଇଚାରାର ପର୍ବ ଆନନ୍ଦ ଉଲ୍ଳାସର ପର୍ବ ଓ ଏକତାର ପର୍ବ।କାଇଁ କେଉଁ ଆବାହମାନ କାଳରୁ ଚାଲି ଆସୁଛି ଏ ପରମ୍ପରା। ବିଶେଷତଃ ଏହା ଏକ ଗଣ ଓ କୃଷି ପର୍ବ ଯାହାକି ମୁଖ୍ୟତଃ ଓଡି଼ଶାର ପଶ୍ଚିମ ଭାଗରେ ବା ପଶ୍ଚିମ ଓଡି଼ଶାରେ ପାଳନ କରାଯାଏ। ଏହାର ପରମ୍ପରା ନୀତି ସ୍ବତନ୍ତ୍ର ଓ ନିଆରା। ଆମେ ଓଡି଼ଶାରେ ଲକ୍ଷ କରେ ବା…

ପୁରୀ ଶ୍ରୀ ମନ୍ଦିର ଓ ଅଗ୍ରପୂଜ୍ୟ ଶ୍ରୀ ଗଣେଶ

PURI_JAGANATHA_TEMPLE,_PURI,_ORISSA

“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ।ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।” ପୁରାଣରେ ଏହି ପଞ୍ଚଦେବତା(ଗଣେଶ, ନାରାୟଣ, ରୁଦ୍ର, ଅମ୍ବା, ସୂର୍ଯ୍ୟ)ଙ୍କୁ ସର୍ବମାନ୍ୟ ବା ସମସ୍ତ କ୍ଷେତ୍ରରେ ପୂଜାରେ ଆଦ୍ୟ ବୋଲି ଧରାଯାଏ ଏହି ମାନଙ୍କ ମଧ୍ୟରୁ ଅଗ୍ରପୂଜ୍ୟ ହେଲେ ଶ୍ରୀ ଗଜାନନ। ବିଘ୍ନବିନାଶନ ଶଙ୍କଟନାଶନ ଅଗ୍ରପୂଜ୍ୟ ଶ୍ରୀ ଗଜାନନ! ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡେ ଅଗ୍ରପୂଜ୍ୟ ବକ୍ରତୁଣ୍ଡଙ୍କୁ,କାରଣ ପୁରାଣ ମତ ଦିଏ ସେ ଅଗ୍ରପୂଜ୍ୟ ଏବଂ ଗଣ ମାନଙ୍କର ସେନାପତି ଓ ପ୍ରତ୍ୟେକ ଦେବଦେବୀ ବା ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କଲା ସେ କର୍ମ ବିନା ବାଧ ବିଘ୍ନରେ ସୃଚାର ରୂପେ ହୋଇଥାଏ। ଶ୍ରୀ ଗଣେଶ ଏକ ଅନନ୍ୟ ଶରୀର ଯାହାଙ୍କର ଶରୀର ମାନବ କିନ୍ତୁ ମସ୍ତକ ହସ୍ତୀର। ବିଦ୍ୟା ବୁଦ୍ଧିର ଦେବତା…

କରୋନାଭାଇରସ୍ | କାହିଁକି ? କିପରି ? କେମିତି ?

corona virus

କରୋନାଭାଇରସ୍ ହେଉଛି ସମ୍ପୃକ୍ତ RNA ଜୀବାଣୁ ଯାହା ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀମାନଙ୍କଠାରେ ରୋଗ ସୃଷ୍ଟି କରେ | ମଣିଷ ଏବଂ ପକ୍ଷୀମାନଙ୍କଠାରେ, ସେମାନେ ଶ୍ୱାସକ୍ରିୟାରେ ସଂକ୍ରମଣ ସୃଷ୍ଟି କରନ୍ତି ଯାହା ସାମାନ୍ୟରୁ ସାଂଘାତିକ ହୋଇପାରେ | ମଣିଷର ସାମାନ୍ୟ ରୋଗରେ ସାଧାରଣ ଥଣ୍ଡାର କେତେକ ଘଟଣା ଅନ୍ତର୍ଭୁକ୍ତ (ଯାହାକି ଅନ୍ୟ ଭୂତାଣୁ, ମୁଖ୍ୟତ ରାଇନୋଭାଇରସ୍ ଦ୍ୱାରା ମଧ୍ୟ ହୋଇଥାଏ), ଅଧିକ ସାଂଘାତିକ ପ୍ରକାର SARS, MERS, ଏବଂ COVID-19 ହୋଇପାରେ | ଗାଇ ଏବଂ ଘୁଷୁରିରେ ସେମାନେ ଡାଇରିଆ ସୃଷ୍ଟି କରୁଥିବାବେଳେ ମୂଷାରେ ସେମାନେ ହେପାଟାଇଟିସ୍ ଏବଂ ଏନସେଫାଲୋମିଏଲାଇଟିସ୍ ସୃଷ୍ଟି କରନ୍ତି। ମାନବ କରୋନାଭାଇରସ୍ ସଂକ୍ରମଣକୁ ରୋକିବା କିମ୍ବା ଚିକିତ୍ସା କରିବା ପାଇଁ ଏପର୍ଯ୍ୟନ୍ତ(19.08.2020) କୌଣସି ଟିକା କିମ୍ବା ଆଣ୍ଟିଭାଇରାଲ୍ ଔଷଧ ନାହିଁ। କରୋନାଭିରାଇସ୍ ପରିବାରରେ କରୋନାଭାଇରାଇସ୍, ନିଡୋଭାଇରାଲେସ୍ ଏବଂ ରିବୋଭିରିଆର ଉପ ପରିବାରରେ ଅର୍ଥୋକୋରୋନାଭିରିନା…

ସ୍ବାଧୀନତା ସଂଗ୍ରାମରେ ଓଡି଼ଶାର ଭୂମିକା

ସ୍ବାଧୀନତା ପାଇଁ ଭାରତର ପ୍ରଥମ ସଂଗ୍ରାମ ହେଉଛି ପାଇକ ବିଦ୍ରୋହ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ରଙ୍କ (ଯେ କି ଥିଲେ ଖୋର୍ଦ୍ଧା ରାଜାଙ୍କର ସଜନାପତି) ଅଧିନରେ ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଏଇ ବିଦ୍ରୋହ। ୧୮୧୭ ମସିହାରେ ହଜାର ହଜାର ପାଇକମାନଙ୍କ ସାହାର୍ଯ୍ୟ ଓ ବୀରତ୍ବ ବଳରେ ସେତବେଳେ ଏ ସଂଗ୍ରାମ ହୋଇଥିଲା। ବର୍ତ୍ତମାନ ଜାଣିବା କିଛି ଏପରି ସ୍ବାଧୀନତା ସଂଗ୍ରାମୀଙ୍କ ବିଶୟରେ ଯେ ଏ ଜାତି ପାଇଁ ଏ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇ ଦେଇଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆନନ୍ଦରେ ଦିନ କାଟୁଛେ। ବାଜି ରାଉତ: ୧୮୩୮ ମସିହା ଅକ୍ଟୋବର ୧୦ ତାରିଖ ଦିନ ଦୁଇପହରଟାରେନିଜ ଡଙ୍ଗା ଉପରେ ଥାଏ ଢେଙ୍କାନାଳର ସେହି ସାହାସୀ ବାଳକ ବାଜି ରାଉତ। ଦୂରରୁ ଦେଖିପାରିଲା…